ଅନ୍ଲାଇନ୍ରେ ଦାଖଲଖାରଜ କାର୍ଯ୍ୟର ଶୁଭାରମ୍ଭ ; ଡୁଇଷ୍ଟ ଏବଂ ପ୍ରୋଜେକଫ ମ୍ୟାନେଜମେଣ୍ଟୟୁନିଟ୍ ଉଦ୍ଘାଟିତ

ଅନ୍ଲାଇନ୍ ମାଧ୍ୟମରେ ତହସିଲଗୁଡ଼ିକରେ ଦାଖଲଖାରଜ କାର୍ଯ୍ୟକୁ ରାଜସ୍ୱ ଓ ବିପର୍ଯ୍ୟୟ
ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଶୁଭାରମ୍ଭ କରିଛନ୍ତିା ଅନ୍ଲାଇନ୍ରେ ଦାଖଲଖାରଜ ମାମଲାର
ଫଇସଲା ତ୍ୱରାନ୍ୱିତ ହୋଇପାରିବା ସହ ଲୋକମାନେ ବହୁଳ ଭାବରେ ଉପକୃତ ହୋଇପାରିବୋ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୩ଟି ମାର୍ଗଦର୍ଶନ ଅନୁସାରେ ରାଜସ୍ୱ ପ୍ରଶାସନରେ ପ୍ରଯୁକ୍ତିବିଦ୍ୟାର
ପ୍ରୟୋଗ ମାଧ୍ୟମରେ ଲୋକମାନଙ୍କ ନିକଟତର ହେବା ସହିତ ବିଭିନ୍ନ ରାଜସ୍ୱ ସେବାକୁ ସେମାନଙ୍କ
ନିକଟରେ ପହଞ୍ଚାଇବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତିା ଆଜି
ସଚିବାଳୟଠାରେ ଅନ୍ଲାଇନ୍ ମୁ୍ୟଟେସନ୍ ଓ ତହସିଲ ସଂପର୍କିତ ତଥ୍ୟ ପ୍ରଦାନ ନିମନ୍ତେ ପ୍ରତ୍ୟକ୍ଷ
େଓ୍ୱବ୍ଆଧାରିତ ବ୍ୟବସ୍ଥା-ଡୁଇଷ୍ଟ(ଉirecଟ୍ଟ ଘeଚ୍ଛ-ଚ୍ଛଚ୍ଚଟeଛ ଔnଜଞ୍ଚrmଚ୍ଚଟ୍ଟiଞ୍ଚn ଗyଟଟ୍ଟem ଞ୍ଚଜ Tଚ୍ଚhଚ୍ଚଟiଝଉଘଔଗT)କୁ
ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମହାନ୍ତି କହିଲେ ଯେ
ଅନ୍ଲାଇନ୍ରେ ଦାଖଲଖାରଜ ମାମଲା ଫଇସଲା କରାଯିବା ଦ୍ୱାରା ଏହି କାର୍ଯ୍ୟରେ ସ୍ୱଚ୍ଛତା ଓ
ପାରଦର୍ଶିତା ଆସିବା ସହିତ ବକେୟା ମାମଲାଗୁଡ଼ିକର ଅତିଶୀଘ୍ର ଫଇସଲା ହୋଇପାରିବା ଏଥ# ସହିତ
ତହସିଲଗୁଡ଼ିକରେ େଓ୍ୱବ୍ସାଇଟ୍ ଖୋଲାଯାଇ ରାଜସ୍ୱ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଜନସାଧାରଣଙ୍କ
ନିମନ୍ତେ ଉପଲବ୍ଧ କରାଯିବା ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ ତହସିଲ େଓ୍ୱବ୍ସାଇଟ୍ରେ ସବିଶେଷ
ତଥ୍ୟ ଅପଲୋଡ଼ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତିା
ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୨୫ଟି ଜିଲ୍ଲାର ୩୮ଟି ତହସିଲରେ ଅନ୍ଲାଇନ୍ ମୁ୍ୟଟେସନ୍
ଆରମ୍ଭ କରାଯାଇଛି ଏବଂ ଆଗାମୀ ୧୫ ଦିନ ମଧ୍ୟରେ ୧୦୦ଟି ତହସିଲରେ ଅନ୍ଲାଇନ୍ରେ ମୁ୍ୟଟେସନ୍
କାର୍ଯ୍ୟ କରାଯିବା ସେହିପରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩୧୭ଟି ତହସିଲ୍ରେ
ଅନ୍ଲାଇନ୍ରେ ଦାଖଲଖାରଜ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଏଥ# ନିମନ୍ତେ ଭାରତ
ସଂଚାର ନିଗମ ଲିମିଟେଡ୍ ସହଯୋଗରେ ତହସିଲଗୁଡ଼ିକୁ ୨ ଏମ୍ବିପିଏସ୍ (ଏମ୍ପିଏଲ୍ଏସ୍) ସଂଯୋଗ
ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛିା ସଂପୃକ୍ତ ରାଜସ୍ୱ କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ
ଦିଆଯାଇଛି ଓ ଅନ୍ଲାଇନ୍ ମାଧ୍ୟମରେ ହେଉଥ#ବା ରାଜସ୍ୱ କାର୍ଯ୍ୟର ସୁପରିଚାଳନା ଓ ତଦାରଖ କରିବା
ପାଇଁ ଏକ ପ୍ରୋଜେକଫ ମ୍ୟାନେଜ୍ମେଣ୍ଟୟୁନିଟ୍ ଖୋଲାଯାଇଛିା ଆଜି ଏହାକୁ ମନ୍ତ୍ରୀ ଶ୍ରୀ ମହାନ୍ତି ବିଭାଗ
ପରିସରରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥ#ଲୋ ଏହି ଅବସରରେ ଭିଡିଓ କନ୍ଫରେନ୍ସିଂ
ମାଧ୍ୟମରେ ମନ୍ତ୍ରୀ ଶ୍ରୀ ମହାନ୍ତି ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କଠାରୁ ତହସିଲ୍ରେ ଅନ୍ଲାଇନ୍
ମୁ୍ୟଟେସନ୍ ବ୍ୟବସ୍ଥା ଏବଂ ଡୁଇଷ୍ଟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥ#ଲୋ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାରଙ୍କ
ସହିତ ବହୁ ବରିଷ୍ଠ ବିଭାଗୀୟ ଅଧ#କାରୀ ଏବଂ ଏନ୍ଆଇସି ଓ ଭାରତ ସଂଚାର ନିଗମ ଲିମିଟେଡ୍ର
ଅଧ#କାରୀମାନେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥ#ଲୋ

Share in top social networks!