କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭୁବନେଶ୍ୱରରେ ସିଏନ୍ଜି ଯୋଗାଣ ଏବଂ ସିଏନ୍ଜି ଚାଳିତ ସ୍କୁଟରର ଶୁଭାରମ୍ଭ

Inauguration of CNG Supply and CNG Vehicle by MoPNG Shri Dharmendra Pradhan at Bhubaneswar today (5)
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାକୁ ବିସ୍ଥାର କରିବା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ସ୍ଥାପନ ନିମନ୍ତେ, ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ କମ୍ପେ୍ରସ୍ଡ଼୍ ନାଚୁ୍ୟରାଲ ଗ୍ୟାସ (ସିଏନ୍ଜି)ର ଯୋଗାଣ ଏବଂ ସିଏନ୍ଜି ଚାଳିତ ସ୍କୁଟରର ଶୁଭାରମ୍ଭ କରିଛନ୍ତି ।

ଗେଲ ଦ୍ୱାରା କାର୍ଯ୍ୟନ୍ୱିତ ହୋଇଥିବା ସମୃଦ୍ଧଶାଳୀ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଏବଂ ସହରୀ ଗ୍ୟାସ ବିତରଣ (ସିଜିଡ଼ି) ପ୍ରକଳ୍ପ କାର୍ଯ୍ୟ ଭୁବନେଶ୍ୱର ଏବଂ କଟକରେ ଆରମ୍ଭ ହୋଇଛି ।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଏବଂ ପଟିଆ ଠାରେ ସିଏନ୍ଜି ଷ୍ଟେସନର ଉଦ୍ଘାଟନ କରିଛନ୍ତି । ଏହି କ୍ରମରେ ଖଣ୍ଡଗିରି ଏବଂ ତମାଣ୍ଡୋଠାରେ ଅନ୍ୟ ଦୁଇଟି ସିଏନ୍ଜି ଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଛି । ଆସନ୍ତା ବର୍ଷରେ ଭୁବନେଶ୍ୱର ଏବଂ କଟକ ଦ୍ୱୈତ ନଗରୀରେ ୧.୫ ଲକ୍ଷ ଗାଡ଼ିକୁ ଇନ୍ଧନ ଯୋଗାଣ ପାଇଁ ୨୫ଟି ସିଏନ୍ଜି ଷ୍ଟେସନ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱର ଠାରେ ପୂର୍ବ ଭାରତର ପ୍ରଥମ ସିଏନଜି ଷ୍ଟେସନର ଉଦଘାଟନ ତଥା ସିଏନଜି ଚାଳିତ ଅଟୋ ଓ ସ୍କୁଟର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ସାଧାରଣ ଅଟୋ ଚାଳକର ଇନ୍ଧନ ଖର୍ଚ କମ ହୋଇ ପଇସା ବଂଚିଲେ ବୁଢୀ ମା ର ଔଷଧ କିଣିବ, ଝିଅର ପାଠପଢାରେ ଖର୍ଚ କରିବ ଓ ସ୍ତ୍ରୀ ପାଇଁ ଶାଢୀ କିଣି ପାରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ତୁଳନାରେ ସିଏନଜି ବ୍ୟବହାର କଲେ ୩୦ରୁ ୪୦ ପ୍ରତିଶତ ଖର୍ଚ ବଂଚିବ । ସାଧାରଣ ପରିବାରର ଦୁଇ ଚକିଆ ଚଳାଉଥିବା ଜଣେ ବ୍ୟକ୍ତି ଦିନକୁ ପାଖାପାଖି ଶହେ ଟଙ୍କା ପୂର୍ବରୁ ଇନ୍ଧନରେ ଖର୍ଚ କରୁଥିଲେ ମାସକୁ ୬୦୦ରୁ ୯୦୦ ଟଙ୍କା ବଂଚି ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତାଙ୍କ ଗୃହ ରାଜ୍ୟ ଓଡିଶାରେ ପୂର୍ବ ଭାରତର ପ୍ରଥମ ସିଏନଜି ଷ୍ଟେସନ ଓ ସିଏନଜି ଗାଡି ଗଡିବା ପାଇଁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତର ଅନେକ ସହର ପରିବହନ ସଂପର୍କିତ ପ୍ରଦୂଷଣ ସହ ଲଢେଇ କରୁଥିବା ବେଳେ ଓଡିଶାର ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ ସିଟି ପାଇଁ ସିଏନଜି ସ୍ମାର୍ଟ ଫୁଏଲ ହେବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇପଲାଇନ କାମରେ ଓଡିଶାରେ ପାଂଚ ହଜାର କୋଟି ଟଙ୍କା ଖର୍ଚ ହେବ । ୫ ହଜାର କୋଟି ଟଙ୍କା ଖର୍ଚରେ ମାନବ ସମ୍ବଳରେ ୨ ହଜାର କୋଟି ଟଙ୍କା ଖର୍ଚ ହେବାର ଆକଳନ କରାଯାଇଛି । ପ୍ରଥମ କିସ୍ତିରେ କଟକ ଓ ଭୁବନେଶ୍ୱରରେ ଶହେ – ଶହେ କିମିର ସହରୀ ଗ୍ୟାସ ବିତରଣ ପାଇଁ ପାଇପର ଜାଲ ବିଛାରେ ୧୭ ଶହ କୋଟି ଟଙ୍କା ଖର୍ଚ ହେବ । ଏହି ପାଇପଲାଇନ ସମୂହ ଗୁଡିକର ନିର୍ମାଣ ସହ ରକ୍ଷଣାବେକ୍ଷଣ ଓଡିଆ ଯୁବ ପୀଢୀକୁ ରୋଜଗାର ସୁଯୋଗ ଦେବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ସମେତ ପୂର୍ବ ଭାରତର ଦୃତ ବିକାଶ ପାଇଁ ଯଥେଷ୍ଟ ଗୁରୁତ୍ୱ ରହିଛି । ଦେଶର ପଶ୍ଚିମାଂଚଳ ସମକକ୍ଷ ପୂର୍ବ ଭାରତ ନ ହେଲେ ଦେଶର ସମତୁଲ ବିକାଶ ହୋଇ ପାରିବ ନାହିଁ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗେଲ ଇଣ୍ଡିଆ ର ପ୍ରକଳ୍ପ ନିଦେ୍ର୍ଧଶକ ଡଃ ଆଶୁତୋଷ କର୍ଣ୍ଣାଟକ, ଇଡି (ପୂର୍ବାଚଂଳ) ଶ୍ରୀ କେ ବି ସିଂ, ପିଏନଜିଆରବିର ସଦସ୍ୟ ସତପାଲ ଗର୍ଗ ଏବଂ ଏସ କେ ରଥ ଆଦି ଉପସ୍ଥିତ ଥିଲେ ।

ପ୍ରାରମ୍ଭିକ ଭାବେ, ପ୍ରାକୃତିକ ବାଷ୍ପ ଏକ ସ୍ୱତନ୍ତ୍ର କଂଟେନର “କ୍ୟାସକେଡ୍ସ” ସାହାଯ୍ୟରେ ଭୁବନେଶ୍ୱରରେ ପହଂଚିବ, ଯାହା ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା ଠାରୁ ସ୍ଥଳପଥରେ ପରିବହନ କରାଯିବ । ପରେ ଏହି ପ୍ରାକୃତିକ ବାଷ୍ପ ଦୀର୍ଘ ୨୬୫୫ କିମି ଲମ୍ବ ବିଶିଷ୍ଟ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ନାଚୁ୍ୟରାଲ ଗ୍ୟାସ ପାଇପଲାଇନ (ଜେଏଚ୍ବିଡିପିଏଲ) ମାଧ୍ୟମରେ ଯୋଗାଣ କରାଯିବ, ଯାହା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାମରେ ଜଣାଶୁଣା । ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ ଡିସେମ୍ବର ୧୭ ତାରିଖରେ ନୂତନ ଧାମରା-ଅନଗୁଳ ୩୬ ଇଂଚ ମୁଖ୍ୟ ପାଇପଲାଇନ ଏବଂ ଭୁବନେଶ୍ୱର-କଟକ-ପାରାଦୀପ ୧୨ ଇଂଚ ବିଶିଷ୍ଟ ପାଇପଲାଇନ ନିର୍ମାଣର ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି, ଯାହା କି ଏହି ପାଇପଲାଇନ ପ୍ରକଳ୍ପର ଏକ ଅଂଶ ।
ସିଏନ୍ଜି ପ୍ରକଳ୍ପ
ପାରମ୍ପରିକ ଇନ୍ଧନ ତୁଳନାରେ ସିଏନ୍ଜି ସବୁଠାରୁ ଅଧିକ ପରିବେଶ-ଉପଯୋଗୀ ଇନ୍ଧନ କାରଣ ଏଥିରେ ସଲ୍ଫର କିମ୍ବା ସୀସା ଭଳି ଅଶୁଦ୍ଧ ପଦାର୍ଥ ନଥାଏ । ବାୟୁ ଠାରୁ ଅଧିକ ହାଲୁକା ହୋଇଥିବାରୁ ଏହା ଅଧିକ ସୁରକ୍ଷିତ ଏବଂ ଲିକ୍ ହେଲେ ଖୁବ ଶୀଘ୍ର ଏହା ପବନରେ ମିଶିଯାଏ । ଏତଦ୍ବ୍ୟତୀତ ଏହାର ପ୍ରଜ୍ଜ୍ୱଳନ ତାପମାତ୍ରା ୫୮୫ ଡୀଗ୍ରୀ ସେଲସିୟସ୍ ଥିବାରୁ ଏହା ଶୀଘ୍ର ପ୍ରଜ୍ଜ୍ୱଳିତ ହୋଇପାରେ ନାହିଁ । ପାରମ୍ପରିକ ଇନ୍ଧନ ତୁଳନାରେ ଏହା ଅଧିକ ଶସ୍ତା । ସିଏନ୍ଜି ଅପେକ୍ଷାକୃତ ଶସ୍ତା, ପରିବେଶ ଉପଯୋଗୀ, ସହଜସାଧ୍ୟ ଏବଂ ସୁରକ୍ଷିତ ଇନ୍ଧନ ପ୍ରତି ହିତାଧିକାରୀଙ୍କ ପାଇଁ ଏହା ହାପି ଫୁଏଲ ଭଳି କାର୍ଯ୍ୟ କରିବ ।

