ଟାଇକନ୍ ଦିଲ୍ଲୀ-୨୦୧୭ରେ ଷ୍ଟାର୍ଟ ଅପ୍ ଓଡ଼ିଶା

ASB_6802ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଔଦ୍ୟୋଗିକ ସମ୍ମିଳନୀ “ଟାଇକନ୍
ଦିଲ୍ଲୀ-୨୦୧୭’ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛିା “ସ୍ୱପ୍ନ ଦେଖ#ବାକୁ ସାହସ’ ଶୀର୍ଷକ ଏହି ସମ୍ମିଳନୀରେ
ଓଡ଼ିଶାରୁ ୧୫ଟି ଷ୍ଟାର୍ଟ ଅପ୍ ଅଂଶଗ୍ରହଣ କରିଛନ୍ତିା ଏହି ଷ୍ଟାର୍ଟ ଅପ୍ଗୁଡ଼ିକ ସ୍ୱାସ୍ଥ୍ୟସେବା, ସୂଚନା ପ୍ରଯୁକ୍ତି,
ବାୟୋ-ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ ଓ ସେବା, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରକୁ ପ୍ରତିନିଧ#ତ୍ୱ
କରୁଛନ୍ତିା ଏହି ଷ୍ଟାର୍ଟ ଅପ୍ମାନେ ନୌକରୀ ଡଟ୍ କମ୍ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ
ହିତେଶ ଓବରାୟ, ଗ୍ରୋଥ୍ ଲାବ୍ସର ପ୍ରତିଷ୍ଠାତା ଅଂଶୀଦାର ପ୍ରଯକ୍ତା ରାଉତ, ଇଣ୍ଡିଆ ଆଞ୍ଜେଲ୍ ନେଟ୍ଓ୍ୱାର୍କର
ସହପ୍ରତିଷ୍ଠାତା ପଦ୍ମଜା ରୂପାରେଲ୍, ଡେଲଏଟ୍ର ଅଂଶୀଦାର ଅତୁଲ ଧାଓ୍ୱନ୍, ଇଣ୍ଡିଆ ଅପରେସନ୍ସର ସଭାପତି
ରଜନିସ୍ କପୁର, ନାସକମ୍ର ଅଧ୍ୟକ୍ଷ ରମଣ ରୟଙ୍କ ଭଳି ପେଶାଦାର ତଥା ସଫଳ ଉଦ୍ୟୋଗୀମାନଙ୍କଠାରୁ
ସେମାନଙ୍କ ସଫଳତାର କାହାଣୀ ସଂପର୍କରେ ଅବଗତ ହେବାର ଅବସର ପାଇଥ#ଲୋ ଏହା ଛଡ଼ା
ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ସ୍ଥାପନ କରାଯାଇଥ#ବା ଓଡ଼ିଶା ପାଭିଲିୟନ୍ରେ ଷ୍ଟାର୍ଟ ଅପ୍ମାନେ
ସେମାନଙ୍କର ଉତ୍ପାଦ ଓ ସେବା ପ୍ରଦର୍ଶନ କରିବାର ସୁଯୋଗ ପାଇଲୋ
ଏମ୍ଏସ୍ଏମ୍ଇ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ
ପ୍ରପୁଲ୍ଲ ସାମଲ ଟାଇକନ୍ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖ# ଷ୍ଟାର୍ଟ ଅପ୍ ଓ ଉଦ୍ୟୋଗୀମାନଙ୍କୁ ଓଡ଼ିଶାରେ
ବ୍ୟବସାୟ ଆରମ୍ଭ କରିବାକୁ ଆମନ୍ତ୍ରଣ କରିଥ#ଲୋ ସେ ଆହୁରି କହିଥ#ଲେ ଯେ ୨୦୨୦ ମସିହା ସୁଦ୍ଧା ଓଡ଼ିଶା
୧୦୦୦ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ଲକ୍ଷ୍ୟ ସହିତ ଭାରତର ଶ୍ରେଷ୍ଠ ତିନୋଟି ଷ୍ଟାର୍ଟ ଅପ୍ ହବ୍ ମଧ୍ୟରେ ସ୍ଥାନ ପାଇବା
ପାଇଁ ଅଗ୍ରସର ହେଉଛିା ରାଜ୍ୟରେ ଷ୍ଟାର୍ଟ ଅପ୍ର ବିକାଶ ଏବଂ ନବପ୍ରବର୍ତ୍ତନ ପୋଷଣ ପ୍ରଦାନ କରିବା ପାଇଁ
ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛିା
“ରାଜ୍ୟସ୍ତରରେ ଷ୍ଟାର୍ଟ ଅପ୍ ବିପ୍ଳବ’ ବିଷୟରେ ନିଜ ଅଭିଭାଷଣ ପ୍ରଦାନ କରି ଏମ୍ଏସ୍ଏମ୍ଇ ବିଭାଗର
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ପ୍ରତିନିଧ#ମାନଙ୍କୁ ସୂଚନା ପ୍ରଦାନ କରିଥ#ଲେ ଯେ
ଓଡ଼ିଶା ଷ୍ଟାର୍ଟ ଅପ୍ ଉଦ୍ୟମରେ ଗତ ୯ ମାସ ମଧ୍ୟରେ ୧୫୨ଟି ଷ୍ଟାର୍ଟ ଅପ୍ ଓ ୪ଟି ଇନ୍କୁ୍ୟବେଟରଙ୍କୁ ସ୍ୱୀକୃତି
ପ୍ରଦାନ କରାଯାଇଛିା ସେ ଆହୁରି କହିଥ#ଲେ ଯେ ଓଡ଼ିଶାର ୧୫୨ଟି ଷ୍ଟାର୍ଟ ଅପ୍ ମଧ୍ୟରୁ ୧୫ଟି (୧୦%)ରେ
ମହିଳା ଉଦ୍ୟୋଗୀଙ୍କ ମାଲିକାନା ରହିଛିା ଓଡ଼ିଶା ମାସିକ ୨୦ ହଜାର ଟଙ୍କାର ଭତ୍ତା, ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଉତ୍ପାଦ ବିକାଶ ଓ ବିପଣନ ସହାୟତା, ଷ୍ଟାର୍ଟ ଅପ୍ମାନଙ୍କୁ ଆବଶ୍ୟକତା ଆଧାରିତ ସହାୟତା ଓ
ଇନ୍କୁ୍ୟବେଟରମାନଙ୍କୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ମୂଳଧନ ଅନୁଦାନ ପ୍ରଦାନ ଭଳି ଦେଶରେ ସର୍ବାଧ#କ ସୁବିଧା
ପ୍ରଦାନ କରୁଛିା
ଏହି ଅଧ#ବେଶନରେ ଅଧ୍ୟକ୍ଷତା କରୁଥ#ବା ଡ଼ିଆଇପିପିର ସଚିବ ଶ୍ରୀ ରମେଶ ଅଭିଷେକ ଓଡ଼ିଶା
ସରକାରଙ୍କ ଷ୍ଟାର୍ଟ ଅପ୍ ଓ ଇନୋଭେଟରଙ୍କ ବିକାଶ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥ#ଲୋ ଏହି ସମ୍ମିଳନୀରେ
ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ରାଜ୍ୟ ମଧ୍ୟ ଅଂଶଗ୍ରହଣ କରିଥ#ଲୋ
ଆରେଲିକ୍ ରିଲାଏବିଲିଟି ପ୍ରା.ଲିଃ.ର ପ୍ରତିଷ୍ଠାତା ଦୀପକ ସାହୁ କହିଥ#ଲେ ଯେ ଟାଇକନ୍ରେ ଅଂଶଗ୍ରହଣ
ଦ୍ୱାରା ପୁଞ୍ଜିନିବେଶକଙ୍କୁ ବ୍ୟବସାୟ ସ୍ଥାପନ ନିମନ୍ତେ ସୁବିଧା, ପୁଞ୍ଜିନିବେଶକ ଓ କ୍ରେତାଙ୍କ ସଂପର୍କ ଏବଂ
ବ୍ୟବସାୟ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛିା ମାଇଷ୍ଟାସ୍ ଟେକ୍ନୋଲୋଜିସ୍ ପ୍ରା.ଲିଃ.ର ପ୍ରତିଷ୍ଠାତା
ଶ୍ରୁତିକାନ୍ତ ମିଶ୍ର ଏହି ଉଦ୍ୟମ ଯୋଗୁଁ ଖୁସି ବ୍ୟକ୍ତ କରିଥ#ଲେ ଏବଂ କହିଥ#ଲେ ଯେ ଜାତୀୟ ଓ ଅନ୍ତର୍ଜାତୀୟ
ବଜାରରେ ଶ୍ରେଷ୍ଠ ବ୍ୟବସାୟୀଙ୍କୁ ନିଜର ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବା
ଏହି ମଞ୍ଚ ମାଧ୍ୟମରେ ସେମାନେ ସହକର୍ମୀ ଓ ପୁଞ୍ଜିନିବେଶକଙ୍କ ସହିତ ଯୋଗସୂତ୍ର ରକ୍ଷା କରିପାରିବେ ବୋଲି
ସେ କହିଥ#ଲୋ

Share in top social networks!
Powered By Indic IME