“ଟ୍ରିପଲ ତଲାକ” ବିଧେୟକକୁ ସଂସଦରେ ବିରୋଧ କରି ବିଜେଡି ରାଜ୍ୟର ମାଁ ଓ ଭଉଣୀଙ୍କୁ ଅପମାନିତ କରିଛି : ବିଜେପି

 ବିଜେଡିର ମହିଳା ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ
 ବିଜୁ ଜନତା ଦଳ ଦୋ ମୁହାଁ ଏବଂ ମହିଳା ବିରୋଧୀ ସରକାର
 ଏଭଳି ନିୟମକୁ ଯିଏ ବିରୋଧ କରିବ, ସେ ହେଉଛି ମହିଳା ବିରୋଧୀ
04

“ଟ୍ରିପଲ ତଲାକ”କୁ ମାନ୍ୟବର ସୁପ୍ରମକୋର୍ଟ ଏକ ପାପ ବୋଲି କହିବା ସହ ଏଭଳି ପ୍ରଥାକୁ ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୁସଲିମ ମାଁ ଓ ଭଉଣୀମାନଙ୍କୁ ହକ୍ ପ୍ରଦାନ କରି ତାଙ୍କୁ ସାମାଜିକ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ଉଦେ୍ଧଶ୍ୟରେ ପଦକ୍ଷେପ ଗ୍ରହଣ କରି ଗତ କାଲି ସଂସଦରେ ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଧେୟକ ଉପସ୍ଥାପିତ କରିଥିଲେ । ଅନ୍ୟ ପଟେ ସଂସଦରେ ବିଜୁ ଜନତା ଦଳ ଏହି ବିଧେୟକକୁ ସିଧାସଳଖ ଭାବେ ବିରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ସମସ୍ତ ମାଁ ଓ ଭଉଣୀଙ୍କୁ ଅପମାନ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।
ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଶାସକ ବିଜେଡିର ଏଭଳି ମହିଳା ବିରୋଧୀ ମନୋଭାବ ବିରୁଦ୍ଧରେ ଭୂବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ଅନୁÂିତ ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ମହିଳା ମୋର୍ଚ୍ଚାର ବହୁ କାର୍ଯ୍ୟକର୍ତାଙ୍କ ସମେତ ବହୁ ମୁସଲିମ ଭଉଣୀମାନେ ମଧ୍ୟ ଉପସ୍ଥିତ ରହି ବିଜେଡି ବିରୁଦ୍ଧରେ ନାରାବାଜି କରିଥିଲେ ।
ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ଯେ, ଦେଶରେ ଯୋ÷÷ତୁକ ପ୍ରଥା ଓ ଘରୋଇ ହିଂସାକୁ ଅପରାଧ ଭାବେ ବିବେଚନା କରାଯାଏ । ଦେଶର ମୁସଲିମ ମାଁ ଓ ଭଉଣୀଙ୍କ ସାମାଜିକ ସ୍ଥିତି ଓ ବ୍ୟଥାକୁ ଉପଲବ୍ଧ କରି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଐତିହାସିକ ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଧେୟକ ଗତ କାଲି ସଂସଦରେ ଉପସ୍ଥାପିତ କରିଥିଲେ । ଅନ୍ୟ ପଟେ ରାଜ୍ୟରେ ମାଁକୁ ସମ୍ମାନର ଡିଣ୍ଡିମ ପିଟୁଥିବା ଶାସକ ବିଜେଡି ସଂସଦରେ ଏହି ବିଧେୟକକୁ ବିରୋଧ କରି ନିଜର ଦୋ ମୁହାଁ ମୁଖକୁ ଲୋକଙ୍କ ସମ୍ମୁଖରେ ନିଜେ ଫର୍ଦ୍ଧାଫାଶ କରିଛି । ଏଭଳି ଗୋଟିଏ ମହିଳା ସ୍ୱାର୍ଥ ଉଦ୍ଧିଷ୍ଟ ବିଧେୟକକୁ ବିରୋଧ କରି ବିଜୁ ଜନତା ଦଳ ନିଜକୁ ମହିଳା ବିରୋଧୀର ପରିଚୟ ଦେବା ସହ ସମ୍ବେଦନହୀନତା ଓ ଅମାନବିକତାର ମଧ୍ୟ ପରିଚୟ ଦେଇଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି ।
ଦେଶରେ ଅନ୍ୟ ସଂପ୍ରଦାୟର ମହିଳାଙ୍କ ଭଳି ମୁସଲିମ ମାଁ ଓ ଭଉଣୀମାନେ ମଧ୍ୟ ସ୍ୱାଭିମାନର ସହ ବଂଚିବାର ଅଧିକାର ରହିଛି । ତେଣୁ ଏଭଳି ନିୟମକୁ ଯିଏ ବିରୋଧ କରିବ, ଆମେ ତାଙ୍କୁ ନିଶ୍ଚିତ ଭାବେ ବିରୋଧ କରିବୁ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି ।
ମାଁକୁ ସମ୍ମାନ କହୁଥିବା ଶାସକ ବିଜେଡିର ସର୍ବଦା ଦୋମୁହାଁ ନୀତି ଅବଲମ୍ବନ କରିଥାଏ । “ଟ୍ରିପଲ ତଲାକ” ପ୍ରସଙ୍ଗରେ ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଗୋଟିଏ କଥା କହୁଥିବାବେଳେ ଅନ୍ୟ ପଟେ ସଂସଦରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ଦୋମୁହାଁ ଚରିତ୍ରକୁ ରାଜ୍ୟର ମୁସଲିମ ମାଁ ଓ ଭଉଣୀମାନେ କେବେହେଲେ କ୍ଷମା କରିବେ ନାହିଁ ଏବଂ ଏହାର ଉଚିତ ଜବାବ୍ ଠିକଣା ସମୟରେ ଦେବେ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ନିୟତି ଗିରି, ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର, ଭୂବନେଶ୍ୱର ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, କଟକ ଜିଲ୍ଲା ସଭାନେତ୍ରୀ କଳ୍ପନା ପଟ୍ଟନାୟକ, ଭଦ୍ରକ ଜିଲ୍ଲା ସଭାନେତ୍ରୀ ମନସ୍ୱିନୀ ଖୁଂଟିଆ, କେନ୍ଦୁଝର ଜିଲ୍ଲା ସଭାନେତ୍ରୀ ସୁମତୀ ଜେନାଙ୍କ ସମେତ ପ୍ରବିଣା ମହାପାତ୍ର, ପୂର୍ଣ୍ଣବାସୀ ମହାପାତ୍ର, ପ୍ରତିଭା ମଂଜରୀ ସାହୁ, ସଂଯୁକ୍ତା ମିଶ୍ର, ମିନତୀ ବାରିକ, ଶଶିପ୍ରଭା ରଥ, ମନ୍ଦାକିନୀ ପାତ୍ର, ପଦ୍ମାବତୀ ଜେନା, ଛବି ସ୍ୱାଇଁ ଓ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME