ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ପି.ଜି ରାଜନୀତି ବିଜ୍ଞାନ ବିଭାଗରେ ମାନବ ଅଧିକାର ଦିବସ ପାଳିତ

ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ମିଳିତ ଆନୁକୂଲ୍ୟରେ ୭୦ତମ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ପାଳନ କରାଯାଇଛି I ଉକ୍ତ ଦିବସରେ ଜିଲ୍ଲା ଦୌରାଜଜର ବିଚାରପତି ଓ ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଶ୍ରୀ ବିଦ୍ୟୁତ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ, ସମ୍ମାନିତ ଅତିଥି ଭାବେ ଭିଜିଲାନ୍ସ ଜର୍ଜ ଶ୍ରୀ ବାସୁଦେବ ପଣ୍ଡା, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ହିମାଂଶୁ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ଅନୁପ ରଞ୍ଜନ ପଟ୍ଟନାୟକ, ସି.ଜେ.ଏମ ଶୁଭଶ୍ରୀ ତ୍ରିପାଠୀ, ସିଭିଲ ଜର୍ଜ ସିନିଅର ଡିଭିଜନ ଶ୍ରୀ ସଂଜିତ କୁମାର ବେହେରା, ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସମ୍ପାଦିକା ଲଳିତା ମଞ୍ଜରୀ ପଟ୍ଟନାୟକ, ଜୟପୁର ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ସିଂ ରାଠୋର, ମହାବିଦ୍ୟାଳୟର କାର୍ଯକାରୀ ଅଧ୍ୟକ୍ଷ ତ୍ରିନାଥ ପ୍ରସାଦ ରଥ ଏବଂ ପି.ଜି ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶଙ୍କର ପ୍ରସାଦ ଦୁରିଆ ଯୋଗ ଦେଇଥିଲେ I ପ୍ରାରମ୍ଭରେ ଅତିଥିବୃନ୍ଦ ମହାତ୍ମା ଗାନ୍ଧୀ ଏବଂ ଡ଼ଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ବଳନ କରିଥିଲେ I ପି.ଜି ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶଙ୍କର ପ୍ରସାଦ ଦୁରିଆ ବିଶ୍ଵ ବିଖ୍ୟାତ ମାନବବାଦୀ ଗାନ୍ଧୀ, ଆମ୍ବେଦକର, ସାବିତ୍ରୀବାଇ ଫୁଲେ, ନେଲସନ ମଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ ଜୁନିଅର, ଇଲାନର ରୂଜଭେଲ୍ଟଙ୍କ ଠାରୁ ଆରମ୍ଭ କରି କୈଳାଶ ସତ୍ୟାର୍ଥୀଙ୍କ ଭଳି ବ୍ୟକ୍ତି ମାନଙ୍କ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରି ତାଙ୍କର ପଥକୁ ଅନୁସରଣ କରି ସୁସମାଜ ଗଠନ କରିବାକୁ ମତବ୍ୟକ୍ତ କରିଥିଲେ I ମୁଖ୍ୟ ଅତିଥି ମାନବିକ ଅଧିକାରର ସୁରକ୍ଷା ପାଇଁ ପ୍ରତ୍ୟକ ନାଗରିକ ସଚେତନ ହୋଇ କାର୍ଯ୍ୟ କଲେ ସମାଜ ଏବଂ ଦେଶର ଉନ୍ନତି ହୋଇ ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର ହୋଇପାରିବ ବୋଲି ବକ୍ତବ୍ୟରେ କହିଥିଲେ I ସେହିପରି ଉପଜିଲ୍ଲାପାଳ ମାନବିକ ଅଧିକାର ଦିବସର ମହତ୍ଵ ଉପରେ ବିବରଣୀ ଦେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପାରସ୍ପରିକ ବାର୍ତାଳାପ କରିଥିଲେ I ଶ୍ରୀ ବାସୁଦେବ ପଣ୍ଡା ପ୍ରତ୍ୟକ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରି ଦେଶପ୍ରେମୀ ହେଇ କୌଣସି ଭେଦଭାବ ନରଖି ହୃଦୟର ସହ ମାନବିକତା ଧର୍ମକୁ ବଜାୟ ରଖିବା ଉଚିତ ବୋଲି କହି କବିତା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲେ I ମଂଚାସୀନ ଅନ୍ୟ ଅତିଥିବୃନ୍ଦ ମିଳିତ ଜାତିସଂଘ ମାନବିକ ଅଧିକାର ପରିଷଦର ଅଧିକାର ପତ୍ର ଉପରେ ବିସ୍ତୃତ ଭାବରେ ବିବରଣୀ ଦେଇ ଉକ୍ତ ଦିବସ ଉପରେ ଗୁରୁତ୍ଵାରୋପ କରିଥିଲେ I ମହାବିଦ୍ୟାଳୟର ଅଧ୍ୟାପକ ପଙ୍କଜ କୁମାର ନାୟକ ଭାରତ ସହ ସାରା ବିଶ୍ଵରେ ମାନବିକ ଅଧିକାର ଉଲଂଘନ ହେଇଥିବାର ଜ୍ଵଳନ୍ତ ଉଦାହରଣ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ଗୋପାଳ ହାଲଦାର, ଡ଼ଃ. ପ୍ରଶାନ୍ତ କୁମାର ପାତ୍ର, କାହ୍ନୁ ଚରଣ ବରଡ଼, ଚକ୍ରପାଣି ସାହୁ, ରାମହରି କାର୍ଜି, ଅଧ୍ୟାପିକା ଗାୟତ୍ରୀ ମହାପାତ୍ର, ମୁଖ୍ୟ କିରାଣୀ ପ୍ରଦୀପ କୁମାର ଦାସ, କର୍ମଚାରୀ ରବୀନ୍ଦ୍ର କୁମାର ସାବତ, ଜୟପୁର ବିଚାରାଳୟର ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ କର୍ମଚାରୀବୃନ୍ଦ, ସାମ୍ବାଦିକବୃନ୍ଦ, ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧୀକରଣ ସମ୍ପାଦିକା ଲଳିତା ମଞ୍ଜରୀ ପଟ୍ଟନାୟକ ସୁଚାରୁରୂପେ ପରିଚାଳନା କରିଥିବାସ୍ଥଳେ ପି.ଜି ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ କାହ୍ନୁ ଚରଣ ବରଡ଼ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME