ରାଜ୍ୟ ସରକାରର ଅପାରଗତା ଫଳରେ ଧାନର ଅଭାବି ବିକ୍ରି; ଚାଷୀ ହକ୍ ପାଇଁ କଂ୍ଗ୍ରେସ କୃଷକ ସେଲ୍ର ଆନେ୍ଦାଳନ ଡାକରା

କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ଉଭୟ ସରକାର କୃଷି କୃଷକଙ୍କ ବିକାଶ ପାଇଁ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଯେଉଁ ବାହଷ୍ପୋଟ ମାରୁଛନ୍ତି ତାହା ବାସ୍ତବଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଚାଷୀଙ୍କ ନାମରେ ଉଭୟ ଦଳର କେବଳ ନାଟକବାଜି ଚାଲିଛି । ଏହି ଦଳ ଦୁଇଟିର ଅସଲ ଚେହେରା ଚାଷୀ ଜାଣି ମଧ୍ୟ ନିରୁପାୟ । ଆଗାମୀ ଦିନରେ ଅଙ୍ଗେ ଲିଭାଉଥିବା ଚାଷୀକୁଳ ହିଁ ଏହାର ସଠିକ୍ ଉତ୍ତର ଦେବେ । ସରକାରଙ୍କ ଘୋଷଣା ଓ କାର୍ଯ୍ୟକାରୀତା ଭିତରେ ଢେର୍ ଫରକ୍ । ଠିକଣା ସମୟରେ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ସମସ୍ତ ଧାନ କ୍ରୟ କରିବେ ଓ ଚାଷୀଙ୍କୁ ଏହାର ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ସରକାରଙ୍କ ଘୋଷଣା କେବଳ ଭାଷଣ ସର୍ବସ୍ୱ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଉଭୟ ସରକାରଙ୍କ ଏପରି ଚାଷୀ ମାରଣ ନୀତିକୁ ତୀବ୍ର ପ୍ରତିବାଦ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଧାନ କିଣାରେ ପ୍ରତି ବସ୍ତାରେ ୪ରୁ୫ କେଜି କଟଣି ଛଟଣି କରାଯାଉଛି । ଏଫ୍,ଏ,କୁ୍ୟ ନିମ୍ନମାନ ବୋଲି ଅନେକ ଚାଷୀଙ୍କଠାରୁ ଧାନ କିଣା ଯାଉ ନାହିଁ । ମଣ୍ଡି ଅବସ୍ଥା ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ବିପର୍ଯ୍ୟସ୍ତ । ନିୟମ ମୁତାବକ ଚାଷୀ ଧାନ ଦେଇ ମଧ୍ୟ ପାଉଣା ପାଇବା କାଠିକର ପାଠ । ଧାନ ବିକିବା ପାଇଁ ଟୋକନ ପାଇଲେ ମଧ୍ୟ ଧାନ ବିକ୍ରି କରିପାରୁ ନାହିଁ । ଚାଷୀର ବଳକା ଧାନ କିଣିବା ତ ଦୂରର କଥା ନାମ ପଞ୍ଜିକରଣରେ ତୃଟି ଦର୍ଶାଇ ମଣ୍ଡିରୁ ଧାନ ଫେରାଇ ଦିଆ ଯାଉଛି । ସରକାର କାଗଜ କଲମରେ କେବଳ ଚାଷୀଙ୍କ ସମସ୍ତ ବଳକା ଧାନ ବହୁଳ ଭାବେ କିଣୁଛନ୍ତି ବୋଲି ପ୍ରଚାର ସର୍ବସ୍ୱ ହୋଇଛି । ଅପର ପକ୍ଷରେ ଯୋଗାଣ ମନ୍ତ୍ରୀ ମିଲରମାନେ ଧାନ ଲିଫ୍ଟ କରୁନାହାନ୍ତି ବୋଲି ଚାଷୀଙ୍କୁ କେବଳ ଆଶ୍ୱାସନା ଦେଇ ଚାଲିଛନ୍ତି । କିନ୍ତୁ ଦୁଃର୍ଭାଗ୍ୟର ବିଷୟ, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚôତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାସ୍ତବରେ ପ୍ରକୃତ ସମସ୍ୟାର ସମାଧାନ ନ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ନିଜର ଫାଇଦା ପାଇଁ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ସରକାରଙ୍କର ଏଭଳି ମନମୁଖି କାର୍ଯ୍ୟକ୍ରମକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଯଦି ସରକାର ତୁରନ୍ତ ଚାଷୀଙ୍କଠାରୁ ସେମାନଙ୍କ ସବୁ ବଳକା ଧାନ ସହାୟକ ମୂଲ୍ୟରେ କ୍ରୟ ନ କରନ୍ତି, ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଚାଷୀ ଆନେ୍ଦାଳନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ କଂଗ୍ରେସ କୃଷକ ସେଲ୍ର ସମସ୍ତ ଜିଲ୍ଲା ସଭାପତିମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Share in top social networks!