ତିନ୍ ତଲାକ୍ ପ୍ରସଂଗରେ ସଂସଦରେ ବିଜେଡିର ଆଭିମୁଖ୍ୟ ପ୍ରରିପ୍ରେକ୍ଷୀରେ ବିଜେଡ଼ି ମହିଳା ବିରୋଧୀ : ବିଜେପି

 ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କୈାଣସି ସମବେଦନା ନାହିଁ
 ବିଜେଡି କେବଳ ରାଜନୈତିକ ଫାଇଦା ଓ ବିଜେପି ବିରୁଦ୍ଧରେ ମେଂଟ କରି ଜାତିଆଣ ସାଂପ୍ରଦାୟିକ ରାଜନୀତି କରିବା ପାଇଁ ଚେଷ୍ଟା କରୁଛି
 ବାସ୍ତବରେ ଯଦି ମୁଖ୍ୟମନ୍ତ୍ରୀ ନାରୀମାନଙ୍କୁ ସମ୍ମାନ ଦେଉଛନ୍ତି ତେବେ ଏଭଳି ବିଲ୍ କୁ ବିରୋଧ କଣ ପାଇଁ କରୁଛନ୍ତି ?
15590632_1795041604046182_4477239038883628572_n
ବହୁ ଚର୍ଚ୍ଚିତ ତିନି ତଲାକ ଅବା ମୁସଲିମ୍ ମହିଳା ବିଲ୍ ସଂସଦରେ ଆଗତ ହୋଇଛି । ତିନି ତଲାକ୍ରେ ମୁସଲମାନ ମହିଳାଙ୍କୁ ଛାଡପତ୍ର ଦିଆଯିବା ପ୍ରଥା ଉପରେ ରୋକ୍ ଲଗାଇବା ସହ ଏହି ବିଲ୍ ପାସ ହେଲେ ମୁସଲମାନ ମହିଳାଙ୍କ ଅଧିକାର ସୁରକ୍ଷିତ ହେବ ଓ ସେମାନେ ସଶକ୍ତ ହୋଇପାରିବେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ସଂସଦରେ ଏହି ବିଲ୍ ଆସିବା ମାତ୍ରକେ ବିଜେଡି ଏହାକୁ ଦୃଢ ବିରୋଧ କରିବା ଯୋଗୁଁ ଓଡିଶାକୁ ଲଜ୍ଜିତ ହେବାକୁ ପଡ଼ିଛି ବୋଲି ବିଜେପି ସଂପାଦିକା ଡଃ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ମାନ୍ୟବର ଉଚ୍ଚତମ ନ୍ୟାୟଳୟ ତିନି ତଲାକକୁ ଅସାମ୍ବଧାନିକ ବୋଲି ଦର୍ଶାଇଥିବାବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନ ମହିଳାମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ତାଙ୍କ ଅଧିକାର ଦେବା ପାଇଁ ପ୍ରୟାସ କରିଥିଲେ । ଏହି ବିଲ୍ ଆଗତ ହେବା ଖୁସିରେ ଦେଶ ତଥା ରାଜ୍ୟରେ ବସବାସ କରୁଥିବା ମୁସଲମାନ ମହିଳାମାନେ ଖୁସି ମନଉଥିବାବେଳେ ବିଜେଡି ଏଭଳି ଆଭିମୁଖ୍ୟ ଜାତିଆଣ ସଂପ୍ରଦାୟର ଶକ୍ତି ବୋଲି ପ୍ରମାଣିତ କରିଛି । ତୃଣମୂଳ କଂଗ୍ରେସ, ଆରଜେଡି ଓ କଂଗ୍ରେସ ଦୁର୍ନୀତିଗ୍ରସ୍ତ ଏବଂ ମହିଳା ବିରୋଧୀ ବୋଲି ଆଗରୁ ପ୍ରମାଣ ରହିଥିବାବେଳେ ବିଡେଜି ସେମାନଙ୍କ ସହ ମିଶି ଏଭଳି ଗୋଟିଏ ଏ÷÷୍ୟତିହାସିକ ବିଲ୍ କୁ ବିରୋଧ କରିବା ହେଉଛି ମହିଳାମାନଙ୍କ ପ୍ରତି ଅସମ୍ମାନ ବୋଲି ଡଃ. ସାମନ୍ତସିଂହାର କହିଛନ୍ତି ।
ବିଜେଡି କେବଳ ରାଜନୈତିକ ଫାଇଦା ଓ ବିଜେପି ବିରୁଦ୍ଧରେ ମେଂଟ କରି ଜାତିଆଣ ସାଂପ୍ରଦାୟିକ ରାଜନୀତି କରିବା ପାଇଁ ଚେଷ୍ଟା କରୁଛି । ମହିଳାମାନଙ୍କୁ ସମ୍ମାନ, ମାଆକୁ ସମ୍ମାନ ତଥା ମହିଳା ସଶକ୍ତିକରଣ କଥା କହୁଥିବା ମୁଖ୍ୟମନ୍ତ୍ରୀ କେବଳ ଭାଷଣବାଜି କରିପାରନ୍ତି । ବାସ୍ତବରେ ଯଦି ସେ ସମ୍ମାନ ଦେଉଛନ୍ତି ତେବେ ଏହି ବିଲ୍ କୁ ବିରୋଧ କଣ ପାଇଁ କରୁଛନ୍ତି ବୋଲି ଡଃ.ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି ।

Share in top social networks!