ଉଦଯାପିତ ହେଲା କର୍ମକ୍ଷେତ୍ର ରେ ଆନନ୍ଦ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

IMG_0748 (1)
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠିତ କର୍ମକ୍ଷେତ୍ରରେ ଆନନ୍ଦ ଜାତୀୟ ଅଳଛା ଆଜି ଉଦଯାପିତ ହୋଇଅଛି।ଉଦ୍ଯାପନୀ ସନ୍ଧ୍ୟା ରେ ଓଡିଶା ସରକାର ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ମୁଖ୍ୟ ଅତିଥି ରୂପେ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ପ୍ରମୁଖ ସଚିବ ଶ୍ରୀ ନିତିନ ଚନ୍ଦ୍ରା ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଜାତୀୟ ସମ୍ମିଳନୀ ରେ କିପରି ସଚୋଟତା ର ସହ କର୍ମକ୍ଷେତ୍ର ରେ ହସଖୁସିରେ କର୍ମ କରିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା।ଏହି ସମ୍ମିଳନୀ ରେ ବାଣିଜ୍ୟ,ପ୍ରଶାସନ ,ଅଧ୍ୟୟନ ଏବଂ ଆଧ୍ୟାତ୍ମିକ ଜଗତରୁ ବହୁତ ବ୍ୟକ୍ତି ଯୋଗଦେଇଥିଲେ।ସୁଖୀ ଏବଂ ସ୍ଵୟଂସଂପୂର୍ଣ ବ୍ୟକ୍ତି ସଫଳ କାର୍ଯ୍ୟ ରୂପାୟନ କରିପାରିବ ଏହା ଏହି ସମ୍ମିଳନୀ ର ଏକ ମୁଖ୍ୟ ସମ୍ବାଦ ରହିଥଲା।

ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୂଳକରଣୀ,ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନନ୍ଦଲାଲ,କାର୍ମିକ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଲମ୍ବା,ଜାତୀୟ ମାନବ ସଂସାଧାନ ସଂସ୍ଥା ଭୁବନେଶ୍ୱର ର ମୁଖ୍ୟ ଶ୍ରୀ ପାର୍ଥସାରଥୀ ମିଶ୍ର,ଏବଂ ପ୍ରବନ୍ଧନ ବିଭାଗ ର ମୁଖ୍ୟ ଡ଼ ଶ୍ରୀନିବାସ ସୁବାରାଓ ଉପସ୍ଥିତ ଥିଲେ।

ଦ୍ଵିତୀୟ ଦିବସ ର ଆଲୋଚନା ଏକ ଆନନ୍ଦମୟ ଏବଂ ସୁଖୀ ପରିବେଶ ମଧ୍ୟରେ କିପରି ବାଣିଜ୍ୟ କରିହେବ ତା ଉପରେ ଅଲୋକପାତ କରାଯାଇଥିଲା, ଏହି ଆଲୋଚନା ରେ ଆର୍ଟ ଅଫ ଲିଭିଂ ର ବରିଷ୍ଠ ଶିକ୍ଷକ ଶ୍ରୀ ବିନୋଦ ମେନନ,ପୂର୍ବତନ ଆଈ.ଆର. ଏସ ଅଧିକାରୀ ଶ୍ରୀ ଏସ.ସି.ଚୌଧୁରୀ,ଉତ୍କଳ ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ପ୍ରଭାତ କୁମାର ମହାନ୍ତି,ଏବଂ ଆଇ.ଟି.ସି ର ମୁକୁଲ ରସ୍ତଗୀ ଯୋଗଦାନ କରିଥିଲେ।

ଉଜାପନୀ ଉତ୍ସବ ରେ କୁଳପତି ଡ଼ ନନ୍ଦଲାଲ ଏହି ଆଲୋଚନାଚକ୍ର ର ସଫଳତା ବ୍ୟାଖ୍ୟା କରିଥିଲେ।

ମାନନୀୟ ମନ୍ତ୍ରୀ ଆନନ୍ଦମୟ ପରିବେଶ ରେ ଶିକ୍ଷା ପ୍ରଦାନ କରୁଥିବାରୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୁ ସାଧୁବାଦ ଜଣାଇଥିଲେ।

ପରିଶେଷରେ ପ୍ରବନ୍ଧନ ବିଭାଗ ମୁଖ୍ୟ ଡ଼ ଶ୍ରୀନିବାସ ସୁବାରାଓ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ମୋଟ ୯ ଟି ଆଲୋଚନା କରାଯାଇଥିଲା।ବିଭିନ୍ନ ଜଗର୍ତରୁ ମୋଟ ୩୮ ଜଣ ଜଣାଶୁଣା ବ୍ୟକ୍ତି ଭାଷଣ ଦେଇଥିଲେ।

Share in top social networks!
Powered By Indic IME