ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୱାର୍ଲଡ୍ସ୍କିଲସ୍ ୨୦୧୭ ବିଜେତାଙ୍କୁ ସମ୍ବର୍ଧନା

Minister Shri Dharmendra Pradhan felicitating Silver Medalist Mohit Dudeja ଚଳିତ ବର୍ଷ ଅକ୍ଟୋବରରେ ଆବୁଧାବିଠାରେ ଅନୁÂିତ ୱାର୍ଲଡ୍ସ୍କିଲ୍ସ୍ ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଭାରତୀୟମାନଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଧନା ପ୍ରଦାନ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ବିଜେତାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।
ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଯୋଗିତାର ବିଜେତା ଏବଂ ସେମାନଙ୍କ ତାଲିମଦାତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ୱାର୍ଲଡ୍ସ୍କିଲସ୍ ପ୍ରତିଯୋଗିତାର ୨୬ଟି ବର୍ଗରେ ଭାରତର ୨୮ ଜଣିଆ ଟିମ୍ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ୫୧ଟି ଦକ୍ଷତା ପ୍ରତିଯୋଗିତାରେ ୫୯ଟି ୱାର୍ଲଡ୍ସ୍କିଲ୍ସ ସଦସ୍ୟ ରାଷ୍ଟ୍ରର ୧୩୦୦ ଯୁବକଯୁବତୀ ପ୍ରତିଦ୍ୱନ୍ଦିତା କରିଥିଲେ ।
ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,“ଦେଶକୁ ଗର୍ବିତ କରିବାରେ ଏହି ଯୁବକଯୁବତୀମାନଙ୍କ ନିÂା, ଉତ୍ସାହ ଓ ଉତ୍ସର୍ଗୀକୃତ ମନୋଭାବ ଅନୁପ୍ରାଣିତ କରିବ । ଏଭଳି ପ୍ରତିଯୋଗିତା ବିଶ୍ୱ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାର କେବଳ ସୁଯୋଗ ପ୍ରଦାନ କରୁନାହିଁ ବରଂ ସେମାନଙ୍କ ଦକ୍ଷତାର ମାନଦଣ୍ଡ ବଢ଼ାଇବାର ସୁଯୋଗ ମଧ୍ୟ ପ୍ରଦାନ କରିଛି । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହି ଦକ୍ଷତାର ଦୂତମାନେ ଅନ୍ୟମାନଙ୍କୁ ଦକ୍ଷତା ତାଲିମ ହାସଲ କରିବା ପାଇଁ ଅନୁପ୍ରାଣିତ କରିବେ ଯେଉଁମାନେ ସମାଜରେ ନିଜ ପାଇଁ ସଫଳତା ଓ ସମ୍ମାନ ଚାହୁଁଛନ୍ତି ।
ଦକ୍ଷତା ବିକାଶ ଓ ଉଦ୍ୟମିତା ରାଜ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅନନ୍ତ କୁମାର ହେଗଡେ୍ କହିଛନ୍ତି ଯେ, “ବିଶ୍ୱ ସ୍ତରର ଦକ୍ଷତା ସ୍ତର ହାସଲକୁ ନିଶ୍ଚିତ କରି ବିଶ୍ୱ ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏହି ଯୁବକ ଓ ଯୁବତୀମାନେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି କରିଛନ୍ତି । ଆମେ ବହୁତ ଉଲ୍ଲାସ ପ୍ରଦାନ କରିବା ଭଳି ବିଷୟ ଯେ ଏହି ପ୍ରତିଯୋଗିତାରେ ଦେଶର ଅନେକ ଅପହଂଚ ଅଂଚଳରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ଯୁବକଯୁବତୀମାନେ ସେମାନଙ୍କ ପ୍ରତିଭା ବଳରେ ନିଜର ବିଶ୍ୱ ସ୍ତରର ପ୍ରତିପକ୍ଷଙ୍କୁ ପରାସ୍ତ କରିପାରିଛନ୍ତି । ଆମେ ସେମାନଙ୍କୁ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ହେବାକୁ ଏବଂ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଜାରି ରଖିବା ପାଇଁ ଆହ୍ୱାନ ଦେଉଛୁ ।’’
ପ୍ରତିଯୋଗିତାର ବିଜେତାମାନଙ୍କୁ ଆଠ ଲକ୍ଷ, ଛଅ ଲକ୍ଷ ଏବଂ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ତାଲିମଦାତାମାନଙ୍କୁ ତିନି ଲକ୍ଷ, ଦୁଇ ଲକ୍ଷ ଏବଂ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି ।

Share in top social networks!