ଓଡ଼ିଶାବାସୀ ମୋର ପରିବାର: ନବୀନ ପଟ୍ଟନାୟକ

DSC_0218
ରାଜ୍ୟବାସୀଙ୍କ ସେବାରେ ମୁଁ ସବୁବେଳେ ସମର୍ପିତ । ଓଡ଼ିଶାବାସୀ ମୋର ପରିବାର ।
ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ଆସନ୍ତୁ ସଂକଳ୍ପ କରି ଆମର ପ୍ରିୟ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ଓ ବିଶ୍ୱ
ଇତିହାସରେ ଓଡ଼ିଶା ପାଇଁ ସ୍ଥାନ ଗଢ଼ିବା ବୋଲି ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ୨୦ତମ
ପୂର୍ତ୍ତି ଉପଲକ୍ଷେ ପୁରୀର ତାଳବଣିଆ ଠାରେ ଅନୁÂିତ ପ୍ରତିÂା ଦିବସରେ ଅଭିଭାଷଣ ଦେଇ ଏହା କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ।
ବିଜୁ ପରିବାର ଆଜି ଏଠାରେ ଏକାଠି ହୋଇଛି । ଆଜି ରାଜନୀତି ନୁହେଁ, ମୋର ପରିବାରକୁ ମୋ ହୃଦୟର କଥା କହିବି । ବିଜୁ
ଜନତା ଦଳ ଗତ ୨୦ବର୍ଷ ଭିତରେ ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ, ଓଡ଼ିଶାବାସୀଙ୍କ
ସହଯୋଗ ଓ ଆଦର ଏବଂ ଦଳର ଲକ୍ଷ ଲକ୍ଷ କର୍ମୀମାନଙ୍କର ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଓଡ଼ିଶା ମା’ର ସେବା କରିଚାଲିଛି । ଏହି
ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କ ନିକଟରେ ମୁଁ ଋଣୀ ।
ଓଡ଼ିଶା ତ୍ୟାଗର ଭୂମି । ସେବାର ଭୂମି । କର୍ମ ଭୂମି । ଉକ୍ରଳମଣି ଗୋପବନ୍ଧୁ ଓ ଉକ୍ରଳ ଗୌରବ ମଧୁସୂଦନଙ୍କର ଆଦର୍ଶ ଥିଲା ତ୍ୟାଗ,
ସେବା ଓ ସ୍ୱାଭିମାନ । ସେମାନେ ଆମ ପାଇଁ ସବୁବେଳେ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ ।
ଆମର ପ୍ରିୟ ନେତା ବିଜୁବାବୁଙ୍କ ସଂପର୍କରେ ଆପଣମାନେ ଭଲ ଭାବରେ ଜାଣନ୍ତି । ତାଙ୍କର ଦରଦୀ ମନୋଭାବ ମୋତେ ସବୁଠାରୁ
ବେଶୀ ଭଲ ଲାଗେ । ବିଜୁବାବୁ ଥିଲେ ଗରିବ ଲୋକଙ୍କର ବନ୍ଧୁ । ତାଙ୍କ ପାଖରୁ କେହି କେବେ ଖାଲି ହାତରେ ଫେରୁନଥିଲେ । ବିଜୁ
ପରିବାରର ସଭ୍ୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ।
ଓଡ଼ିଶାବାସୀ ଆମକୁ ବହୁତ କିଛି ଦେଇଛନ୍ତି । ଆଜି ଆମେ ଯେଉଁଠାରେ ପହଞ୍ଚôଛୁ, ତାହା କେବଳ ଓଡ଼ିଶାବାସୀଙ୍କ ଆଦର ଓ ଭଲ
ପାଇବା ଯୋଗୁ ହୋଇପାରିଛି । ଏ ଭଲ ପାଇବା ଅମୂଲ୍ୟ । ତା’ର ପ୍ରତିଦାନ ଦେବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ୍‍ । ଆମେ
ଏଭଳି କାମ କରିବା, ଯାହାଦ୍ୱାରା ଆମର ପିଲାମାନେ ଆମକୁ ନେଇ ଗର୍ବ କରିବେ । ସାଧାରଣ ଜୀବନରେ ସରଳତା ସବୁଠାରୁ ବଡ଼
କଥା । ଏହା ସେବା ପାଇଁ ପ୍ରେରଣା ଦେଇଥାଏ । ତେଣୁ ମୁଁ ଚାହେଁ, ‘ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା’ ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ ।
ସରଳତାର ନିଜସ୍ୱ ଶକ୍ତି ରହିଛି, ଯାହା ଜଣକୁ ଗଣ ସହିତ ଯୋଡ଼ିଥାଏ । ଡ. କାଲାମ କହିଛନ୍ତି, ସତ୍ୟ ଓ ସରଳତାକୁ ନିଜ ହୃଦୟରେ
ବାରମ୍ବାର ଗ୍ରହଣ କରିବା ପାଇଁ ଅର୍ଥ ଖର୍ଚ୍ଚ କରିବା ଆବଶ୍ୟକତା ନଥାଏ । ତେଣୁ ମୁଁ ଚାହେଁ ଆପଣମାନେ ସରଳ ରୁହନ୍ତୁ । ଲୋକଙ୍କ
ସୁଖଦୁଃଖରେ ସହାନୁଭୂତିପୂର୍ଣ୍ଣ ଦୃଷ୍ଟିକୋଣ ନେଇ ସାହାଯ୍ୟ କରନ୍ତୁ । ଲୋକଙ୍କ ଭରସାକୁ ସମ୍ମାନ ଦିଅନ୍ତୁ । ଜନତା ହେଉଛନ୍ତି, ଆମର
ବିଚାରକ । ସେମାନଙ୍କୁ ମାନବିକତାର ସହିତ ସେବା କରନ୍ତୁ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରନ୍ତୁ । ସତ୍ୟବାଦୀର ଇତିହାସ
କହେ- ଭୌଗୋଳିକ ସୁଖ ତ୍ୟାଗ କର । ସମୃଦ୍ଧି ପଥରେ ଜାତିକୁ ଆଗେଇ ନିଅ ।
ସେବା ଓ କ୍ଷମତା, ଏହି ଦୁଇଟି ମଧ୍ୟରୁ ସେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଏକ ମହାନ ଗୁଣ । ସେବା ଜରିଆରେ ହିଁ ଲୋକଙ୍କ
ହୃଦୟ ଜିତି ହୁଏ । ତେଣୁ ଲୋକଙ୍କ ସେବା କରନ୍ତୁ ଓ ହୃଦୟ ଜିତନ୍ତୁ ।
ଆମର ସାଂସଦ, ବିଧାୟକ, ସରପଞ୍ଚମାନେ ଭଲ କାମ କରିଥିବା ଖବର ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ଲୋକଙ୍କ ଭଲ
ପାଇବା ହିଁ ମୋ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଲୋକଙ୍କ ଭଲ ପାଇବା ପାଖରେ କ୍ଷମତା, ସମ୍ମାନ ଓ ସଂପତ୍ତିର କିଛି ମୂଲ୍ୟ ନାହିଁ ।
ଲୋକଙ୍କ ଭଲ ପାଇବା ହିଁ ଗାନ୍ଧିଜୀଙ୍କୁ ଅମର କରିଛି । କୋଟି କୋଟି ଓଡ଼ିଆଙ୍କ ଭଲ ପାଇବା ବିଜୁବାବୁଙ୍କୁ ମହାନ କରିଛି ।
ତେଣୁ ଆସନ୍ତୁ, ମହାପ୍ରଭୁଙ୍କ ପବିତ୍ର ଧାମରେ ସଂକଳ୍ପ ନେବା । ସରଳ ଜୀବନ ଯାପନ କରିବା । ଲୋକଙ୍କ ସେବା କରିବା ଓ ଲୋକଙ୍କ
ଭଲ ପାଇବା ହାସଲ କରିବା ।
୧୯୯୭ରେ ଆସ୍କା ସାଂସଦ ଭାବରେ ମୋର ରାଜନୈତିକ କ୍ୟାରିଅର୍‍ ଆରମ୍ଭ ହୋଇଥିଲା । ସେବେଠାରୁ ମୋର ପ୍ରତିଟି ମୁହୂର୍ତ୍ତ
ଈଓଔଟ ଔଇଘଇଞଇ ଊଇଖ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ଚଷ : ୦୬୭୪- ୨୩୯୩୪୬୪
୨୩୯୫୯୭୯
ଓଡ଼ିଶାର ବିକାଶ ଓ କଲ୍ୟାଣ ପାଇଁ ଦେଇଛି । ଓଡ଼ିଶାର ଭାଇଭଉଣୀମାନଙ୍କର ଭଲ ପାଇବା ମୋତେ ଶକ୍ତି ଦେଇଛି । ଆତ୍ମ ବିଶ୍ୱାସ
ବଢ଼ାଇଛି । ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ଓଡ଼ିଶାବାସୀ ମୋର ପରିବାର ଏବଂ ଓଡ଼ିଶାବାସୀଙ୍କ ସେବାରେ ମୁଁ ସବୁବେଳେ ସମର୍ପିତ ।
ମୋର ଅନୁରୋଧ, ଆପଣମାନେ ମା’, ମାଟି ଓ ମଣିଷର ସ୍ୱାଭିମାନ ପାଇଁ କାମ କରନ୍ତୁ । ଓଡ଼ିଶାର ଛବିକୁ ଆହୁରି ଉଜ୍ଜ୍ୱଳ କରିବା
ପାଇଁ ଉଦ୍ୟମ ଜାରି ରଖନ୍ତୁ ।
ଆସନ୍ତୁ ସଂକଳ୍ପ କରିବା, ଆମର ପ୍ରିୟ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ବିଶ୍ୱ ଇତିହାସରେ ଓଡ଼ିଶା ପାଇଁ
ସ୍ଥାନ ଗଢ଼ିବା । ଆମେ ଶ୍ରେÂ ହେବା ।
ଦଳର ଏହି ଦୁଇ ଦଶନ୍ଧିର ପୂର୍ତ୍ତି ସମ୍ବତ୍ସରରେ ପୁରୀରୁ ସଂକଳ୍ପ ନେଇ ଆଗାମୀ ଓଡ଼ିଶାର ବିକାଶ ଯାତ୍ରାରେ ସଭିଏଁ ଏକ ମନ ଏକ ପ୍ରାଣ
ହୋଇ ସାମିଲ ହେବାକୁ ଦଳର ପ୍ରତ୍ୟେକଟି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକ ଉଦ୍‍ବୋଧନ ଦେଇ କହିଥିଲେ ।
ଏହି ଦୁଇ ଦଶନ୍ଧିର ପୂର୍ତ୍ତି ସମ୍ବତ୍ସରକୁ ପ୍ରଦୀପ ପ୍ରଜ୍ୱଳନ କରି ଦଳୀୟ ଉପ-ସଭାପତି ଅନଙ୍ଗ ଉଦୟ ସିଂହଦେଓ ଉଦ୍‍ଘାଟନ କରିଥିଲେ ।
ଏହି ଅବସରରେ ସମସ୍ତ ଦଳୀୟ ଉପ-ସଭାପତି ଉପସ୍ଥିତ ଥିଲେ । ଶ୍ରୀ ସିଂହଦେଓ ତାଙ୍କ ଅଭିଭାଷଣରେ ୨୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ
ବିଷୟ ଉଲ୍ଲେଖ କରି କହିଥିଲେ, ନବୀନବାବୁ ଦେଖାଇଦେଲେ ଯେ ତାଙ୍କ ନେତୃତ୍ୱରେ ବିଜେଡି ଲଗାତାର ଚତୁର୍ଥ ଥର ପାଇଁ ସରକାର
ଗଢ଼ିଛି । ପଞ୍ଚମ ଥର ମଧ୍ୟ ଏହି ସରକାର ଆସିବ । ସଂସଦରେ ଆମେ ମହାନଦୀ ପ୍ରସଂଗ ବାରମ୍ବାର ଉଠାଇଛୁ । ମୁଖ୍ୟ ଅଭିଭାଷଣ ପ୍ରଦାନ
କରି ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଥିଲେ ଯେ ୧୭ବର୍ଷର ଉପଲବ୍ଧି ପ୍ରାପ୍ତ ପାଇଁ ଦଳ ସାମ୍ନା କରୁଥିବା କେନ୍ଦ୍ରୀୟ
ଅବହେଳା, ପ୍ରତିପକ୍ଷ କିଭଳି ମିଥ୍ୟା ତଥ୍ୟ ଦେଇ ଅପପ୍ରଚାର କରୁଛନ୍ତି ତା’ର ସାମ୍ନା କରିବା ପାଇଁ ଉପାୟ ଏବଂ ଦଳକୁ ସୁରକ୍ଷା ଓ
ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟକ୍ରମ ସଂପର୍କରେ ମତାମତ ପୋଷଣ କରିଥିଲେ । ବିଧାୟକ ଦେବାଶିଷ ନାୟକ କହିଲେ, ବିଜୁ
ଜନତା ଦଳ ଏବେ ପାହାଚ ଉପରକୁ ଚଢ଼ୁଛି, ଚଢ଼ୁଛି, ଚଢ଼ୁଛି । ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ, ଶଙ୍ଖର ଜୟ ୨୦ବର୍ଷ ଧରି
ହୋଇଆସିଛି ଓ ଆଗକୁ ହେବ । ସାଧାରଣ ସଂପାଦକ ଡ. ଅରୁଣ ସାହୁ କହିଥିଲେ, ବିଜୁବାବୁଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଏକ
ଆଞ୍ଚଳିକ ଦଳ ହୋଇ ମଧ୍ୟ ସର୍ବଭାରତୀୟ ସ୍ତରରେ ପ୍ରତିÂା ଅର୍ଜନ କରିଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ନବୀନ ସରକାର
ଓଡ଼ିଶାକୁ ନୂତନ ଦିଗ୍‍ଦର୍ଶନ ଦେବ । ବିଧାୟକ ମଙ୍ଗଳା କିଷାନ ତାଙ୍କ ଅଭିଭାଷଣରେ ବିଜେଡି ସରକାର ଶିକ୍ଷାର ବିକାଶ ଲାଗି କି କି
ପଦକ୍ଷେପ ନେଇଛି, ତାହା କହିଥିଲେ । ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆଜି ବିଜେଡିର ୨୦ତମ ପ୍ରତିÂା ଦିବସ ପାଳନ ସମ୍ଭବ
ହୋଇପାରିଛି, କେବଳ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ସେ ଦୀର୍ଘ ୨୦ବର୍ଷ ଧରି ନିଃସ୍ୱାର୍ଥପର ଭାବେ
ସେବା କରିଆସିଛନ୍ତି । ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜୁ ଜନତା ଦଳ ଓଡ଼ିଶାର ବଳ, ଏହାହିଁ ଠିକ୍‍ । ୨୦ବର୍ଷ ତଳେ
ନବୀନ ପଟ୍ଟନାୟକ ଯେପରି ପ୍ରଥମେ ଦଳ ଗଠନ ବେଳେ ଚକ୍‍ ଚକ୍‍ କରୁଥିଲେ ଆଜି ବି ସେହିପରି ଚକ୍‍ ଚକ୍‍ କରୁଛନ୍ତି । ସାଂସଦ
ଭର୍ତ୍ତୃହରି ମହତାବ କହିଲେ, ୧୯୭୪ ମାର୍ଚ୍ଚ ୩ରେ ବିଜୁବାବୁ ପ୍ରଥମେ ଅଣ-କଂଗ୍ରେସ ରାଜନୀତି ଆରମ୍ଭ କରିଥିଲେ । ସେ ଏହାର
ସଂଗଠନକୁ ବଳିÂ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ କୃପା ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦକୁ ପାଥେୟ କରି ବିଜୁ ଜନତା ଦଳ ପ୍ରଥମେ
ନବୀନବାବୁଙ୍କ ନେତୃତ୍ୱରେ ଗଠନ ହେବା ସହ କ୍ଷମତାକୁ ଆସିଥିଲା । ବିଜେଡି ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ହେଉଛନ୍ତି, ଜଣେ
ନିଷ୍କଳଙ୍କ ଓ ନିର୍ବିବାଦୀୟ ନେତା । ସାଂସଦ ପିନାକୀ ମିଶ୍ର କହିଲେ, ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ କୃପାରୁ ପଞ୍ଚମଥର ମୁଖ୍ୟମନ୍ତ୍ରୀ
