ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ୫ମ ସମାବର୍ତ୍ତନ ଉତ୍ସବ

IMG_1318
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ଏସ୍.ସି. ଜମିର୍ ଉକ୍ତ ଉତ୍ସବରେ ପୌରହିତ୍ୟ କରିଥିଲେ । ଶ୍ରୀଯୁକ୍ତ
ଷ୍ଟିଭେନ୍ ହାରବର୍ଟ, ପୂର୍ବତନ ମନ୍ତ୍ରୀ କୌଶଳ ଏବଂ ତାଲିମ, ଭିକ୍ଟୋରିଆ ସରକାର (ଅଷ୍ଟେ୍ରଲିଆ) ଉତ୍ସବରେ ମୁଖ୍ୟ
ଅତିଥି ହେବା ସଙ୍ଗେସଙ୍ଗେ ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ରୁଥ୍ ୱାଲେସ୍, ନିଦେ୍ର୍ଧଶକ ଉତ୍ତର
ଅନୁÂାନ, ଚାର୍ଲସ୍ ଡାର୍ୱିନ୍ ବିଶ୍ୱବିଦ୍ୟାଳୟ (ଅଷ୍ଟେ୍ରଲିଆ) ଉକ୍ତ ଉତ୍ସବର ସମ୍ମାନନୀୟ ଅତିଥି ଆସନ ମଣ୍ଡନ
କରିଥିଲେ ।
ଶ୍ରୀଯୁକ୍ତ ହାର୍ବର୍ଟ ତାଙ୍କ ଅଭିଭାଷଣରେ ଛାତ୍ରମାନଙ୍କୁ ସବୁବେଳେ ଇପ୍ସିତ ଉଦେ୍ଧଶ୍ୟ ଫଳବତୀ କରିବା
ଦିଗରେ ଦୃଷ୍ଟି ନିବଦ୍ଧ କରିବା ସଙ୍ଗେସଙ୍ଗେ ଯୋଜନାବଦ୍ଧ ଭାବେ କାର୍ଯ୍ୟକରିବା ଉଦ୍ୟମ କଲେ ବର୍ତ୍ତମାନ ନିଜର
ଭବିଷ୍ୟତ ଅଭିବୃଦ୍ଧିର ଅୟମାରମ୍ଭ ଏବଂ ପରବର୍ତ୍ତୀ ଯାତ୍ରା ଅତ୍ୟନ୍ତ ସୁଗମ ଏବଂ ସାଫଲ୍ୟମଣ୍ଡିତ ହୋଇପାରିବ ବୋଲି
ଉତ୍ସାହିତ କରିଥିଲେ ।
ଅଧ୍ୟାପକ ଶ୍ରୀଯୁକ୍ତ ରୁଥ୍ ୱାଲେସ୍ ଚାର୍ଲସ୍ ଡାର୍ୱିନ୍ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଆନ୍ ମଧ୍ୟରେ ସହଯୋଗ
କରିବାକୁ ଗଭୀର ଆଗ୍ରହ ପ୍ରକାଶ କରିଥିଲେ ଏବଂ ତାଙ୍କର ଆଗମନ ଫଳରେ ଜ୍ଞାନର ଆଦାନପ୍ରଦାନ ମାର୍ଗ ଉନ୍ମୁକ୍ତ
ହେବା ସଙ୍ଗେ ସଙ୍ଗେ ପରସ୍ପର ଉନ୍ନତି ସମ୍ପନ୍ନ ଏବଂ ଅଧିକ ଫଳପ୍ରଦ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ ।
ଉକ୍ତ ସମାବର୍ତ୍ତନ ଉତ୍ସବରେ ୧୫୯୫ ସ୍ନାତକମାନଙ୍କୁ ଉପାଧି ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର
୧୭ଜଣ ଛାତ୍ରଙ୍କୁ ସେମାନଙ୍କର ଉଚ୍ଚକୋଟୀର ଏବଂ କୃତୀତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ୱର୍ଣ୍ଣପଦକ ଏବଂ ୨୫ଜଣ
ମେଧାବୀ ଛାତ୍ରଙ୍କୁ ପି.ଏଚ୍.ଡି. ଉପାଧି ପ୍ରଦାନ କରାଯାଇଥିଲା ।
ମାନ୍ୟବର ରାଜ୍ୟପାଳ ନୂତନ ସ୍ନାତକମାନଙ୍କୁ ସାଧୁବାଦ ଜଣାଇବା ସଙ୍ଗେସଙ୍ଗେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟକୁ
କୌଶଳ ବିକଶିତ ଉଚ୍ଚଶିକ୍ଷା ପ୍ରଦାନ କରିବାରେ ଅଗ୍ରଦୂତ ବୋଲି ପ୍ରଶଂସା କରିଥିଲେ ଏବଂ ଉପଯୁକ୍ତ ସାମାଜିକ
ଶିକ୍ଷାପ୍ରଣାଳୀ ପ୍ରଣୟନ, ଉଭୟ ଗ୍ରାମୀଣ ଏବଂ ସହର ସଭ୍ୟତାର ଉନ୍ନତିକଳ୍ପେ କରୁଥିବା କାର୍ଯ୍ୟ ଶିକ୍ଷାର ମହତ୍ୱପୂର୍ଣ୍ଣ
ବାତାବରଣ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରତିପାଦନ କରିଥିଲେ ।
ବିଟେକ୍, ଏମ୍ଟେକ୍, ଏମ୍ବିଏ, ଏମ୍ଫିଲ୍, ବିଏସ୍ସି ଏବଂ ଡିପ୍ଲୋମାର ୨୦୧୭ ପାଇଁ ପଦକ ବିଜୟୀ
ଗଣଐଶ୍ୱର୍ଯ୍ୟା
ଶୁଭଦର୍ଶୀନି, ଅଞ୍ଜନେୟ ଆଚାର୍ଯ୍ୟ, ବି. ଜିବନୀ, କେଶବଚନ୍ଦ୍ର ସାହୁ, ମାନସ ରଂଜନ ଗଡନାୟକ,
ମନୀଷା ପ୍ରଧାନ, ନୀଲମ ପ୍ରିୟଦର୍ଶୀନି ସେଠୀ, ପ୍ରୀତିପଲବୀ ପାତ୍ର, ରୁଚିସ୍ମିତା ଗହୀର, ସବ୍ୟସାଚୀ ମହାନ୍ତି,
ସିମ୍ହାଦ୍ରୀ ଦୀପ୍ତି, ସୁବର୍ଣ୍ଣ ଶତପଥୀ, ସୁଦ୍ଧାଶ୍ରୀ ଦେବ, ସୁଜିତ କୁମାର ସାହୁ, ସୁନୀଲ ବରାଦ, ସୁସ୍ମିତା ବୋଇତି ଏବଂ
ସ୍ୱୟଂପ୍ରଜ୍ଞା ପ୍ରଧାନ ।

Share in top social networks!