ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନରେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସ

DSC_4548 ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଚତୁର୍ଥ ଦିବସ । ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ରାଗ କଲ୍ୟାଣ ଓ ତାଳ ଝମ୍ପା ଉପରେ ପର୍ଯ୍ୟବେସିତ ଗୀତ ଗୋବିନ୍ଦରେ ଅଭିନୟ “ଦଶାବତାର’ ପରିବେଷଣରୁ ଯାହାକୁ ଏକକ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କ ଠାରେ ଉପସ୍ଥାପନ କରିଥିଲେ ଭାଗ୍ୟଶ୍ରୀ ସୁମନ ଓତା । ପରେ ପରେ ଜୟଲକ୍ଷ୍ମୀ ମିଶ୍ରଙ୍କ ଦ୍ୱାରା ଅଭିନୟ “କିଶୋଭା ଗୋକୁଞ୍ଜେ ମଦନ ମୋହନ ଚାହାଁରେ ପ୍ରାଣ ମିତଣୀ’ ଯାହା ତାଳ ଏକତାଳୀ, ଝମ୍ପା, ଖେମଟା ଓ ରାଗ ଆନନ୍ଦ ଭୈରବୀ ଉପରେ ପର୍ଯ୍ୟବେସିତ ଥିଲା । ତାପରେ ଦେବଦର୍ଶନୀ ସ୍ୱାଇଁଙ୍କ ଦ୍ୱାରା ଅଭିନୟ “ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି’ ଯାହା ରାଗ ବକୁଳା ଭରଣ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ପରେ ପରେ “ବର୍ଷା’ ପରିବେଷଣ କରିଥିଲେ ପ୍ରଶାନ୍ତ କୁମାର ସାହୁ ଯାହା ରାଗ ମେଘ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦ୍ୱୈତନୃତ୍ୟ ସ୍ଥାୟୀ “ତାକେଧା କିଟତାକ୍ ତାହମ୍ ଥେଇ’ ଯାହାକୁ ପରିବେଷଣ କରିଥିଲେ କଟକର ବିଭାଷ ରଞ୍ଜନ ଦାସ ଓ ଶୀତଲ ସ୍ୱାଇଁ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଥିଲା ଅଭିନୟ “ଛାଡ଼ିଦିଅ ମନୁ ଚିନ୍ତା ହେ ମୋହନ’ ଯାହା ରାଗ ଶୁଦ୍ଧଦେଶୀ ଓ ତାଳ ଖେମଟା ଉପରେ ନିବଦ୍ଧ ଥିଲା । ପରେ ପରେ ରଘୁନାଥ ପ୍ରଧାନଙ୍କ ଦ୍ୱାରା ଅଭିନୟ ଗୀତଗୋବିନ୍ଦ “ଶ୍ରିତ କମଳା କୁଚ ମଣ୍ଡଳ ଧ୍ରୁତକୁଣ୍ଡଳ କଳିତ ଲଳିତ ବନମାଳୀ’ ପରିବେଷଣ କରିଥିଲେ । ତାପରେ ପ୍ରତିକ ପ୍ରୀୟଙ୍କର ମିଶ୍ରଙ୍କ ଦ୍ୱାରା ଅଭିନୟ “ମନ ଉଦ୍ଧାରଣ କରହେ କାରଣ’ ଯାହା ରାଗ ମିଶ୍ରକାମଦୀ ଓ ତାଳ ତ୍ରିପଟା ଉପରେ ପର୍ଯ୍ୟବେସିତ ଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ କଲ୍ୟାଣ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ ଅଙ୍କିତା ସାହୁ । ପରେ ପରେ କଲିକତାର ସୁମିତା ପାଲ ପରିବେଷଣ କରିଥିଲେ ଅଭିନୟ “ଶିବ ତାଣ୍ଡବ’ ଏବଂ ଏକକ ନୃତ୍ୟର ଶେଷ ପରିବେଷଣ ଥିଲା ହିମାଂଶୁ ନାୟକଙ୍କ ଦ୍ୱାରା ଅଭିନୟ “ଭଜରେ ମନ ରାମଚନ୍ଦ୍ର ପଦଧ୍ୟାନ’ । ପୂର୍ବାହ୍ନ ଅଧିବେଶନର ଶେଷ ଦଳଗତ ନୃତ୍ୟ ପର୍ଯ୍ୟାୟରେ ଦେବଦିପ୍ତ ବିଶ୍ୱାଳ ଓ ସାଥୀଙ୍କ ଦ୍ୱାରା ଅଭିନୟ “ଜଗନ୍ନାଥାଷ୍ଟକମ୍’ ଏବଂ ମୀରା ନୃତ୍ୟାୟନ ଅନୁÂାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ଶକ୍ତି ସ୍ୱରୂପା – ନିସ୍ତମ୍ଭ ସ୍ତମ୍ଭ ମର୍ନ୍ଦିନି’ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ଦେବସ୍ତିତା ବେହେରାଙ୍କ ଦ୍ୱାରା ଅଭିନୟ “ଦୂତି କହିବୁ ଗୋ ଚିତ୍ତ ଚୋରାଙ୍କୁ ଏତକ’ ପରେ ପରେ ଆମେରିକାରୁ ଆସିଥିବା ଦିବ୍ୟା ରଥଙ୍କ ଦ୍ୱାରା “ପଲ୍ଲବୀ’, ସୌମେନ୍ଦ୍ର ବଳବନ୍ତରାୟ ଓ ନିତିନ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟ “କୋଣାର୍କକାନ୍ତୀ’, କଲିକତାର ଦୀପଞ୍ଜନ ଦତ୍ତଙ୍କ ଦ୍ୱାରା ଅଭିନୟ ଚମ୍ପୁ (ଲ) “ଲୀଳା ନିଧି ହେ ଲାଜେ ମୁଁ ଗଲି ଟି ସଢି’ ଯାହା ରାଗ ଦେଶ ଓ ତାଳ ଖେମଟା ଉପରେ ପର୍ଯ୍ୟବେସିତ ଥିଲା ପରେ ପରେ ଲତିକା ମଣ୍ଡଲଙ୍କ ଦ୍ୱାରା ଅଭିନୟ “ଦେଖିବା ପରା ଆସରେ ପ୍ରାଣ ସଙ୍ଗିନୀ ଶ୍ରୀ ବଂଶୀଧର ବେଶକୁ’, କଲିକତାର ପିୟାଲୀ ଘୋଷଙ୍କ ଦ୍ୱାରା ଅଭିନୟ “ଜଟାଜୁଟ ସମାଯୁକ୍ତ ମଦେ୍ର୍ଧନ୍ଦୁ କୃତ ଶେଖର’, ସିଙ୍ଗାପୁରରୁ ଆସିଥିବା ଶିଳ୍ପୀ ଶମ୍ମିତା ପାଲଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟ ଏବଂ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ନୃତ୍ୟଧାମ ଅନୁÂାନର କଳାକାରମାନଙ୍କୁ ନେଇ ସପ୍ତଦେବୀ ଓ ସବିତାମିଶ୍ର ଓ ସାଥୀଙ୍କ ଦ୍ୱାରା ଶିବସ୍ତୁତି ପରିବେଶିତ ହୋଇଥିଲା ।
ସଂଧ୍ୟାର ଅଧିବେଶନର ଶିଳ୍ପୀମାନେ ଥିଲେ ଏକକ ନୃତ୍ୟ ପର୍ଯ୍ୟାୟରେ ଛତିଶଗଡ଼ର ସୁଶାନ୍ତ କୁମାର ଦାସ, ଭୁବନେଶ୍ୱରର ମୋହେଶ୍ୱରୀ ପ୍ରଧାନ, ମୌସୁମୀ ମହାପାତ୍ର, ସୋନାଲ ଆଚାର୍ଯ୍ୟ, କଟକର ପୁଷ୍ପା ପଣ୍ଡା, ଆମେରିକାର ଡୋଗଲାସ ରିଡ଼ିଙ୍ଗସ୍, କଟକର ନିବେଦିତା ପତ୍ରୀ ଏବଂ ଭୁବନେଶ୍ୱରର ସ୍ନେହଞ୍ଜଳୀ ବେହେରା । ଦ୍ୱୈତନୃତ୍ୟ ପର୍ଯ୍ୟାୟରେ ସନ୍ଧ୍ୟାରାଣୀ ଓ ବର୍ଷା ମୋହିନୀ ଏବଂ ଇତିଶିକ୍ଷା ପ୍ରଧାନ ଓ ସୃତିଶ୍ରୀ ସ୍ୱାଇଁ । ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ କଲିକତାର ଓଡ଼ିଶୀ ଆଶ୍ରମର କଳାକାରମାନଙ୍କୁ ନେଇ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧିରଖିôଥିଲା ।
ଆଜି ସଂଧ୍ୟାର ଅତିଥି ଥିଲେ ପ୍ରଫେସର ଡ଼. ରଜତ କର, ଡ଼. ସୁବାସ ପାଣି, ଡ଼. ଏସ୍. କେ. ତାମୋଟିଆ, ପ୍ରଫେସର ଗୁରୁ ରାମହରି ଦାସ, ବୟନିକାର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଇଂ ଶ୍ରୀନୀବାସ ଘଟୁଆରୀ ।

Share in top social networks!