ହେବାକୁ ଯାଉଛନ୍ତି । ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଲେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁ ବର୍ଗର ଲୋକଙ୍କୁ ନେଇ
ଗଠନ ହୋଇଥିବା ବିଜୁ ଜନତା ଦଳ ଏହି ନେତୃତ୍ୱ ବଳରେ ଉଲ୍ଲେଖନୀୟ ସଫଳତା ହାସଲ କଲା । ଏନ୍‍ଡିଏ ସରକାର ଓଡ଼ିଶା ପ୍ରତି
ଅବହେଳା ପ୍ରଦର୍ଶନ କରୁଛନ୍ତି । ବିଜୁ ଜନତା ଦଳ ଏହାର ବିରୋଧ କରୁଛି ଓ କରିବ । ଅନ୍ୟତମ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଲେ,
ଈଓଔଟ ଔଇଘଇଞଇ ଊଇଖ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ଚଷ : ୦୬୭୪- ୨୩୯୩୪୬୪
୨୩୯୫୯୭୯
// ୨ //
ଓଡ଼ିଶାକୁ ତଳିତଳାନ୍ତ କରିବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛି । ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦ
ଆଦିରେ ପ୍ରତାରଣା କରୁଛି । ଆମେ ଆମର ସେନାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅବିଶ୍ରାନ୍ତ ସଂଘର୍ଷ କରିବା । ବରିÂ ବିଧାୟକ
ବେଦ ପ୍ରକାଶ ଅଗ୍ରୱାଲ କହିଲେ, ଓଡ଼ିଶାକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ରହିଛି । ମନ୍ତ୍ରୀ ବିକ୍ରମ ଆରୁଖ
କହିଲେ, ୪ଟି ସାଧାରଣ ନିର୍ବାଚନରେ ଦଳ ସଫଳ ହୋଇଛି । ଗତ ୨୦ବର୍ଷ ମଧ୍ୟରେ ବିଜେଡି ଶିକ୍ଷା, ଗମନାଗମନ ଓ କୃଷି ଆଦିରେ
ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ତାଙ୍କ ଭାଷଣରେ କହିଥିଲେ ଯେ ୧୯୯୯
ମହାବାତ୍ୟାରେ ଉଜୁଡ଼ିଯାଇଥିବା ଓଡ଼ିଶାର ଦାୟିତ୍ୱ ବିଜୁବାବୁଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକ ନେଇଥିଲେ । ସେହିଦିନ ଠାରୁ ଆଜି
ପର୍ଯ୍ୟନ୍ତ ଦୀର୍ଘ ୨୦ବର୍ଷର ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ । କିନ୍ତୁ ବହୁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଆହୁରି ଅନେକ
ବିକାଶମୂଳକ କାର୍ଯ୍ୟକ୍ରମରେ ଏବେ ବାଧକ ସାଜିଛି କେନ୍ଦ୍ର ସରକାର । ସେ ୟୁପିଏ ସରକାର ହେଉ, ବା ଏନ୍‍ଡିଏ ସରକାର ହେଉ,
ସମସ୍ତେ ଓଡ଼ିଶା ପାଇଁ ପ୍ରତିବନ୍ଧକ ସାଜିଛନ୍ତି । ରେଳବାଇକୁ ସ୍ୱତନ୍ତ୍ର ଅନୁଦାନ ହେଉ କିମ୍ବା କୃଷି ହେଉ ବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
