ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟପୁସ୍ୁକ, ୟୁନିଫର୍ମର ଅଭାବକୁ ଉପଲବ୍ଧି କରିଛନ୍ତି : ବିଜେପି

 ପ୍ରଶ୍ନପତ୍ର ବିଭ୍ରାଟ ଓ ମଧ୍ୟାହ୍ନ ଭୋଜନ ବିଭ୍ରାଟ କାରଣରୁ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉଚିତ୍ ଶିକ୍ଷା ଦେବେ

୨୦୦୦ ମସିହାରେ ଓଡିଶାରେ ଜନ୍ମଗ୍ରହଣ କରିଥିବା ଶିଶୁଟି ବିଦ୍ୟାଳୟ ଅଧ୍ୟୟନ କାଳରେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟ ପୁସ୍ତକ, ୟୁନିଫର୍ମ ଅଭାବକୁ ଉପଲବ୍ଧି କରିଛି । ମଧ୍ୟାହ୍ନ ଭୋଜନ ଓ ପରୀକ୍ଷା ପ୍ରଶ୍ନ ପତ୍ରରେ ବିଭ୍ରାଟ କାରଣରୁ ହନ୍ତସନ୍ତ ହୋଇ ଶିକ୍ଷାପ୍ରାପ୍ତ ବାଧାକୁ ହୃଦୟଙ୍ଗମ କରିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ । ଏପରିକି ଏଭଳି ଅବ୍ୟବସ୍ଥାକୁ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ମଧ୍ୟ ଅନୁଭବ କରିଛି । ରାଜ୍ୟ ସରକାରଙ୍କ ନୀତିହୀନ ଓ ଦୁରଦୃଷ୍ଟି ଅଭାବ କାରଣରୁ ଛାତ୍ର ଓ ଛାତ୍ରୀଟିଏ ଗୁଣାତ୍ମକ ଶିକ୍ଷା ପ୍ରାପ୍ତିରୁ ବଂଚିତ ହୋଇଛି । ବିଶେଷ କରି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ତାଙ୍କ ପିଲାମାନଙ୍କ ଶିକ୍ଷାପ୍ରାପ୍ତି ପାଇଁ ନାହିଁ ନଥିବା ହଇରାଣ ହୋଇଛନ୍ତି । ରାଜନୀତି ସର୍ବସ୍ୱ ଶାସକ ବିଜେଡି କୋମଲମତୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖେଳିବାକୁ ମଧ୍ୟ ପଛାଇନାହିଁ । ନିଜ ଅପାରଗତାକୁ ଲୁଚାଇବା ସହ ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଯୋଡିବା ଆଳରେ ଶାସକ ବିଜେଡି ବର୍ତମାନ ପୁଣି ଥରେ ହୀନ ରାଜନୀତି ଆରମ୍ଭ କରିଦେଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
ଶାସକ ବିଜେଡି ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ରାଜ୍ୟର ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ଭଲ ଭାବରେ ଜାଣି ସାରିଲେଣି । ଆଗାମୀ ଦିନରେ ଏହି କୋମଳମତୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଖେଳିଥିବା ଶାସକ ବିଜେଡିକୁ ଉଚିତ୍ ଶିକ୍ଷା ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ରାଜ୍ୟର ନୂତନ ଭୋଟରଙ୍କ ଆସ୍ଥା ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହା ନିଶ୍ଚିତ ପ୬ତିଫଳିତ ହେବ ବୋଲି ଶ୍ରୀ ଶର୍ମା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME