ମହାନଦୀ ବିବାଦ ସଂକ୍ରାନ୍ତରେ ଓଡିଶାକୁ ବିଭ୍ରାନ୍ତ କରୁଥିବା ରାଜନେତାମାନେ ଓଡିଶାର ସ୍ୱାର୍ଥ ବିରୋଧୀ : ବିଜେପି

Bijay-Mohapatra ରାଜନୀତିରେ ଅପାଂକ୍ତେୟ ହୋଇପଡୁଥିବା କିଛି ରାଜନେତା ନିଜ ଆଡକୁ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ବିବାଦିତ,ବିଭ୍ରାନ୍ତିକର ଓ ଅବାନ୍ତର ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଜଳ ବିବାଦ ବାବଦରେ ଲମ୍ବା ସମୟ ଧରି ଦେଖଣାହାରି ରହିଲେ ଏବଂ ୨୦୧୬ ମସିହାରୁ ରାଜନୈତିକ ରୁଟି ସେକିବା ଆରମ୍ଭ କଲେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଜଳ ସଂସାଧନ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ମଧ୍ୟସ୍ଥତାରେ ହୋଇଥିବା ତୈପାକ୍ଷିକ ଆଲୋଚନାକୁ ଓଡିଶା ମୁଖ୍ୟମନ୍ତ୍ରୀ ଭଣ୍ଡୁର କରିବାର ସବୁ ଷଡଯନ୍ତ୍ର କରିଥିଲେ ଏବଂ ଓଡିଶାରୁ ଏକ ନକରାତ୍ମକ ପ୍ରେସ୍ ନୋଟ୍ ଧରି ବୈଠକକୁ ଯାଇଥିଲେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ବ÷ଷୟିକ ବିଶେଷଜ୍ଞ କମିଟିକୁ ଓଡିଶାରୁ କାହାକୁ ମନୋନୀତ ନକରିବା ଓ ତଥ୍ୟ ନଦେବା ଘବଗ୍ଧସକ୍ଟଦ୍ଭବକ୍ଷ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଐଚ୍ଚୟrକ୍ଟକ୍ଷକ୍ଟଶଚ୍ଚକୁ ମହାନଦୀ ବେସିନ୍ ପାଣିର ପରିମାଣ ଗ୍ଦଗ୍ଧଙ୍କୟଚ୍ଚ କରିବାକୁ ନଦେବା, ଦୁଇ ଦୁଇ ଥର ବୁଝାମଣା କମିଟିର ବୈଠକକୁ ପ୍ରତିନିଧିତ୍ୱ ନକରିବା ଓଡିଶା ସରକାରଙ୍କ ମୁଖା ଖୋଲି ଦେଇଛି । ସେତେବେଳେ ଓଡିଶା ସରକାରଙ୍କ କୁତ୍ସିତ ରାଜନୀତିକୁ ପ୍ରଶ୍ନ
ନପଚାରିଥିବା ବିଜୟ ବାବୁ ଆଜି କେଉଁ ନୈତିକତାରେ କେନ୍ଦ୍ରର ଭୂମିକା ଉପରେ ପଚାରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କର ଓଡିଶାର ବିକାଶ ପାଇଁ ପ୍ରତିବଦ୍ଧତା କଣ ତାହା ଓଡିଶା ବାସୀ ଜାଣିଛନ୍ତି । ଏଥିପାଇଁ ବିଜୟ ବାବୁଙ୍କର ସାର୍ଟିଫିକେଟ୍ ର କୈାଣସି ଆବଶ୍ୟକତା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । କେନ୍ଦ୍ର ସରକାର ତାଙ୍କର ସତ୍ୟପାଠରେ କୈାଣସି ଜାଗାରେ ଟ୍ରିବ୍ୟୁନାଲ ହେବନାହିଁ ବୋଲି କହି ନାହାଁନ୍ତି । ରାଜ୍ୟ ସରକାର ଜଳ ବିବାଦର ଆପୋଷ ଆଲୋଚନାରେ ସମାଧାନ ଚାହୁଁନାହାଁନ୍ତି, ତାର ପ୍ରାମାଣିକ ତଥ୍ୟ ମାତ୍ର ଦେଇଛନ୍ତି । ସତ୍ୟପାଠର ଏକକ ଟ୍ରିବ୍ୟୁନାଲ
ହେଲେ ଏହାର ସୁଫଳ ଓଡିଶାକୁ ମିଳିବ ବୋଲି ଦର୍ଶାଯାଇଥିବାରୁ ନବୀନ ବାବୁଙ୍କୁ କଷ୍ଟ କଣ ପାଇଁ ହେଉଛି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଭାରତ ବର୍ଷର କୈାଣସି ନଦୀ ଟ୍ରିବ୍ୟୁନାଲ ବର୍ଷେ ଭିତରେ ତିଆରି ହୋଇପାରିନି । ଅନେକ ପରୀକ୍ଷା ନିରୀକ୍ଷା ଏବଂ ଆପୋଷ ସମାଧାନ ପାଇଁ ବାରମ୍ବାର ଚେଷ୍ଟା ହେଲାପରେ ଟ୍ରିବୁ୍ୟନାଲ ପାଇଁ ରାଜ୍ୟର ଅନୁରୋଧ ଓ ଟ୍ରିବୁ୍ୟନାଲ ଗଠନର ନୋଚିଫିକେସନ୍ ମଧ୍ୟରେ ୩ /୪ ବର୍ଷରୁ କମ୍ ଲାଗିନାହିଁ । ଏହାକୁ ନେଇ ହୀନ ରାଜନୀତି ନକରି ସମାଧାନର ବାସ୍ତବ ଦିଗକୁ ଦେଖିବାକୁ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ ଓ ବିଜୟବାବୁଙ୍କ ଭଳି ନେତାମାନେ ରାଜ୍ୟ ସରକାରକୁ ସୁପରାମର୍ଶ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Share in top social networks!
Powered By Indic IME