ବେଙ୍ଗାଲୁରୁରେ ଜିଏସ୍ଟି ମନ୍ତ୍ରୀସ୍ତରୀୟ ବୈଠକ; ତଦାରଖ ଓ ତଥ୍ୟ-ସୂଚନା ଉପରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ବିଭିନ୍ନ ଦାବି

IMG-20171216-WA0082ଟିକସ ଅଧ#କାରୀମାନଙ୍କୁ ତଦାରଖ କାର୍ଯ୍ୟରେ ଅଧ#କ ତତ୍ପର ହେବା ପାଇଁ ତଦାରଖ ସଂପର୍କିତ ମଡୁ୍ୟଲ୍ ସଂପୂର୍ଣ୍ଣ
କରିବା ନିମନ୍ତେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଦ୍ରବ୍ୟ ଓ ସେବାକର(ଜିଏସ୍ଟି) କାଉନ୍ସିଲ୍
ବୈଠକରେ ଦାବି ଉପସ୍ଥାପନ କରିଛନ୍ତି । ଏହା ବ୍ୟତୀତ ରାଜସ୍ୱ ବିଶ୍ଳେଷଣ ଓ ଆକଳନ ଉଦ୍ଦେଶ୍ୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ
ଜିଏସ୍ଟି ସଂପର୍କିତ ତଥ୍ୟ-ସୂଚନା ରିପୋର୍ଟ ଖୁବ୍ ଶୀଘ୍ର ଯୋଗାଇଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
ଆଜି ପୂର୍ବାହ୍ନରେ ବାଙ୍ଗାଲୁରୁଠାରେ ଅନୁଷ୍ଠିତ ଜିଏସ୍ଟି କାଉନ୍ସିଲର ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ
ଶ୍ରୀ ବେହେରା କହିଛନ୍ତି ଯେ “କମ୍ପୋଜିସନ୍ ସ୍କିମ୍’ରୁ ବର୍ହିଭୂତ କେତେକ “ନର୍ମାଲ ଟିକସଦାତା’ଙ୍କ ସ୍ଥିତିକୁ ପୁନଶ୍ଚ
ପୂର୍ବାବସ୍ଥାକୁ ଫେରାଇ ଅଣାଯାଉ । ଫଳରେ ସେମାନେ କ୍ଷୁଦ୍ର ଟିକସଦାତା ଭାବରେ ବିବେଚିତ ହୋଇପାରିବେ ।
ସେହିପରି ଜିଏସ୍ଟି ରିଟର୍ଣ୍ଣ ନମ୍ବର-୪ରେ କେତେକ ସଂଶୋଧନ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ବୈଠକରେ ଜିଏସ୍ଟି ସଂପର୍କିତ ବୈଷୟିକ ସୂଚନା ଦେବା ପାଇଁ “ଇନ୍ଫୋସିସ୍’କୁ ଦାୟିତ୍ୱ ଦିଆଯାଇଥ#ଲେ
ମଧ୍ୟ ଏହା କେତେକ କାରଣ ଯୋଗୁଁ ଓଡ଼ିଶାର ଟିକସଦାତାମାନେ ଅସୁବିଧାର ସମ୍ମୁଖୀନ ହେଉଥ#ବାବେଳେ ଇନ୍ଫୋସିସ୍
ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥ#ଲେ । ଆୟକର ବିଭାଗର ଉଚ୍ଚ
ପଦାଧ#କାରୀମାନଙ୍କୁ ଠିକଣା ସମୟରେ ଜିଏସ୍ଟି ସଂପର୍କିତ ତଥ୍ୟ ଓ ସୂଚନା ଉପଲବ୍ଧ ନହେଲେ ରାଜସ୍ୱ ଆକଳନ
ସଫଳ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦର୍ଶାଇଥ#ଲେ ।
ବୈଠକରେ ଜିଏସ୍ଟି ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହୋଇଥ#ଲା । ମନ୍ତ୍ରୀସ୍ତରୀୟ ବୈଠକର ଅଧ୍ୟକ୍ଷ ତଥା
ବିହାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ ମୋଦି, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରର ଟିକସ କମିଶନରଙ୍କ ସମେତ ସିବିଇସି
କର୍ତ୍ତୃପକ୍ଷ, ଛତିଶଗଡ଼, ବିହାର, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ରାଜସ୍ୱ ପଦାଧ#କାରୀ, ଜିଏସ୍ଟିଏନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ
ପ୍ରକାଶ କୁମାର ଓ ଇନ୍ଫୋସିସ୍ ସଂସ୍ଥାର ପଦାଧ#କାରୀମାନେ ଏହି ବୈଠକରେ ଉପସ୍ଥିତ ଥ#ଲେ ।
ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ୨୪ତମ ଜିଏସ୍ଟି କାଉନ୍ସିଲ୍ ବୈଠକର ଆଲୋଚନାରେ ଯୋଗଦେଇ ଏକ
ଭିଡ଼ିଓ କନ୍ଫରେନ୍ସିଂରେ ଅଂଶଗ୍ରହଣ କରିଥ#ଲେ । ଜାତୀୟ ସୂଚନା କେନ୍ଦ୍ରର ନିର୍ଦ୍ଦେଶକ ପି. ଭି. ଭଟ୍ଟ ପ୍ରସ୍ତାବିତ ଇେଓ୍ୱବିଲ୍
ବ୍ୟବସ୍ଥା ଉପରେ ସୂଚନା ଦେଇଥ#ଲେ ।

Share in top social networks!
Powered By Indic IME