‘ଓଡିଶା ପରିବେଶ କଂଗ୍ରେସ-୨୦୧୭’ ; ନଦୀ ପ୍ରସଙ୍ଗରେ ପିଲାଙ୍କ ପ୍ରତିଯୋଗିତା ଅୟୋଜିତ

IMG-20171210-WA0091 ଆସନ୍ତା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଓଡିଶା ପରିବେଶ କଂଗ୍ରେସ-୨୦୧୭’ । “ପରିବେଶ ଓ ନିରନ୍ତର ନଦୀ ଅବବାହିକା ପରିଚାଳନା” ବିଷୟକୁ ଆଧାରକରି ହେବ ତିନି ଦିନିଆ ଜାତୀୟ ମେଗା ସମ୍ମିଳନୀ । ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ସହଯୋଗରେ ତଥା ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିÂିତ ଶିକ୍ଷାନୁÂାନ ଏବଂ ସଂସ୍ଥାନଗୁଡିକର ମିଳିତ ସହଭାଗୀତାରେ ଓଡିଶା ପରିବେଶ କଂଗ୍ରେସ ୨୦୧୭ ଅନୁÂିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷିରେ ଆଜି ସହରସ୍ତରୀୟ ଚିତ୍ରାଙ୍କନ, ବକ୍ତୃତା ଏବଂ ପ୍ରବନ୍ଧ ଓ ରଚନାତ୍ମକ କାହାଣୀ ଲେଖନ ପ୍ରତିଯୋଗିତା ଅନୁÂିତ ହୋଇଯାଇଛି । ଆଚାର୍ଯ୍ୟବିହାର ସ୍ଥିତ ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରି ଠାରେ ଅନୁÂିତ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପ୍ରାକ୍ତନ ରାଜସ୍ୱ ପରିଷଦ ସଦସ୍ୟ ଅରବିନ୍ଦ ବେହେରା ଏବଂ ପ୍ରାକ୍ତନ ଓଇଆର୍ସି ଅଧ୍ୟକ୍ଷ ଧିରେନ୍ଦ୍ର କୁମାର ରାୟ ଉଦ୍ଘାଟନ କରିଥିଲେ । ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ ଓ କଲେଜରୁ ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଏଥିରେ ସାମିଲ୍ ହୋଇଥିଲେ ।
ଓଡିଶାର ଯୁବବର୍ଗ ଖାସ୍କରି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟର ନଦୀଅବବାହିକାର ସ୍ଥିତି ଓ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ ‘ପିଲାଙ୍କ ପରିବେଶ କଂଗ୍ରେସ’ ଡିସେମ୍ବର ୨୧ ଓ ୨୨ରେ ଅନୁÂିତ ହେବ । ଏନେଇ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ବିଦ୍ୟାଳୟଗୁଡିକରେ ପରିବେଶ ଓ ନଦୀ ଅବବାହୀକା ପରିଚାଳନା ପ୍ରସଙ୍ଗରେ ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା, ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବିଭିନ୍ନ ପ୍ରତିଯୋଗିତାଗୁଡିକରେ ସଫଳ ବିବେଚିତ ଛାତ୍ରଛାତ୍ରୀଙ୍କୁ ‘ପିଲାଙ୍କ ପରିବେଶ କଂଗ୍ରେସ’ରେ ପୁରସ୍କୃତ କରାଯିବ ।

ଆଜିର ସହରସ୍ତରୀୟ ପ୍ରତିଯୋଗିତାରେ ବକ୍ତୃତାର ବିଷୟ “ନଦୀର ମୃତୁ୍ୟ ପାଇଁ ଦାୟୀ କିଏ, ଆମେ ନା’ ବ୍ୟବସ୍ଥା”? ଏବଂ ଚିତ୍ରାଙ୍କନ ପାଇଁ “ନଦୀ ଆମର ଜୀବନରେଖା” ବିଷୟ ରଖାଯାଇଥିଲା । ଜୁରି ମାନଙ୍କ ମଧ୍ୟରେ ପ୍ରଫେସର ପ୍ରତାପ ଆଚାର୍ଯ୍ୟ, ଡ. ବିଶ୍ୱ ଚରଣ ସାହୁ, ଡ. ରବି ନାରାୟଣ ସାହୁ, ଡ. ସଂଗ୍ରାମ କେଶରୀ ରାଉତ, ଡ. ଅନନ୍ତ କିଶୋର ଜେନା, ଡ. ଶଙ୍କର ତ୍ରିପାଠୀ ବକ୍ତୃତା ପାଇଁ ଏବଂ ଧୌଳି ଆର୍ଟ କଲେଜର ପ୍ରାଧ୍ୟାପକ ପଞ୍ଚାନନ ସାମଲ ଓ ବିଶ୍ୱକାନ୍ତ ପଣ୍ଡା ଯୋଗ ଦେଇଥିଲେ । ଆୟୋଜକ କମିଟି ତରଫରୁ ଡଃ. ସିଆର୍ ଦାସ, ଡଃ ବି ବି ସାମନ୍ତ, ପ୍ରେମାନନ୍ଦ ପରିଡା, ହରେକୃଷ୍ଣ ପ୍ରହରାଜ ଓ ସୁଧାଶୁ ବେହେରା, ମନୋଜ ଜେନା ଉପସ୍ଥିତ ଥିଲେ । ସେହିଭଳି ପ୍ରଫେସର ରଘୁନାଥ ମଣ୍ଡଳ ଓ ନିରଦ ଖୁଣ୍ଟିଆଙ୍କ ସଂଯୋଜନାରେ ରାଜଶ୍ରୀ ପ୍ରିୟଦର୍ଶନି, ଲଗ୍ନାମୟୀ ରାଓ, ଝିଲି ସେନାପଟି, ସନ୍ତୋଷ ସାହୁ ଓ ମନୋଜ ବାରିକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Share in top social networks!