ୟୁଏଆଇଏଲ୍ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

pic-UAILରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ରେ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍(ଆଦିତ୍ୟ ବିର୍ଲା ଗ୍ରୁପ୍୍ର ଏକ କଂପାନି)ର ବାପଲହିମାଲି ବକ୍ସାଇଟ୍ ଖଣିରେ ୨୦୧୭ ଡିସେମ୍ବର ୧୬ରେ ଅତି ଉତ୍ସାହର ସହିତ ଏକ ସ୍ୱଚ୍ଛତା ଅଭିଯାନ ସ୍ୱଚ୍ଛତା ପକ୍ଷ ୨୦୧୭ ପାଳିତ ହୋଇଯାଇଛି । ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ, ଭୁବନେଶ୍ୱରର ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟକ୍ରମ ୨୦୧୭ ଡିସେମ୍ବର ୧୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାଳନ କରାଯାଇଛି । ଖଣି ଆଖପାଖ ଅଂଚଳରେ ସ୍ୱଚ୍ଛ ଏବଂ ସୁସ୍ଥକର ପରିବେଶ ଆଣିବା ପାଇଁ ଏକ ବ୍ୟାପକ ଉଦ୍ୟମ ଥିଲା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିସନ୍ର ଏହା ଥିଲା ଏକ ଅଂଶ ଯାହା ଜରିଆରେ ସାଧାରଣ ଜନତାଙ୍କ ପାଇଁ ଗୁଣାତ୍ମକ ଜୀବନ ଲକ୍ଷ୍ୟ ରଖାଯାଇଛି ।
ଉପାଧ୍ୟକ୍ଷ ଖଣି ଶ୍ରୀଯୁକ୍ତ ବିଶ୍ୱରଂଜନ କୁମାର ପାଢ଼ୀ, ମହାପ୍ରବନ୍ଧକ-ଖଣି ଶ୍ରୀଯୁକ୍ତ ମୁକେଶ ଝା, ମହାପ୍ରବନ୍ଧକ-ଜିଓଲୋଜି ଶ୍ରୀଯୁକ୍ତ ଦୀପ୍ତେନ୍ଦୁ ମିଶ୍ର ଏବଂ ମହାପ୍ରବନ୍ଧକ-ପ୍ରଶାସନ ଓ ସିଏସ୍ଆର୍ ଶ୍ରୀଯୁକ୍ତ ଶିବ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖଣି ଏବଂ ଏହାର ଆଖପାଖ ଅଂଚଳର ଗ୍ରାମ ଗୁଡ଼ିକରେ ଲୋକମାନଙ୍କକୁ ମଣିଷ ଜୀବନର ସ୍ୱଚ୍ଛତାର ମହତ୍ୱ ବୁଝାଇବା ପାଇଁ ସଫେଇ, ର୍ୟାଲି, ପଥପ୍ରାନ୍ତ ନାଟକ, ବ୍ୟାନର ଓ ପୋଷ୍ଟର୍ ଜରିଆରେ ସ୍ୱଚ୍ଛତା ବାର୍ତା ବଂଟନ, ଖଣି ଶ୍ରମିକଙ୍କ ପିଲା ଏବଂ ସ୍କୁଲ ପିଲାମାନଙ୍କୁ ନେଇ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ପତାକା ଉତୋଳନ କରିଉଦଘାଟନ କରାଯାଇଥିଲା ଏବଂ ସପ୍ତାହକୁ ଦୁଇ ଘଂଟା ଏବଂ ବର୍ଷକୁ ୧୦୦ ଘଂଟା ସ୍ୱଚ୍ଛତା ପ୍ରତି ପ୍ରଦାନ କରିବା ପାଇଁ ଶ୍ରମିକମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଥିଲା ।
ଏହି ସବୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନ ଦାସ, ଶ୍ରୀଯୁକ୍ତ ପୂର୍ଣ୍ଣ ସାହୁ, ଶ୍ରୀଯୁକ୍ତ ପୁରୁଷୋତମ ଦାଣ୍ଡିଆ, ଶ୍ରୀଯୁକ୍ତ ସୁଶାନ୍ତ ଧଳ, ଶ୍ରୀମତି ନିରୁପମା ବାରିକ ଏବଂ ସେମାନଙ୍କ ଟିମ୍ ।

Share in top social networks!