ବିଜେଡି ସରକାର ସଂସଦରେ ତିନ୍ ତଲାକ ବିଲ୍କୁ ବିରୋଧ କରିବାର କୈାଣସି ଯତାର୍ଥତା ନାହିଁ : କେ.ଭି.ସିଂହ ଦେଓ

 ରାଜ୍ୟ ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ସଫଳତା ପାଇବା ହେଉଛି ଚଳିତ ବର୍ଷର ଭଲ ଖବର
 ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବା ସବୁଠୁ ଦୁଃଖଦ ଖବର
 ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଯଦି କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି ତେବେ କଣ ପାଇଁ ବିଡେଜି ତାଙ୍କ ସହ ମେଂଟ କରୁୃିବାକୁ ଚାହୁଁଛି

ମୁସଲିମ ମହିଳାମାନଙ୍କ ଉପରେ ହେଉଥିବା ତିନ୍ ତଲାକ୍ ଅସାମ୍ବଧାନିକ ବୋଲି ସୁର୍ପ୍ରିମ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହାକୁ ବନ୍ଦ କରିବା ପାଇଁ ସଂସଦରେ କେନ୍ଦ୍ର ସରକାର ସଂସଦରେ ତିନି ତଲାକ ବିଲ୍ ଆଗତ କରିଥିବାବେଳେ ବିଜେଡି ଏହାକୁ ବିରୋଧ କରିଛି । ବିଜେଡି ସାଂସଦ ଭର୍ତୁହରି ମହତାବ ବିଲ୍କୁ ନେଇ ପୁନର୍ବିଚାରର ଆବଶ୍ୟକତା ଅଛି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି । ତିନ୍ ତଲାକ ବିଲ୍କୁ ବିରୋଧ କରିବାର କୈାଣସି ଯତାର୍ଥତା ନାହିଁ ଏବଂ ତାକୁ ବିରୋଧ କରି ବିଜେଡିର ଜାତିଆଣ ଭୋଟ ବ୍ୟାଙ୍କ ରାଜନୀତି କରିବା ପାଇଁ ପ୍ରୟାଶ କରୁଛି ବୋଲି ରାଜ୍ୟ ବିଜେପି ବିଧାୟକ ଦଳ ନେତା କେଭି ସିଂହ ଦେଓ କହିଛନ୍ତି । ଅନ୍ୟପଟେ ପୂର୍ବରୁ ସର୍ବଦଳୀୟ ମତରେ ସବୁ ଦଳ ତିନ ତଲାକ୍କୁ ସମର୍ଥନ କରିଥିବାବେଳେ ଏବେ ଗୃହରେ ବିଲ୍ ଆସିବା ପରେ ତାକୁ ବିରୋଧ କରିବାର କୈାଣସି ଯତାର୍ଥତା ନାହିଁ ବୋଲି ଶ୍ରୀ ସିଂହ ଦେଓ କହିଛନ୍ତି ।
ଏହି ବର୍ଷର ରାଜ୍ୟ ବିଜେପି ପାଇଁ ଭଲ ଖବର ଓ ଖରାପ ଖବର କଣ ଥିଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ସିଂ ଦେଓ କହିଥିଲେ ଯେ, ରାଜ୍ୟ ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ଯେପରି ସଫଳତା ପାଇବା ଏବଂ ତା ସହ ତୃଣମୂଳ ସ୍ତରରେ ଦଳର ସଂଗଠନ ଶକ୍ତିଶାଳୀ ହେବା ଗୋଚିଏ ଭଲ ଖବର । ସେହିପରି ରାଜ୍ୟରେ ୫୦ ଦିନରେ ୧୮ ଜଣ ଚାଷୀଙ୍କ ଆତ୍ମହତ୍ୟା ଏବଂ ପରେ ପରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିବା ସବୁଠୁ ଦୁଃଖଦ ଖବର । ଏକା ସଂଗରେ ଏତେ ଚାଷୀ ଆତ୍ନହତ୍ୟା କରିଥିଲେ ମଧ୍ୟ ସରକାର ନମାନିବା ସବୁଠୁ ବଡ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂହ ଦେଓ କହିଛନ୍ତି ।
କଂଗ୍ରେସ – ବିଜେଡି ମେଂଟ ପ୍ରସଂଗରେ ଶ୍ରୀ ସିଂ ଦେଓ କହିଛନ୍ତି ଯେ, ରାଜ୍ୟ ବିଜେପି ଏକୁଚିଆ ନିର୍ବାଚନ ଲଢିବ ବୋଲି ବିଜେପି ଅଧକ୍ଷ ଅମିତ ଶାହା କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ପ୍ରଥମେ ବିଜେପି ଓ କଂଗ୍ରେସ ଠାରୁ ସମଦ୍ୱରତ୍ୱ ରଖିବ ବୋଲି କହିଥିଲେ । ଏବେ ବିଜେଡି ନିଜକୁ ଦୁର୍ବଳ ଭାବୁଥିବାରୁ ତାଙ୍କ ମନ୍ତ୍ରୀମାନେ କଂଗ୍ରେସ ସହ ମେଂଟ କରିବା ପାଇଁ କଥା ଉଠାଇଛନ୍ତି ବୋଲି ଶ୍ରୀ ସିଂହ ଦେଓ କହିଛନ୍ତି ।
କଂଗ୍ରେସ ୨ ନମ୍ବରରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ୨୦ ବର୍ଷ ବିଜେଡିି ଦଳର ପ୍ରତିÂା ଅବସରେ ଗଣମାଧ୍ୟମକୁ କହିଛନ୍ତି । ଏହି ପ୍ରସଂଗରେ ଶ୍ରୀ ସିଂହ ଦେଓ କହିଛନ୍ତି ଯେ, ଯଦି କଂଗ୍ରେସ ଦି୍ୱତୀୟ ସ୍ଥାନରେ ରହିଛି ତେବେ କଣ ପାଇଁ ବିଡେଜି ତାଙ୍କ ସହ ମେଂଟ କରୁୃିବାକୁ ଚାହୁଁଛି ? ଅନ୍ୟପଟେ ବିଜେପୁର ଉପ ନିର୍ବଚନରେ ରାଜ୍ୟ ବିଜେପି ଭଲ ପ୍ରଦର୍ଶନ କରିବା ସହ ବିଜେପୁରରୁ ବିଜେପିର ବିଜୟ ଯାତ୍ରା ଆରମ୍ଭ ହେବ ବୋଲି ବୋଲି ଶ୍ରୀ ସିଂହ ଦେଓ ଦୃଢକ୍ତି ପ୍ରକାଶ କରିଛନ୍ତି ।

Share in top social networks!