ନବ ନିର୍ବାଚିତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଶୁଭେଚ୍ଛା ଓ ଅଭିନନ୍ଦନ

ଗତ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ଭାରତୀୟ ଜନତା ପାର୍ଟି ହିମାଚଳ ପ୍ରଦେଶରେ ସରକାର ଗଠନ କରିଛି । ଆଜି ୫୨ ବର୍ଷୀୟ ଶ୍ରୀ ଜଏରାମ ଠାକୁର ରାଜ୍ୟର ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି,କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଶ୍ରୀ ନୀତିନ ଗଡକରୀ, ଜେ.ପି.ନଡ୍ଡାଙ୍କ ସମେତ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ନୂତନ ଭାବେ ଶପଥ ଗ୍ରହଣ କରିଥିବା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକୁରଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ହିମାଚଳ ପ୍ରଦେଶ ଦେଶରେ ଏକ ପ୍ରମୁଖ ବିକଶିତ ରାଜ୍ୟରେ ପରିଣତ ହୋଇପାରିବ ବୋଲି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!
Powered By Indic IME