କନ୍ଦଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

DSCN2808ରାଜଧାନୀ ଭୁବନେଶ୍ୱରଠାରୁ ୨୫ କି.ମି. ଦୂର ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ପାଶ୍ୱର୍ରେ ଥିବା କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାପ୍ର ପ୍ରଥମ ବାର୍ଷିକ ଉତ୍ସବ ଅନୁÂିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ବର୍ଷକ ତଳେ ଏହି ପଡାରେ ରହୁଥିବା ୪୩ଟି ଆଦିବାସୀ ପରିବାରର ଚିତ୍ର ଅଲଗା ଥିଲା । ଦିନଥିଲା ବିଦ୍ୟାଳୟରେ ନାମ ଲେଖା ପାଇଁ ଅଭିଭାବକଙ୍କୁ ଶିକ୍ଷକ ବାଧ୍ୟ କରୁଥିଲେ । ୪ କି.ମି. ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ବିନ୍ଧ୍ୟଗିରି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯାଉଥିଲେ । ବିପଦପୂର୍ଣ୍ଣ ରାସ୍ତା ଥିବାରୁ ଉପସ୍ଥାପନ ସଂଖ୍ୟା ବି କମ୍ ରହୁଥିଲା ।ଏହି ସମସ୍ୟାର ସମାଧାନ ଲାଗି ଆଗେଇ ଆସିଥିଲେ ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ । ପୂର୍ବତନ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡେ଼ଙ୍ଗ, ଗ୍ରାମବାସୀଙ୍କ ଉଦ୍ୟମ ଏବଂ ନୂଆଦିଲ୍ଲୀର ଅଗ୍ରଣୀ ସାମାଜିକ ଅନୁÂାନ ‘ଆଶ୍ରା’ର ସହାୟତାରେ ଗାଆଁରେ ଛାତ୍ରଛାତ୍ରୀଙ୍କ ପାଇଁ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଗୃହ ୨୦୧୬ ଡ଼ିସେମ୍ବର ୧୧ରେ ଆରମ୍ଭ କରାଯାଇଥିଲା । ଚଳିତ ମାସ ୧୧ ତାରିଖରେ ‘ଆଶ୍ରା’, ଗ୍ରାମବାସୀ ଓ ସାମାଜିକ କର୍ମୀଙ୍କ ସହଯୋଗରେ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଇଂ ବାସୁଦେବ ମିଶ୍ର, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ୟାମ ଗାଗରାଇ, ଗାଁ ମୁଖିଆ ଲୁନ୍ଦୁର କୁଙ୍କାଲ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପି୍ରୟବ୍ରତ ପଣ୍ଡା, କନକ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଗତବର୍ଷ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ ।

Share in top social networks!