ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠିତ ହେଲା କର୍ମକ୍ଷେତ୍ରରେ ଆନନ୍ଦ ଶୀର୍ଷକ ଜାତୀୟ ଆଲୋଚନା ଚକ୍ର

IMG_7987
ଜାତୀୟ ମାନବ ସଂସାଧନ କ୍ଷେତ୍ର ଭୁଅବନେଶ୍ୱର ପ୍ରାନ୍ତ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ମିଳିତ ସହଯୋଗ ରେ କର୍ମକ୍ଷେତ୍ରରେ ରେ ଆନନ୍ଦ ଶୀର୍ଷକ ଜାତୀୟ ସମ୍ମିଳନୀ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ୧୪ ଡିସେମ୍ବର ୨୦୧୭ ରିଖ ଉଦଘାଟିତ ହୋଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରାମପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ଜେ ମଣିଷ ମନେ ନିଜ ଦୁଖୀ ହେଉଛନ୍ତି, ଥରେ ଆନନ୍ଦ କୁ ଆପଣେଇଲେ ଦୁଃଖ ଆପଣା ଛାଏଁ ଦୂର ହୋଇଯିବ।ସେ କହିଥିଲେ ଯେ ଘରେ ଯଦି ଜଣେ ବ୍ୟକ୍ତି ସୁଖୀ ଜୀବନ ଅତିବାହିତ କରିପାରୁଛି ତାହାଲେ ସେ କର୍ମକ୍ଷେତ୍ର ରେ ମଧ୍ୟ ଖୁସି ରହିପାରିବ।

ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାର ର ଭିନକ୍ଷମ ସଶକ୍ତିକରଣ ତଥା ମହିଳା ଓ ସିସୁବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ,ଭାରତ ସରକାର ର ପେଟ୍ରୋଲିୟମ ଏବଂ ଜୈବିକ ବାଷ୍ପ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜାତୀୟ ମାନବ ସଂସାଧନ ସଂସ୍ଥା ଓଡିଶା ଭାଗ ର ମୁଖ୍ୟ ଶ୍ରୀ ପାର୍ଥସାରଥୀ ମିଶ୍ର ,ଦୋହା ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଆର ସୀତାରମାନ, ଅଦାନୀ ବନ୍ଦର ଧାମରା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ତ୍ରିପାଠୀ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୂଳକରଣୀ, ଓଡିଶା ସରକାର ର ସହକାରୀ ମୁଖ୍ୟ ଶାସନ ସଚିବ ଏଲ.ଏନ ଗୁପ୍ତା , ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ବାଣିଜ୍ୟ ଓ ପ୍ରବନ୍ଧନ ବିଭାଗ ମୁଖ୍ୟ ଡ଼ ଶ୍ରୀନିବାସ ସୁବାରାଓ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନନ୍ଦଲାଲ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି କର୍ମକ୍ଷେତ୍ର ରେ କିପରି ଆନନ୍ଦ ର ବତାବରଣ ସୃଷ୍ଟି କରାଯାଇପାରିବ।ଏହି ଦ୍ଵିଦିବସୀୟ ଆଲୋଚନା ଚକ୍ର ପାଇଁ ମୋଟ ୩୮ ଟି ସନ୍ଧର୍ବ ମନୋନୀତ ହୋଇଅଛି।
ଏହି ଅବସର ରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କର୍ମକ୍ଷେତ୍ର ରେ ଆନନ୍ଦ ର ମହତ୍ଵ ସମ୍ପର୍କରେ ରେ ବ୍ୟାଖ୍ୟା କରିଥିଲେ।ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ମହୋଦୟା ଶ୍ରୀମତୀ ରଜିତା କୂଳକରଣୀ ତିନୋଟି ସି ଉପରେ ଆଲୋକପାତ କରିଥିଲେ।ଏହା ମଧ୍ୟ ରେ ସମ୍ବନ୍ଧ, ସହଯୋଗ ଏବଂ ସ୍ଵୟଂସଂପୂର୍ଣତା ଅନ୍ତର୍ଗତ।ଅଦାନୀ ବନ୍ଦର ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁବ୍ରତ ତ୍ରିପାଠୀ କହିଥିଲେ କି ଅନ୍ୟ ମାନଙ୍କୁ ଉଠିବାକୁ ସୁଯୋଗ ଦିଅନ୍ତୁ ଦେଖିବେ ଆପଣ ନିଜେ ବହୁତ ଉପରକୁ ଉଠିଯିବେ।ମାନନୀୟ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂତନ ଉଦ୍ଯୋଗ କ୍ଷେତ୍ର ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଭୂମିକା ର ପ୍ରଶଂସା କରିଥିଲେ।ଓଡିଶା ସରକାର ର ସହକାରୀ ମୁଖ୍ୟ ସଚିବ ଶ୍ରୀ ଏଲ.ଏନ ଗୁପ୍ତା କହିଥିଲେ କି ଯେ କୌଣସି ସମୟ ରେ ମଧ୍ୟ ନିଜକୁ ଅଟଳ ଓ ଆନନ୍ଦିତ ରଖିବାକୁ ଚେଷ୍ଟା କର।

ଏହି ଦ୍ଵିଦିବସିୟ ଆଲୋଚନାଚକ୍ର ରେ ମାନସିକ ପ୍ରବନ୍ଧନ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।ଏହି ଆଲୋଚନାଚକ୍ର ମାଧ୍ୟମ ରେ ପ୍ରତ୍ୟକ ବ୍ୟକ୍ତି କୁ ସାରିସିକ,ମାନସିକ,ବୌଦ୍ଧିକ,ଆତ୍ମିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ବିକଶିତ କରାଇ କର୍ମକ୍ଷେତ୍ର ରେ ସର୍ବଶ୍ରେଷ୍ଠ ଯୋଗଦାନ ଦେବାର ଲକ୍ଷ ରଖାଯାଇଛି।

Share in top social networks!