ଓଡିଶାରେ ପ୍ରଥମ ଥର ପାଇଁ ଟେନିସ୍ ଲନ୍ର ଉଦ୍ଧଘାଟନ: ଗୁରୁକୁଳ ରିଜର୍ଟ

DSC_4082ଓଡିଶାର ପ୍ରଥମ ଲନ୍ ଟେନିସ ରିଜୋର୍ଟ ଭାବେ ‘ଗୁରୁକୁଳ ରିଜର୍ଟ’ ଭୁବନେଶ୍ୱର ଠାରୁ ୧୨ କି.ମି ଦୂରରେ ଥିବା ମେଣ୍ଡାଶାଳ ଠାରେ ଉଦ୍ଘାଠିତ ହୋଇଯାଇଛି । ଏହି ଉସôବରେ ଓଡିଶା ଟେନିସ୍ ଆସୋସିଏସନ୍ର ସଚିବ ଏବଂ ପରିବହନ କମିସନର ତଥା ଆଇ.ଏ.ଏସ୍ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ଯୋଗଦେଇ ଏହି ରିଜର୍ଟକୁ ଉଦ୍ଧଘାଟନ କରିଥିଲେ । ଆସନ୍ତା ଦିନମାନଙ୍କରେ ଓଡିଶାରେ ଟେନିସ୍କୁ ପ୍ରାଧାନ୍ୟ ଦେବା ପାଇଁ ଏବଂ ଓଡିଶାରେ ଥିବା ପ୍ର୍ରତିଭାକୁ ପ୍ରୋସôାହିତ କରିବା ପାଇଁ ଏହି ରଜର୍ଟର ନିର୍ମାଣ କରାଯାଇଛି । ଲନ୍ ଟେନିସ୍ ହେଉଛି ଏକ ଏକକ ଖେଳ ଯେଉଁଥିରେ ଖେଳାଳି ସ୍ୱତନ୍ତ୍ରଭାବେ (ଆଇ.ଟି.ଏଫ୍ ଏବଂ ଏ.ଆଇ.ଟି.ଏ ) ଖେଳିବାକୁ ସୁଯୋଗ ପାଇବେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଖେଳାଳିମାନେ କେବଳ ର୍ୟାଙ୍କ୍ ପାଇଁ ଖେଳିବେ ଏବଂ ଉକ୍ତ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଯିବା ଆସିବାର ସମସ୍ତ ଖର୍ଚ୍ଚ ଖେଳାଳିମାନେ ନିଜେ ବହନ କରିବେ । ଭାରତରେ ଅନେକ ଗୁଡିଏ ଟୁର୍ଣ୍ଣାମେଣ୍ଟ ହେବାର ଦେଖିବାକୁ ମିଳିଥାଏ କିନ୍ତୁ ଭିନ୍ନଭିନ୍ନ ସ୍ଥାନରେ ଅନୁÂିତ ହୋଇଥାଏ ଯାହାକି ଖେଳାଳିମାନଙ୍କ ପାଇଁ ସୁବିଧାଜନକ ହୋଇନଥାଏ ଏବଂ ଉକ୍ତ ସ୍ଥାନମାନଙ୍କରେ ରହିବା ଖାଇବା ପାଇଁ ଉପଯୁକ୍ତ ସୁବିଧା ମଧ୍ୟ ନଥାଏ । ସେଥିପାଇଁ ଗୁରୁକୁଳ ରିଜର୍ଟରେ ଏ ସମସ୍ତ ସୁବିଧା ସ୍ୱଳ୍ପ ମୂଲ୍ୟରେ ଖେଳାଳିମାନଙ୍କୁ ଯୋଗାଇ ଦିଆଯିବ ।
୧.୪୫ ଏକରରେ ନିର୍ମାଣ କରାଯାଇଥିବା ଏହି ରିଜର୍ଟର ପରିବେଶକୁ ନଡିଆ, ଆମ୍ବ ଏବଂ ଗୋଟେ ଛୋଟ ପୋଖରୀ ଇତ୍ୟାଦି ଦ୍ୱାରା ଆହୁରି ସ୍ୱତନ୍ତ୍ର କରାଯାଇଛି । ସେହିପରି ଏହି ରିଜର୍ଟକୁ ଆନ୍ତର୍ଜାତୀୟ ସ୍ତରୀୟ କରିବା ପାଇଁ ଧୂସରୀୟ ଆଲୋକର ବ୍ୟବସ୍ତା ମଧ୍ୟ ରହିଛି, ଏହାଛଡା ଏହି ଟେନିସ୍ ଲନ୍କୁ ରହିବା ପାଇଁ ୧୦ଟି କୋଠରୀ, ରେସ୍ତୁରାଁ, ଆହାର କେନ୍ଦ୍ର, ଖୋଲା ଜିମ୍ ଏବଂ ଦର୍ଶକମାନଙ୍କ ପାଇଁ ଗ୍ୟାଲେରିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପର ନିର୍ମାଣ ନିମନ୍ତେ ନିନ୍ମୟ ପ୍ରଧାନ ଏବଂ ତାଙ୍କ କୋଚ୍ ତଥା ଓଡିଶା ଟେନିସ୍ର ଜଣାଶୁଣା ବ୍ୟକ୍ତିତ୍ୱ ସନ୍ତୋଷ କୁମାର ମଲ୍ଲିକଙ୍କ ପ୍ରଚେÂା ଆଜି ବାସ୍ତବରେ ପରିଣତ ହୋଇଛି ।
ଏହି ଅବସରରେ ଶ୍ରୀ ମଧୁସୂଦନ ପାଢୀ କହିଛନ୍ତି ଯେ ‚ ଏହି ନୂତନ ପ୍ରଚେÂା ଓଡିଶାର ପିଲାମାନଙ୍କୁ ଟେନିସ୍ରେ ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ଯୋଗାଇ ଦେବ ଯାହାଦ୍ୱାରା ଖେଳାଳିମାନେ ଏ.ଆଇ.ଟି.ଏରେ ଟୁର୍ଣ୍ଣାମେଣ୍ଟରେ ଅଧିକରୁ ଅଧିକ ଭାଗ ନେଇପାରିବେ ।’’ ଚିନ୍ମୟ ପ୍ରଧାନଙ୍କ ମତରେ ‚ ସାଧାରଣତଃ ଭାରତରେ ଆଇ.ଟି.ଏଫ୍ ଏବଂ ପ୍ରୋ ସର୍କିଟ୍ ଟୁର୍ଣ୍ଣାମେଣ୍ଟର ଅନେକ ଅସୁବିଧା ଦେଖିବାକୁ ମିଳେ, ଯଦି ଭାରତୀୟମାନେ ଅନ୍ୟ ଦେଶ ପରି ଏହିଭଳି ସୁଯୋଗ ପାଇଲେ ଭାରତୀୟ ଖେଳାଳିମାନେ ମଧ୍ୟ ସେମାନଙ୍କ ଦକ୍ଷତା ଆନ୍ତର୍ଜାତୀୟ ସ୍ତରରେ ଦେଖାଇ ପାରିବେ । ସ୍ପେନ୍, ଇଜିପ୍ଟ ଏବଂ ତୁର୍କିରେ ହେଉଥିବା ଟେନିସ୍ ଟୁର୍ଣ୍ଣାମେଣ୍ଟ ପରି ଓଡିଶାରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ମୋର ଲକ୍ଷ୍ୟ ରହିଛି ବୋଲି ଚିନ୍ମୟ କହିଛନ୍ତି ।

Share in top social networks!
Powered By Indic IME