୬ ହଜାର କୋଟି ଖର୍ଚରେ ୬ ଶହ କିମି ପାଇପଲାଇନର ଶୁଭାରମ୍ଭ ଓଡିଶାବାସୀଙ୍କ ୁମୋଦିଙ୍କ ନୂଆ ବର୍ଷ ଉପହାର – ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁର ପଂଚାୟତରେ ଉର୍ଜା ଗଙ୍ଗା ପାଇପଲାଇନର କାର୍ଯ୍ୟ ଶୁଭାରମ୍ଭ

• ୬ ଶହ କିମିର ପାଇପଲାଇନ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା. ଜଗତସିଂହପୁର ଓ ଖୋର୍ଧା ଆଦି ଜିଲ୍ଲା ଦେଇ ଯିବ
• ଓଡିଶାରେ ସୁଦୀର୍ଘ ପାଇପଲାଇନ ଓଡିଶାରେ ଊର୍ଜାର ଢାଂଚାଗତ ଆବଶ୍ୟକତାକୁ ପୂରଣ କରି ଉନ୍ନତ ମାନର ମାନୁଫାକ୍ଚରିଂରେ ଗୁରୁତ୍ୱପୂର୍ଣ ଭୂମିକା ନେବ
• ଏବି ଗ୍ୟାସ ବ୍ୟବହାରରେ ଉତମ ମାନର ଷ୍ଟିଲ ଓ ଆଲୁମିନିୟମର ନିର୍ମାଣ ଯୋଗୁ ଅଟୋ ମୋବାଇଲ ମାନୁଫାକଚରିଂ ତଥା ଉଚ୍ଚ ମାନ ଇସ୍ପାତ ଶିଳ୍ପ ହୋଇ ପାରିବ
• ବ୍ରାହ୍ଣଣୀ ସେତୁ ସମେତ ଚଣ୍ଡିଖୋଲରୁ ବହ୍ଲର ପର୍ଯ୍ୟନ୍ତ ରାସ୍ତାର ୬ ଶହ କୋଟି ଟଙ୍କା ବ୍ୟୟରେ ହେବ ବିକାଶ
Hon'ble MoPNg Shri Dharmendra lays foundation stone for pipeline project at Haripur Sukinda in Jajpur district_2
ନୂଆ ବର୍ଷ ୨୦୧୮ର ଅବ୍ୟବହିତ ପୂର୍ବରୁ ଓଡିଶାରେ ୬ ଶହ କିମି ନ୍ୟାଚୁରାଲ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ଓଡିଶାବାସୀ ବିଶେଷ ଭାବରେ ଉପକୂଳ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର ବୋଲି ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁର ପଂଚାୟତରେ ଏହି କାମର ଶୁଭ ଦେବା ଅବସରରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ. ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାମରା ଠାରେ ୬ ହଜାର କୋଟି ଟଙ୍କା ବିନିମୟରେ ଏଲଏନଜି ଟର୍ମିନାଲର ଶୁଭ ଦିଆ ସରିଛି । ଆମେରିକା, ଅଷ୍ଟେ୍ରଲିୟା ଓ କତାର ଆଦି ଦେଶରୁ ବଡ ଜାହାଜରେ ଗ୍ୟାସ ଆସି ଏହି ଠାରୁ ଉତର ପ୍ରଦେଶର ଆଲାହାବାଦ ପର୍ଯ୍ୟନ୍ତ ୨୫୦୦ କିମି ଦୈର୍ଘ୍ୟ ପାଇପଲାଇନ ଯୋଗେ ପ୍ରବାହିତ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଏହା ମଧ୍ୟରୁ ୬ ଶହ କିମିର ପାଇପଲାଇନ ଓଡିଶାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା. ଜଗତସିଂହପୁର ଓ ଖୋର୍ଧା ଆଦି