ମାନନୀୟ କେନ୍ଦ୍ରମନ୍ତ୍ରୀ ସହରରେ ସିଏନ୍ଜି ଚାଳିତ ସ୍କୁଟରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ପ୍ରଥମେ ସିଏନ୍ଜି ଚାଳିତ ସ୍କୁଟର କେବଳ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେ ସହରରେ ଉପଲବ୍ଧ ଥିଲା । ଲୋକମାନେ ସେମାନଙ୍କ ଦ୍ୱି-ଚକ ବିଶିଷ୍ଟ ଯାନକୁ ସିଏନ୍ଜିରେ ରୂପାନ୍ତରିନ୍ତ କରିବା ନିମନ୍ତେ ଗେଲ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସହ ଅନୁବନ୍ଧିତ କରି ଏକ ସହଜସାଧ୍ୟ ବିତୀୟ ଯୋଜନା ଆରମ୍ଭ କରିଛି ଯାହାଦ୍ୱାରା ହିତାଧିକାରୀମାନେ ନିଜର ସ୍କୁଟରକୁ ପ୍ରତି ମାସରେ ଟ୫୦୦ କିସ୍ତି (ଇଏମ୍ଆଇ ) ମାଧ୍ୟମରେ କରିପାରିବେ । ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି

ଯାନବାହନରେ ସିଏନ୍ଜି ଯୋଗାଣ ପାଇଁ ୩ଟି କିଟ୍ ଉପôାଦନକାରୀ ସଂସ୍ଥାକୁ ପରିବହନ କମିଶନର ମଞ୍ଜୁରୀ ଦେଇଛନ୍ତି । କିଟ୍ ନିର୍ମାଣକାରୀ ସଂସ୍ଥା ଭୁବନେଶ୍ୱର ପାଇଁ ମଧ୍ୟ ନିଜର ଡିଲରଙ୍କୁ ନିଯୁକ୍ତ କରିଛନ୍ତି । ଅଟୋ ରିକ୍ସା ମାଲିକ ଏବଂ ଡ୍ରାଇଭରଙ୍କ ପାଇଁ ସହଜ ସିଏନ୍ଜି ରୂପାନ୍ତରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗ୍ୟାସ-ଆଧାରିତ ଅର୍ଥବ୍ୟବସ୍ଥା ଏବଂ ପୂର୍ବ ଭାରତକୁ ମୁଖ୍ୟ ନାଚୁ୍ୟରାଲ ଗ୍ରୀଡ଼୍ ସହ ସଂଯୋଗ କରିବାର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ସିଏନ୍ଜି ଯୋଗାଣର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଭୁବନେଶ୍ୱର ଏବଂ କଟକରେ ସିଜିଡି ପ୍ରକଳ୍ପ ପାଇଁ ମୂଳ ପୁଞ୍ଜିଗତ ବ୍ୟୟ ୧୭,୦୦ କୋଟି ଟଙ୍କାରୁ ୪୦୦ କୋଟି ଟଙ୍କା ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ବ୍ୟୟ କରାଯିବାର ଯୋଜନା ରହିଛି । ଏହି କ୍ରମରେ ଗେଲ (ଇଣ୍ଡିଆ) ଲିମିଟେଡ଼୍ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଚୁକ୍ତିପତ୍ର ସ୍ୱାକ୍ଷର କରିବା ସହ ସ୍ଥାନୀୟ ଯୁବକଙ୍କ ଦକ୍ଷତା ବିକାଶ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା
ଓଡ଼ିଶାରେ ୪ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରଧାନମନ୍ତ୍ରୀ ପ୍ରାକୃତିକ ବାଷ୍ପ ପାଇପଲାଇନ ନିର୍ମାଣ କରାଯାଉଛି ଏବଂ ଦୀର୍ଘ ୭୬୯ କିମି ଲମ୍ବ ବିଶିଷ୍ଟ ଏହି ପାଇପଲାଇନ ରାଜ୍ୟର ୧୩ ଟି ଜିଲା ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ଜଗତ୍ସିଂପୁର, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା, ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, କଟକ, ଅନଗୁଳ, ଢେଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ ଭଳି ପ୍ରମୁଖ ଶିଳ୍ପାଂଚଳ ଦେଇ ଗତି କରିବ ।

Share in top social networks!
Powered By Indic IME