କ୍ୟାପିଟାଲ ହସପିଟାଲରେ ପ୍ରତିÂା ହେବ ମେରୁଦଣ୍ଡ ଆଘାତ କେନ୍ଦ୍ର

କ୍ୟାପିଟାଲ ହସପିଟାଲରେ ଏକ ମେରୁଦଣ୍ଡ ଆଘାତ କେନ୍ଦ୍ର ପ୍ରତିÂା କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ୨କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିÂା ହେବାକୁ ଯାଉଥିବା ଏହି କେନ୍ଦ୍ରରେ ବର୍ହି ବିଭାଗ , ୧୨ ଟି ସ୍ୱତନ୍ତ୍ର ଶଯ୍ୟା , ଅତିରିକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ସହିତ ଅସ୍ତିବିଭାଗର ଓ.ଟିକୁ ବ୍ୟବହାର କରାଯିବ । ଏଠାରେ ଥଇଥାନ ବିଭାଗର ତତ୍ୱାବଧାନରେ ବ୍ୟାପକ ଥଇଥାନ ସୁବିଧା ଉପଲବ୍ଧ ସହିତ ଅର୍ଥୋଟିକ୍ ଏବଂ ପ୍ରୋସ୍ଥେଟିକ୍ ବିଭାଗ ଓ ଆସିଷ୍ଟିଭ୍ ପ୍ରଯୁକ୍ତ ବିିଦ୍ୟାର ପ୍ରୟୋଗ , ଶିକ୍ଷା ଓ ତାଲିମ୍ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ସେହିପରି ଗଜପତି ଏବଂ ମାଲକାନଗିରିରେ ଏ.ଏନ୍.ଏମ୍.ତାଲିମ୍ କେନ୍ଦ୍ର ମଧ୍ୟ ପ୍ରତିÂା କରାଯିବାକୁ ନିଷ୍ପତି ହୋଇଛି । ଏହି ଦୁଇ କେନ୍ଦ୍ରରେ ୨୦୧୮-୧୯ ବର୍ଷରୁ ଶିକ୍ଷାଦାନ ଆରମ୍ଭ ହେବ । ପ୍ରତି କେନେ୍ଦ୍ର ୫୦ ଜଣ ଲେଖା ଛାତ୍ରୀ ନାମ ଲେଖାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME