ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିଦେ୍ର୍ଧଶକ ତଥା ଅଭିନେତା ସ୍ୱର୍ଗତ ଅନନ୍ତ ଓଝାଙ୍କୁ ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ରାଜ୍ୟ ବିଜେପି

ଓଡିଆ ଯାତ୍ର ଜଗତର ବିଶିଷ୍ଟ ନାଟ୍ୟକାର, ସଂଳାପ ଲେଖକ, ନିଦେ୍ର୍ଧଶକ ତଥା ଅଭିନେତା ଅନନ୍ତ ଓଝାଙ୍କ ଗତ ୩୧ ତାରଖରେ ନିଧନ ହୋଇଥିଲା । ଆଜି ସ୍ୱର୍ଗତ ଓଝାଙ୍କ ମୃତ ଶରୀର ଭୂବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବିଜେପି ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷ୍ନୁ ଦାସ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ଠାକୁର ରଣଜିତ୍ ଦାଶ, ସଂସ୍କୃତି ପ୍ରକୋÂ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ, ଶ୍ରୀ ସଂଜୀବ ମିଶ୍ର, ଦେବାଶିଷ ନାୟକ ପ୍ରମୁଖ ସ୍ୱର୍ଗତ ଓଝାଙ୍କୁ ଶେଷ ଦର୍ଶନ କରି ଉପସ୍ଥିତ ଶୋକସନ୍ତପ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଥିଲେ ।
ଓଡିଆ ଯାତ୍ରାପ୍ରେମୀଙ୍କ ମନ ଭିତରେ ସ୍ୱର୍ଗତ ଓଝା ଚିର ଦିନ ଅମର ରହିବେ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
ଓଡିଆ ଯାତ୍ରା ଜଗତର ମହା କ୍ଷତି ହେଲା ବୋଲି ସାଂସ୍କୃତିକ ପ୍ରକୋÂର ରାଜ୍ୟ ସଂଯୋଜକ ଶ୍ରୀ ନାୟକ ଶୋକ ବ୍ୟକ୍ତ କରି କହିଛନ୍ତି ।

Share in top social networks!
Powered By Indic IME