ଓଡ଼ିଶାକୁ ପୁଣି ଅବହେଳା କଲା କେନ୍ଦ୍ର: ବିଜେଡି

ଓଡ଼ିଶାକୁ ପୁଣି କେନ୍ଦ୍ର ଅବହେଳା କରିଛି । ମାଓ ପ୍ରବଣ ଜିଲ୍ଲାଗୁଡିକରେ ମାଓବାଦୀ ଦମନ ଲାଗି ଏମ୍‍ଆଇ-୧୬ ହେଲିକପ୍ଟର ଦେବା ପାଇଁ ଓଡ଼ିଶାର ଦାବିକୁ ଠୋକର୍‍ ମାରିଛି କେନ୍ଦ୍ର ସରକାର । ମାଓବାଦୀ ଦମନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଏହି ହେଲିକପ୍ଟରକୁ ମାଓପ୍ରବଣ ରାଜ୍ୟ ଓଡ଼ିଶାକୁ ଯୋଗାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର
ସଂସଦରେ ରୋକଠୋକ୍‍ ମନା କରିଦେଇଛନ୍ତି । ଗୋଟିଏ ହେଲିକପ୍ଟର ଯୋଗାଇ ଦେଲେ ମାଓବାଦୀ ଦମନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇପାରନ୍ତା । କିନ୍ତୁ କେନ୍ଦ୍ର ସରକାର ଯେପରି ଏଥିପାଇଁ ମନା କଲେ ତାହା ସଂଘୀୟ ବ୍ୟବସ୍ଥାର ଘୋର ବିରୋଧୀ ମନୋଭାବର ପରିଚୟ ଦେଇଥାଏ ।

ଓଡ଼ିଶାର ପଛୁଆ ଅଞ୍ଚଳର ବିକାଶ ପାଇଁ କେବିକେ, ବିଆରଜିଏଫ୍‍, ଆଇଏପି ପରି ୮ଟି ଯୋଜନାକୁ ପୂର୍ବରୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ବର୍ତ୍ତମାନ ହେଲିକପ୍ଟର ଦେବାକୁ ମନା କରିବା ମାଓ ଦମନରେ ବାଧକ ହେବା ସହ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୁଣିଥରେ ପ୍ରକାଶ ପାଇଛି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ ଉଲ୍ଲେଖ କରିଛନ୍ତି ।

Share in top social networks!
Powered By Indic IME