ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ

Minority Dayମିଳିତ ସଂଖ୍ୟାଲଘୁ ସାମୁଖ୍ୟ ଏବଂ ଓଡିଶା ଖ୍ରୀଷ୍ଟିଆନ୍‍ ସଂଖ୍ୟାଲଘୁ ଫୋରମ୍‍ ତଥା ଇଣ୍ଡିଆନ ଏଭେନ୍‍ ଜେଲିକାଲ ଆସୋସିଏସନ୍‍ ମିଳିତ ସହଯୋଗରେ ସ୍ଥାନୀୟ ଇଡିକଲ ଅଡିଟୋରୀୟମଠାରେ ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ଅବସରରେ ଏକ ଆଲେଚନାଚକ୍ର ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଏହି ଦିବସର ତାପôର୍ଯ୍ୟ ସମ୍ପର୍କରେ ବୁଝାଇବା ସହ ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ଜନ ଦୟାଲ ଭାରତ ଓ ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସର ପ୍ରାସଙ୍ଗିକତା ଏବଂ ଏ ଦିଗରେ ରହିଥିବା ବି·ର ଓ ଆହ୍ୱାନ ଭଳି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜ୍ୟ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ସଭାପତି ମୁନ୍ନା ଖାଁ ମଧ୍ୟ ରାଜ୍ୟରେ ସଂଖ୍ୟାଲଘୁ କଲ୍ୟାଣ ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂଖ୍ୟାଲଘୁଙ୍କ ସମସ୍ୟା ଓ ସମାଧାନ ସଂକ୍ରାନ୍ତରେ ଫାଦର ଅଜୟ ସିଂ, ଅଭିରାମ ମଲ୍ଲିକ, ଆଶିଷ ପରିଛା, ବିଶପ ପଲ୍ଲବ ଲିମା, ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏକ ଗଣତନ୍ତ୍ର ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କର ସ୍ଥିତି ଓ ବିକାଶ ହିଁ ସେହି ରାଷ୍ଟ୍ରର ସାର୍ବଭୌମତ୍ୱର ପ୍ରକୃତ ପରିଚୟ ବୋଲି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା । ଫୋରମର ଉଦ୍ୟୋକ୍ତା ବରେନ୍ଦ୍ର କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶର ସଂଖ୍ୟାଲଘୁଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଏହି ଆୟୋଜନର ମୁଖ୍ୟ ଉଦେ୍ଧଶ୍ୟ । ଗଣତାନ୍ତ୍ରିକ ମାର୍ଗରେ ସାମ୍ବିଧାନିକ ଅଧିକାର ସମୂହ ପାଇଁ କିଭଳି ସଂଗ୍ରାମ କରାଯାଇ ପାରିବ, ସେ ବିଷୟରେ ମଧ୍ୟ ବିଚାର ଆଲୋଚନା କରାଯାଇଥିଲା । ଏହି ସଭାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପାଇଁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସଂଖ୍ୟାଲଘୁ କମଶନ ଗଠନ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହା ଲିଖିତ କରାଯାଇଥିଲା । ଏହି ଅବସରରେ ସଂଖ୍ୟାଲଘୁ ଅଧିକାର ପାଇଁ ଜୀବନବ୍ୟାପୀ ସାଧନା କରୁଥିବା ଡ଼କ୍ଟର ଜନ୍ ଦୟାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁଗଳ କିଶୋର ରଣଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!