ନବୀନଙ୍କ ନେତୃତ୍ୱରେ ଆଗକୁ ଓଡ଼ିଶା ୧ନମ୍ବର ରାଜ୍ୟ ହେବ

DSC_1144-300x200ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଯୋଗୁ ଗତ ୧୭ବର୍ଷ ମଧ୍ୟରେ ଓଡ଼ିଶାର ପରିଭାଷା ବଦଳିଛି । ସ୍ଥାଣୁତ୍ୱ ବିକାଶର ରୂପ ନେଇଛି । ଆଗକୁ ମଧ୍ୟ ତାଙ୍କର ବଳିÂ ନେତୃତ୍ୱ ଯୋଗୁ ଓଡ଼ିଶା ସାରା ଦେଶର ଏକମାତ୍ର ‘ରୋଲ୍‍ ମଡେଲ୍‍’ ରାଜ୍ୟ ହେବା ସହିତ ବିକାଶ କ୍ଷେତ୍ରରେ
ସବୁଠାରୁ ଆଗରେ ରହିବ ବୋଲି ବିଜୁ ଜନତା ଦଳ ସଂପାଦକ ବିଜୟ ନାୟକ କହିଛନ୍ତି ।

ଆମ ରାଜ୍ୟ ଓଡ଼ିଶା କିପରି ନବୀନ ପଟ୍ଟନାୟକଙ୍କ ବଳିÂ ନେତୃତ୍ୱ ଯୋଗୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଉଚିତ୍‍ ମୁକାବିଲା କରିବା ସହିତ ଏଥିନେଇ ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଖ୍ୟାତି ଲାଭ କରିଥିଲା ତାହା ଦର୍ଶାଇ ‘ଫାଇଲିନ୍‍’ ବାତ୍ୟାରେ ହଜାର ହଜାର ଲୋକଙ୍କ ଧନଜୀବନ ରକ୍ଷା ନବୀନଙ୍କ ବଳିÂ ନେତୃତ୍ୱ ଓ ପ୍ରଶାସନିକ ବିଚକ୍ଷଣତା ଯୋଗୁ ସମ୍ଭବପର ହେଲା ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି । ଏପରିକି ମାତ୍ର ଦିନକ ପୂର୍ବରୁ କେନ୍ଦ୍ର ଖଣି ସଚିବ ପ୍ରଦୀପ ସିହ୍ନା ଯେପରି ‘ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା’ ବା ‘ଜିଲ୍ଲା ଖଣିଜ ଫାଉଣ୍ଡେସନ୍‍ ପାଣ୍ଠି’ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେÂ ରାଜ୍ୟ ବୋଲି ଅଭିହିତ କରିଛନ୍ତି ତାହା ଉଲ୍ଲେଖ କରି ଏକ ପ୍ରେସ୍‍ ଇସ୍ତାହାରରେ ଶ୍ରୀ ନାୟକ କହିଛନ୍ତି, ଏ କ୍ଷେତ୍ରରେ ଅନ୍ୟ ରାଜ୍ୟଗୁଡିକ ଲାଗି ଓଡ଼ିଶା ରୋଲ୍‍ ମଡେଲ୍‍ ପାଲଟିଛି । ଖଣିଜ କଲ୍ୟାଣ ପାଣ୍ଠି ଅର୍ଥ ସଂଗ୍ରହ,
ବିଭିନ୍ନ ପ୍ରକଳ୍ପ ପରିଚାଳନା ଓ କାର୍ଯ୍ୟକାରୀ କରିବା ବ୍ୟବସ୍ଥା ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ୱେବ୍‍ ପୋର୍ଟାଲ ଖୋଲିଛନ୍ତି ।

ଏହାକୁ ଅନୁସରଣ କରି କେନ୍ଦ୍ର ସରକାର ନୂଆ ପୋର୍ଟାଲ୍‍ ଖୋଲିବେ ବୋଲି କେନ୍ଦ୍ର ଖଣି ସଚିବ ଦର୍ଶାଇବା ସହ ଓଡ଼ିଶା ଖଣି ଅଞ୍ଚଳ ବିକାଶ ପାଇଁ ନେଇଥିବା ପଦକ୍ଷେପଗୁଡିକ ସର୍ବୋକ୍ରୃଷ୍ଟ ଓ ଆଗକୁ ଅନ୍ୟ ରାଜ୍ୟଗୁଡିକ ଓଡ଼ିଶାର ମାର୍ଗ ଅନୁସରଣ କରିବା ନିଶ୍ଚିତ ବୋଲି ଖଣି ସଚିବ ମତ ଦେଇଛନ୍ତି । ଖଣିଜ ପାଣ୍ଠି ସଂଗ୍ରହ ଓ ବିନିଯୋଗ କ୍ଷେତ୍ରରେ ରାଜ୍ୟ ରୋଲ୍‍ ମଡେଲ୍‍ ପାଲଟିବାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓ ତାଙ୍କ ବଳିÂ ନେତୃତ୍ୱ ଏବଂ ପ୍ରଶାସନିକ ଦକ୍ଷତା ଯୋଗୁ
ଓଡ଼ିଶା ଆଗକୁ ୧ନମ୍ବର ରାଜ୍ୟ ହେବା ସହିତ ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବ ବୋଲି ଶ୍ରୀ ନାୟକ କହିଛନ୍ତି ।

Share in top social networks!
Powered By Indic IME