ଧାନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ବିଜେପି ସରକାରର ଦୋମୁହାଁ ନୀତିକୁ କଂଗ୍ରେସ କୃଷକ ସେଲ୍ର ପ୍ରତିବାଦ

ଓଡ଼ିଶାର ଚାଷୀ ଝଡ଼ି, ବଢ଼ି, ମରୁଡ଼ି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟରେ ଘୋର ଦୁର୍ଦଶାର ସମ୍ମୁଖିନ । ଓଡ଼ିଶାରେ ଧାନ ଚାଷ ହେଲା ମୁଖ୍ୟ ଫସଲ । ଅନ୍ୟ ରାଜ୍ୟଠାରୁ ଧାନ ଚାଷରେ ଓଡ଼ିଶା ଭିନ୍ନ । ୯୦ ପ୍ରତିଶତ ଚାଷୀ ଧାନ ଉପôାଦନ କ୍ଷେତ୍ରରେ ନିର୍ଭରଶୀଳ । ଓଡ଼ିଶାରେ ଏକ କ୍ୱିଣ୍ଟାଲ ଧାନ ଉପôାଦନ ପାଇଁ ପ୍ରାୟ ୨୪ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଗତ ସାଧାରଣ ନିର୍ବାଚନରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ସ୍ୱାମୀନାଥନ କମିଟିର ସୁପାରିଷ ଆଧାରରେ ଧାନର ସହାୟକ ମୂଲ୍ୟ ଯଦି ଦେଢଗୁଣା ବୃଦ୍ଧି କରାଯାଏ ତେବେ ଧାନ କ୍ୱିଣ୍ଟାଲ ପିଚ୍ଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୨୦୦ ଟଙ୍କା ହେବା କଥା । କିନ୍ତୁ ବର୍ତ୍ତମାନ ଧାନ ଏମ୍.ଏସ୍.ପି ରେ ଚାଷୀ ପାଉଛି କ୍ୱିଣ୍ଟାଲ ପିଚ୍ଛା ୧୫୫୦ଟଙ୍କା ।

ଅର୍ଥାତ ପ୍ରତି କ୍ୱିଣ୍ଟାଲରେ ଓଡ଼ିଶାର ଚାଷୀଙ୍କୁ ୧୬୫୦ଟଙ୍କା କ୍ଷତି ସହିବାକୁ ପଡ଼ୁଛି । ଯାହା ଫଳରେ ଅନେକ ସମୟରେ ଅଭାବି ବିକ୍ରିର ଶିକାର ହୋଇ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅନୁଭବ କରି ଓଡ଼ିଶା ବିଧାନସଭାରେ ସର୍ବଦଳୀୟ ସମ୍ମତ୍ତି କ୍ରମେ ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପାରିତ କରାଯାଇଥିବା ପ୍ରସ୍ଥାବକୁ କେନ୍ଦ୍ରକୁ ଅବଗତ କରାଯାଇଥିଲା । ଦୁଃର୍ଭାଗ୍ୟର ବିଷୟ, କେଉଁ ଆଧାରରେ କେନ୍ଦ୍ର ସରକାରଙ୍କ କୃଷି ଉପôାଦ ମୂଲ୍ୟ କମିଶନଙ୍କ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଧାନ ଉପôାଦନ ପାଇଁ କ୍ୱିଣ୍ଟାଲ ପିଚ୍ଛା ୧୩୩୭ ଟଙ୍କା ଖର୍ଚ୍ଚ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧୭ଟଙ୍କା ଖର୍ଚ୍ଚ ହେଉଛି ବୋଲି ସଫେଇ ଦେଉଛନ୍ତି ଏହା ଅତ୍ୟନ୍ତ ଆଲୋଚ୍ୟ ବିଷୟ । ଯଦି ପ୍ରତି କ୍ୱିଣ୍ଟାଲ ପିଚ୍ଛା ଉପôାଦନରେ କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ୧୩୨୭ ଟଙ୍କା କିମ୍ବା ୧୧୧୭ଟଙ୍କା ଖର୍ଚ୍ଚ କରାଯାଉଥାଏ ତେବେ ଏହାର ଦେଢଗୁଣା ବୃଦ୍ଧି କରାଗଲେ ପ୍ରତି କ୍ୱିଣ୍ଟାଲକୁ ୧୯୯୧ କିମ୍ବା ୧୬୭୬ ଟଙ୍କା ହେବା କଥା ।

କିନ୍ତୁ ବର୍ତ୍ତମାନ ଧାନ ଏମ୍.ଏସ.ପିରେ ଚାଷୀ ପାଉଛି କ୍ୱିଣ୍ଟାଲ ପିଚ୍ଛା ମାତ୍ର ୧୫୫୦ ଟଙ୍କା । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ସରକାରଙ୍କର ଚାଷୀଙ୍କ ପ୍ରତି କେତେ ଆନ୍ତରିକତା? କେନ୍ଦ୍ର ସରକାରର ଏହା ଓଡ଼ିଶା ରାଜ୍ୟ ପ୍ରତି ବୈମାତୃକ ଭାବର ଏକ ନିଚ୍ଛକ ନମୁନା ଓ ବିଜେପି ସରକାରର ଏହା ଏକ ଦୋମୁହାଁ ନୀତି ବୋଲି ଶ୍ରୀ ପଟ୍ଟନାୟକ ଦୃଢ ପ୍ରତିବାଦ କରିଛନ୍ତି । ପୁନଶ୍ଚ କଟା ଘାରେ ଚୁନ ସଦୃଶ ଭଳି ନିକଟରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସଂସଦରେ ଏମ୍.ଏସ.ପି ନେଇ ଯେଉଁ ତାଜା ସୂଚନା ଦେଇଛନ୍ତି ଏହା ଓଡ଼ିଶାର ଚାଷୀଙ୍କ ପାଇଁ ବିଜେପିର ଧୋକାବାଜି । ଖାଲି ସେତିକି ନୁହେଁ, ଧାନ ସଂଗ୍ରହ ମାପଦଣ୍ଡରେ ମଧ୍ୟ କିଛି ପରିବର୍ତ୍ତନ କରାଯିବ ନାହିଁ ବୋଲି ମନ୍ତ୍ରୀ ରୋକ୍ ଠୋକ୍ ମନା କରିଛନ୍ତି । ଯାହା ଫଳରେ ଧାନ ମୂଲ୍ୟ ବୃଦ୍ଧି ନେଇ ଓଡ଼ିଶାର ଚାଷୀକୁଳ ଆଶା ଶୂନ୍ୟ । ଏହା କେବଳ ବିଜେପି ସରକାରର ଧୂଆଁବାଣ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ସମୟର ମିଥ୍ୟା ପ୍ରତିଶ୍ରୁତି ଓ ଆଜିର ମନ୍ କି ବାତ୍ର ପ୍ରକୃତ ଚେହେରା ଆଉ ଚାଷୀଙ୍କୁ ଅଜଣା ନାହିଁ । ପ୍ରକୃତରେ ଯଦି କେନ୍ଦ୍ର ସରକାର ଚାଷୀର ଆୟ ଦୁଇଗୁଣା ହେଉ ବୋଲି ଚାହାନ୍ତି, ତେବେ ପ୍ରକୃତ ଗାଣିତିକ ହିସାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସମ୍ପର୍କରେ ନୀତିଗତ ଭାବେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳ ପକ୍ଷରୁ ଦୃଢ ଦାବି କରିଛନ୍ତି ।

Share in top social networks!