ସୋସିଆଲ ମିଡିଆକୁ ବ୍ୟବହାର କରି ଶାସକ ବିଜେଡି ରାଜ୍ୟର ମୈାଳିକ ସମସ୍ୟାକୁ ସମାଧାନ କରିପାରିବେ କି ? : ବିଜେପି

 ବିଭିନ୍ନ ସମସ୍ୟା ଘେରରେ ବାସ କରୁଥିବା ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର ହଟାଇବାକୁ ସୁଚିନ୍ତିତ ଷଡଯନ୍ତ୍ର
 ଡାକ୍ତରଖାନାରେ ଡାକ୍ତର ନଥିବା, ବିଦ୍ୟାଳୟରେ ଶିକ୍ଷକ ନଥିବା, ନିମ୍ନମାନର ମଧ୍ୟାହ୍ନ ଭୋଜନ ବଂଟନ କରିବା ସହ ସ୍ୱଚ୍ଛ ପାନୀୟ ଜଳ, ବିଜୁଳି, ସଡକ, ଶିକ୍ଷା, ସ୍ୱାସ୍ଥ୍ୟ ସେବାରୁ ସାଧାରଣ ଜନତା ବଂଚିତ ହେବା ଭଳି ବିଭିନ୍ନ ସମସ୍ୟାକୁ ସୋସିଆଲ ମିଡିଆ ଜରିଆରେ ବିଜେଡି ପ୍ରଚାର କରିବ କି ?
15590632_1795041604046182_4477239038883628572_n
ଗତ ପଂଚାୟତ ନିର୍ବାଚନ ପରେ ନିଜ ଲୋକପ୍ରିୟତା ହ୍ରାସ ପାଇବାରେ ଭୟଭୀତ ହୋଇ ପଡିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ରମାଗତଃ ଭାବେ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ନିଜ ଏବଂ ଶାସକ ବିଜେଡିର ଅପାରଗତା ଓ ସ୍ଥାଣୁତା କାରଣରୁ ବିଭିନ୍ନ ସମସ୍ୟା ଘେର ଭିତରେ ବାସ କରୁଥିବା ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର ହଟାଇବା ସହ ଅଯଥାରେ ନିଜ ଆତ୍ମପ୍ରଚାରରେ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
ବିଜେଡିର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କରିବା ପ୍ରସଙ୍ଗରେ ଶ୍ରୀ ଶର୍ମା କହିଛନ୍ତି ଯେ, ରାଜ୍ୟର ବାସ୍ତବ ଚିତ୍ର ସମସ୍ତଙ୍କୁ ଭଲ ଭାବେ ଜଣା ଅଛି । ଗାଁ ଗହଳିଠୁ ଆରମ୍ଭ କରି ସହରାଂଚଳରେ ପାନୀୟ ଜଳ, ବିଜୁଳି, ସଡକ ସମସ୍ୟାଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନରେ ବିଭ୍ରାଟ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଦି ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଏବଂ ଶାସକ ବିଜେଡିର ଦୁର୍ନୀତିରେ ସଂପୃକ୍ତି ସଂପର୍କରେ ରାଜ୍ୟବାସୀ ଭଲ ଭାବେ ଜାଣିସାରିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ଶାସକ ବିଜେଡିର କହିବା ଗୋଟିଏ ପଟେ ଏବଂ କାର୍ଯ୍ୟ ଅନ୍ୟ ପଟେ । କହିବା ଓ କରିବା ଭିତରେ କୈାଣସି ସାମଞ୍ଜ୍ୟସ ନଥାଏ । ପ୍ରଚାର ପାଇଁ ସୋସିଆଲ ମିଡିଆ ସମସ୍ତେ ବ୍ୟବହାର କରିପାରିବେ ଏବଂ ଏହି ପ୍ରଚାର ସମସ୍ତଙ୍କୁ ପ୍ରଭାବିତ କରିବା ଜରୁରୀ । ମାତ୍ର ବିଜେଡି ଏହି ସୋସିଆଲ ମିଡିଆକୁ ବ୍ୟବହାର କରି କ’ଣ ଡାକ୍ତରଖାନାରେ ଡାକ୍ତର ନଥିବା, ବିଦ୍ୟାଳୟରେ ଶିକ୍ଷକ ନଥିବା, ନିମ୍ନମାନର ମଧ୍ୟାହ୍ନ ଭୋଜନ ବଂଟନ କରିବା ସହ ସ୍ୱଚ୍ଛ ପାନୀୟ ଜଳ, ବିଜୁଳି, ସଡକ, ଶିକ୍ଷା, ସ୍ୱାସ୍ଥ୍ୟ ସେବାରୁ ସାଧାରଣ ଜନତା ବଂଚିତ ହେବା ଭଳି ବିଭିନ୍ନ ସମସ୍ୟାକୁ ପ୍ରଚାର କରିବ କି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।

Share in top social networks!
Powered By Indic IME