୧୩୨ ବର୍ଷ ପୁରୁଣା କଂଗ୍ରେସ ଦଳ, ୨୦ ବର୍ଷ ବିଜେଡିର ଆଶା ବାଡି ସାଜିଛି : ବିଜେପି

 ବହୁ ଶୀଘ୍ର ରାଜ୍ୟବାସୀ ବିଜେଡି ଓ କଂଗ୍ରେସର ମିଳିତ ସମାବେଶ ଦେଖିବାକୁ ପାଇବେ
 ମୁଖ୍ୟମନ୍ତ୍ରୀ, ବିଜେଡି ଓ କଂଗ୍ରେସ ମିଳିତ ଭାବେ ରାଜ୍ୟ ବିକାଶର ବାଧକ

ଦୀର୍ଘ ୧୩୨ ବର୍ଷ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଆଜି ରାଜ୍ୟରେ ମାତ୍ର ୨୦ ବର୍ଷ ପୁରୁଣା ବିଜୁ ଜନତା ଦଳର ଆଶା ବାଡି ସାଜିଛି । ଆଗାମୀ ଦିନରେ ଉଭୟ ବିଜେଡି ଓ କଂଗ୍ରେସର ମିଳିତ ସମାବେଶ ରାଜ୍ୟବାସୀ ବହୁ ଶୀଘ୍ର ଦେଖିବାକୁ ପାଇବେ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ତାତ୍ସଲ୍ୟ ପ୍ରକାଶ କରି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେତେବେଳେ ରାଜ୍ୟ ଓ ସ୍ଥାନୀୟ ସମସ୍ୟା ସହ ରାଜ୍ୟର ସ୍ୱାଭିମାନ ପ୍ରସଙ୍ଗଗୁଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ଉତ୍ଥାପନ କରିବା ଆବଶ୍ୟକ, ସେତେବେଳେ ବିଧାନସଭାର ବାହାରେ ଓ ଭିତରେ କଂଗ୍ରେସ ପଛ ଘୁଂଚା ଦେଇ ଆସିଛି । ପିସିିସି ସଭାପତି ବାମ ପଟକୁ ଯିବା ପାଇଁ ନିଦେ୍ର୍ଧଶ ଦେଲେ ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ଡାହାଣ ପଟକୁ ଯିବା ପାଇଁ କହିଥାନ୍ତି । ଏହି ବାମ ଓ ଡାହାଣକୁ ନେଇ କଂଗ୍ରେସ ଦଳ ସର୍ବଦା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ସହ ନବୀନ ବାବୁଙ୍କ ଆଶା ବାଡି ସାଜି କଂଗ୍ରେସ ଦଳ ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର କରୁଛି । ମୁଖ୍ୟମନ୍ତ୍ରୀ, ବିଜେଡି ଓ କଂଗ୍ରେସ ମିଳିତ ଭାବେ ରାଜ୍ୟ ବିକାଶର ବାଧକ ସାହିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିକୁ ଅଜସ୍ର ସମର୍ଥନ ମିଳୁଥିବାବେଳେ ଉଭୟ ବିଜେଡି ଓ କଂଗ୍ରେସ ଚିରାଚରିତ ଓ ଅଭ୍ୟାସଗତ ଭାବେ ବିଜେପିକୁ ବିରୋଧ କରି ଚାଲିଛି । ଗଣତନ୍ତ୍ରରେ ସାଧାରଣ ଜନତା ଏବଂ ଭୋଟର ହେଲେ ସର୍ବେସର୍ବା । ଉଭୟ ବିଜେଡି ଏବଂ କଂଗ୍ରେସର ଚିତ୍ରକୁ ରାଜ୍ୟବାସୀ ଭଲ ଭାବେ ଜାଣି ସାରିଲେଣି । ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି କ୍ଷମତାଚୁ୍ୟତ ହେବା ନିଶ୍ଚିତ ଏବଂ ବିଜେପି ନିଶ୍ଚିତ ଭାବେ ୧୨୦ ଆସନ ହାସଲ କରି ସରକାର ଗକରିବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share in top social networks!