ଜିଲ୍ଲା ଦେଇ ଗତି କରିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ସୁଦୀର୍ଘ ପାଇପଲାଇନ ଓଡିଶାରେ ଊର୍ଜାର ଢାଂଚାଗତ ଆବଶ୍ୟକତାକୁ ପୂରଣ କରି ଉନ୍ନତ ମାନର ମାନୁଫାକ୍ଚରିଂରେ ଗୁରୁତ୍ୱପୂର୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରାକୃତିକ ଗ୍ୟାସ ଯୋଗୁ ଓଡିଶାର ଧାତୁକୁ ମୂଲ୍ୟ ଯୁକ୍ତ କରିବା ସମ୍ଭବ ହେବ । ଏପର୍ଯ୍ୟନ୍ତ ଓଡିଶାରୁ ଉପôାଦିତ ଇସ୍ପାତ କେବଳ ଘର ତିଆରି ଓ ଆଙ୍ଗେଲ ତିଆରିରେ ସୀମିତ ଥିଲା । ଗ୍ୟାସ ବ୍ୟବହାରରେ ଉତମ ମାନର ଷ୍ଟିଲ ଓ ଆଲୁମିନିୟମର ନିର୍ମାଣ ଯୋଗୁ ଅଟୋ ମୋବାଇଲ ମାନୁଫାକଚରିଂ ତଥା ଉଚ୍ଚ ମାନ ଇସ୍ପାତ ଶିଳ୍ପର କେନ୍ଦ୍ର ମଧ୍ୟ ଓଡିଶା ବନି ପାରିବ ବୋଲି ସେ କହିଛନ୍ତି ।
ଟାଟା କୁ ଆହ୍ୱାନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନ ଧରି ଓଡିଶାର ପ୍ରାକୃତିକ ସମ୍ପଦକୁ ସୁ ବିନିଯୋଗ କରି ଟାଟା ଶିଳ୍ପ ସମୂହ ଅନେକ ଲାଭବାନ ହୋଇଛି । ଓଡିଶାରେ ଉପଲବ୍ଧ ଉର୍ଜାକୁ ବ୍ୟବହାର କରି ଉଚ୍ଚ ମାନର ଇସ୍ପାତ ସହ ଟାଟା ଓଡିଶାରେ ଟ୍ରକ ତିଆରି ମଧ୍ୟ କରୁ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ପୂର୍ବ ଭାରତର ଦୃତ ବିକାଶ ବିନା ଦେଶର ସର୍ବାଙ୍ଗୀନ ବିକାଶ ଅସମ୍ଭବ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଦୃତ ଶିଳ୍ପାୟନ ସହ ଓଡିଆ ଯୁବକକୁ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଉପଯୁକ୍ତ ତାଲିମ ଦେବାର ବ୍ୟବସ୍ଥା କରି ଉଦ୍ୟମୀ ଓ ରୋଜଗାରର ସୁବିଧା ଦେବା ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଯାଜପୁର ଜିଲ୍ଲାକୁ ସ୍ୱର୍ଣଗର୍ଭା କହି ଯାଜପୁର ମାଟି ତଳେ ଅମାପ ପ୍ରାକୃତିକ ସମ୍ପଦକୁ ମୂଲ୍ୟ ଯୁକ୍ତ କରି ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ପ୍ରଧାନ ।
ଅନ୍ୟମାନଙ୍କ ମଧ୍ୟ ସୁକିନ୍ଦା ବିଧାୟକ ଶ୍ରୀ ପ୍ରିତିରଂଜନ ଘଡାଇ, ଗେଲ ର ପ୍ରକଳ୍ପ ନିଦେ୍ର୍ଧଶକ ଡଃ ଆଶୁତୋଷ କର୍ଣ୍ଣାଟକ,ମାନବ ସମ୍ବଳ ନିଦେ୍ର୍ଧଶକ ଶ୍ରୀ ପିକେ ଗୁପ୍ତା, ଇଡି ଶ୍ରୀ କେବି ସିଂ, ଶ୍ରୀ ଏମ ଭି ଆୟାର ଏବଂ ପିଏନଜିଆରବି ର ସଦସ୍ୟ ଶ୍ରୀ ସତପାଲ ଗର୍ଗ ଓ ଏସ ରଥ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME