ଖଣି ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟସରକାର : ବିଜେପି

PC_P Acharya_14.12 (1)
 ମୁଖ୍ୟମନ୍ତ୍ରୀ ଏବଂ ଖଣି ମାଫିଆଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା
 କିଛି ବରିÂ ଅମଲା ଯାହା କୁହନ୍ତି ବିଭାଗୀୟ ମନ୍ତ୍ରୀ କିଛି ନବୁଝି ସେଇ କାମ କରନ୍ତି
 ରାଜ୍ୟ ସରକାର ଓ ତୃତୀୟ ମହଲାର ଅମଲାମାନେ ଖଣିମାଫିଆଙ୍କ ଠାରୁ ଅର୍ଥ ଆଣି ବିଜେଡିର ଦଳୀୟ ପାଣ୍ଠିଭାବରେ ବ୍ୟବହାର କରୁଛନ୍ତି
 ୪ ମାସରୁ ଉଦ୍ଧ୍ୱର୍ ସମୟ ପରେ ବି ରାଜ୍ୟ ସରକାର ଖଣିମାଫିଆଙ୍କ ଠାରୁ ଜରିମନା ଆଦାୟ କଲେ ନାହିଁ

ଗତକାଲି ବେଆଇନ ଖଣି ଦୁର୍ନୀତି ମାମଲାରେ ଦେଶର ସବୋର୍ଚ୍ଚ ନ୍ୟାୟଳୟ ଖଣି ମାଫିଆଙ୍କ ଆବେଦନକୁ ଖାରଜ କରିବା ସହ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜରିମନା ଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସୁପ୍ରିମକୋର୍ଟର ଏଭଳି ନିଷ୍ପତି କୁ ରାଜ୍ୟ ବିଜେପି ସ୍ୱାଗତ କରିଥିବା ବେଳେ ରାଜ୍ୟ ସରକାର ଓ ଖଣି ମାଫିଆଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକାକୁ କଡା ଭାଷାରେ ସମାଲୋଚନା କରିଛି ।
୧୮ ବର୍ଷର ନବୀନ ସରକାର ରାଜ୍ୟବାସୀଙ୍କୁ ଲୁଟିବାରେ ସଫଳ ହୋଇଛନ୍ତି । ଖଣିଲୁôôଟ ଠାରୁ ଆରମ୍ଭ କରି ଚିଟ୍ ଫଣ୍ଡ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାଧାରଣ ଜନତା ଏଠି ଲୁଟ୍ର ଶିକାର ହେଉଛି । ଗତ ଅଗଷ୍ଟମାସର ପ୍ରଥମ ସପ୍ତାହରେ ମାନ୍ୟବର ସୁପ୍ରିମକୋର୍ଟ ବେଆଇନ ଖଣି ଉତୋଳନ ମାମଲାରେ ଡିସେମ୍ବର ୩୧ ସୁଦ୍ଧା ଜରିମନା ଅର୍ଥ ପଇଠ କରିବା ପାଇଁ ବେଆଇନ ଖଣି କଂପାନୀ ଗୁଡିକୁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟସରକାରଙ୍କ ତରଫରୁ କୈାଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ବୋଲି ବରିÂ ଆଇନୀଜିବୀ ତଥା ବିଜେପି ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଖୋଦ୍ ରାଜ୍ୟସରକାର ବେଆଇନ ଖଣି ଖନନ ମାମଲାରେ ୫୯ ହଜାର କୋଟି ଟଙ୍କାର ଜରିମନା ଆଦାୟ କରିବା ପାଇଁ ଖଣି ଲିଜ୍ଧାରୀମାନଙ୍କୁ ଏମଏମଡିଆର ଆକ୍ଟ୨୧(୫) ଧାରା ଆଧାରରେ ନୋଟିସ ଇସୁ୍ୟ କରିଥିଲେ । କିନ୍ତୁ ଏବେ ଖଣିମାଫିଆଙ୍କୁ ଅନୁକଂପା ଦେବାକୁ ଯାଇ ୫୯ ହଜାର କୋଟି ବଦଳରେ ୧୭ ହଜାର କୋଟିରେ ସୀମିତ କରିଥିଲେ । ମାନ୍ୟବର ସବୋର୍ଚ୍ଚ ନ୍ୟାୟଳୟ ଅଗଷ୍ଟ ୨ ତାରିଖରୁ ନିଦେ୍ର୍ଧଶ ଦେବା ସତ୍ୱେ୍ୱ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଆଜାୟ କରିବାର ନା ଗନ୍ଧ ଧରୁନାହାଁନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ଖଣି ମାଫିଆଙ୍କ ଟଙ୍କାରେ ବିଜେଡି ସରକାର ନିର୍ବାଚନ ଲଢୁଥିବାରୁ ସେମାନଙ୍କୁ ସୁରକ୍ଷା ଦେବାରେ ସରକାର ତପôର ଅଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ ସରକାର ୭୪ ହଜାର କୋଟିରୁ ଉଦ୍ଧ୍ୱର୍ଟଙ୍କା ଋଣଭାର ମୁଣ୍ଡଉଥିବା ସମୟରେ ଖଣି ମାଫିଆ ମାନଙ୍କ ପ୍ରତି ଉଦରତା ଦେଖାଇବାର ରହସ୍ୟ କଣ ମୁଖ୍ୟମନ୍ତ୍ରୀ କହିବେ କି ? ଅନ୍ୟପଟେ ଚିଫ ସେକ୍ରେଟାରୀଙ୍କ ନେତୃତ୍ୱରେ ରାଜ୍ୟର ତିନୋଟି ଜିଲ୍ଲା ମୟୁରଭଂଜ, ସୁନ୍ଦରଗଡ, କେନ୍ଦୁଝରର ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଏସ.ପି.ଭି ଗଠନ ହୋଇଛି । ଯଦି ସମସ୍ତ ଜରିମନା ରାଜ୍ୟ ସରକାର ଆଦାୟ କରିଥାନ୍ତେ ତେବେ ସେହି ଗରିବ ଆଦିବାସୀଙ୍କ କଲ୍ୟାଣ ପାଇଁ ଏହି ଅର୍ଥ ଲାଗିପାରିଥନ୍ତା କିନ୍ତୁ ରାଜ୍ୟ ସରକାର ତାହା କଲେ ନାହିଁ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଗରିବ ଆଦିବାସୀଙ୍କ କଲ୍ୟାଣ ପାଇଁ ଏ ସରକାରଙ୍କ ପ୍ରତିବଦ୍ଧତା କେତେ ତାହା ଓଡିଶା ଜନସାଧାରଣ ବିଚାର କରିବା ଉଚିତ୍ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସବୋର୍ଚ୍ଚ ନ୍ୟାୟଳୟଙ୍କ ନିଦେ୍ର୍ଧଶ ଅନୁସାରେ ଖଣି ଲିଜ୍ ଧାରୀଙ୍କ ଠାରୁ ରାଜ୍ୟ ସରକାର ଶତକଡା ୧୦୦ ଭାଗ ଜରିମନା ଆଦାୟ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ନେବା ପାଇଁ ରାଜ୍ୟ ବିଜେପି ଦାବୀ କରୁଛି ।
ଏହି ସାମ୍ବାଦିକ ସମ୍ମିଳନୀ ରେ ବରିÂ ଆଇନୀଜିବୀ ତଥା ବିଜେପି ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଓ ଦିଲ୍ଲୀପ ମହାନ୍ତି ଙ୍କ ସମେତ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!