ତିନି ତଲାକ ବିଲ୍ ସଂପର୍କରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲା ବେଳେ ଉକ୍ତ ବିଜେପି ପ୍ରବକ୍ତାଙ୍କ ଏ ସଂପର୍କରେଥିବା ଜ୍ଞାନକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ଯେ ସେ ବିଲ୍ରେ
କ’ଣ ଅଛି, ତାହା ସେ ଆଦୌ ଜାଣିନାହାନ୍ତି, ନହେଲେ ଏପରି ଉପରଠାଉରିଆ ଭାବେ ମନ୍ତବ୍ୟ ଦେଇ ନିଜ ଅଜ୍ଞତାର ପରିଚୟ ଦେଇନଥାନ୍ତେ । ଲୋକସଭାରେ ବିଲ୍ର ବିଭିନ୍ନ ଦିଗ ଓ ଦୋଷତ୍ରୁଟି ଆଲୋଚନା କରିବା ସାଂସଦଙ୍କ ଦାୟିତ୍ୱ ଏବଂ ଏହାଫଳରେ ବିଲ୍ଟିର ଗୁଣାତ୍ମକ ଗ୍ରହଣୀୟତା ପରିପୁଷ୍ଟ ହୋଇଥାଏ । ବିଜେଡି ଯେଉଁ ସଂଶୋଧନ ପ୍ରସ୍ତାବ ଦେଇଛି, ତା’ର ପ୍ରାସଙ୍ଗିକତା ରହିଛି ଓ ଏହା ସାଂସଦଙ୍କ ଦୂରଦୃଷ୍ଟିସଂପନ୍ନ ବାସ୍ତବବାଦୀ ଚିନ୍ତନ, ଆକଳନ ଓ ପ୍ରୟୋଗର ପରିଚାୟକ ।
ଏହି ସଂଶୋଧନ ବିଲ୍ର ଲକ୍ଷ୍ୟ, ଉଦେ୍ଧଶ୍ୟ ଓ ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ ଓ ଉପଯୋଗୀ କରାଇବା ବିଜେଡି ସଂସଦୀୟ ଦଳ ନେତା ନିଜର ଦୀର୍ଘ ଅନୁଭବ ଓ ଉପଲବ୍ଧି ଆଧାରରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି ଏବଂ ରାଜ୍ୟ ବିଜେପି କଥାର ମଧ୍ୟ ଉତ୍ତର ରଖିଛନ୍ତି । ତେବେ ରାଜ୍ୟ ବିଜେପି ଉପ-ସଭାପତି ଜଣେ ଓକିଲ ହେବା ସତ୍ତେ୍ୱ ତାଙ୍କର ବିଲ୍ ଓ ସଂସଦୀୟ କାର୍ଯ୍ୟଧାରା ସଂପର୍କରେ ସାମାନ୍ୟତମ ଅକଲ ନଥିବା ଏକ ପ୍ରେସ୍ ବିବୃତିରେ ଶ୍ରୀ ନାୟକ କହିଛନ୍ତି ।