ହେଉ, ସବୁଥିରେ ବିରୋଧ କରାଯାଉଛି । ଆଜି ଆମେ ସଂକଳ୍ପ ନେବା ଯେ ୨୦ବର୍ଷର ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁିର ଆଗକୁ
ନେବା । ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ମହାବାତ୍ୟା ପରେ ଓଡ଼ିଶା ଯେତେବେଳେ ଧ୍ୱସ୍ତବିଧ୍ୱସ୍ତ ସେତିକିବେଳେ ବିଜୁ ଜନତା ଦଳ
କ୍ଷମତାକୁ ଆସିଥିଲା । ଏବେ ଆମ ଦଳ ବହୁ ପ୍ରଗତିମୂଳକ କାର୍ଯ୍ୟ କରିଛି । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ଦେବାଶିଷ
ସାମନ୍ତରାୟ, ବିଧାୟକ ସୁଦାମ ମାର୍ଣ୍ଣି, ପୁଷ୍ପେନ୍ଦ୍ର ସିଂହଦେଓ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ବିଜେଡି
ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଆଇନ୍‍ ସାମ୍ମୁଖ୍ୟ ଆବାହକ ମିଲନ୍‍ କାନୁନ୍‍ଗୋ ପ୍ରମୁଖ ନିଜ ନିଜର
ଅଭିଭାଷଣ ଉପସ୍ଥାପନ କରିଥିଲେ । ଶେଷରେ ମନ୍ତ୍ରୀ ପ୍ରଦୀପ ମହାରଥି ଧନ୍ୟବାଦ ଅର୍ପଣ କରିବା ସହ ଦଳକୁ ଅଧିକ ବଳିÂ କରିବା ପାଇଁ
ସମସ୍ତ ଦଳୀୟ ପ୍ରତିନିଧିଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଦଳର ଏହି ଦୁଇ ଦଶନ୍ଧିର ପୂର୍ତ୍ତି ସମ୍ବତ୍ସରରେ ସାଧାରଣ ସଂପାଦକ
ଦେବାଶିଷ ସାମନ୍ତରାୟ, ପ୍ରଣବ ପ୍ରକାଶ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମୀର ରଞ୍ଜନ
ଦାଶ, ସୁରେନ୍ଦ୍ର ସେଠୀ, ସଂପାଦକ ବିଜୟ ନାୟକ ସହଯୋଗ କରିଥିଲେ । ବିଜୁ ଜନତା ଦଳର ସମସ୍ତ ବିଧାୟକ, ସାଂସଦ, ବିଧାୟକ
ପ୍ରାର୍ଥୀଙ୍କ ସମେତ ସାରା ରାଜ୍ୟରୁ ୪୦ ହଜାରରୁ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ । ସେହିପରି ସକାଳ ୯ଟାରେ
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତିÂା ଦିବସ ଅବସରରେ ବିଜୁବାବୁଙ୍କ
ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର
ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଜିଲ୍ଲା ସଭାପତି ବାବୁଲି ମିଶ୍ର, କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ସଭାପତି
ଅମରଜିତ୍‍ ସେନାପତି, ମହିଳା ସଭାପତି ଭାରତୀ ସିଂହ, ଛାତ୍ର ସଭାପତି କଳ୍ପତରୁ ଓଝାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ
ଥିଲେ ।

Share in top social networks!