‘ନିର୍ଭୟ’ ଚତୁର୍ଥ ବାର୍ଷିକୋତ୍ସବ; ନିନ୍ଦୁକ ରହିଲେ ପ୍ରଜାତନ୍ତ୍ର ସଫଳ ହେବ : ଧର୍ମେନ୍ଦ୍ର

1
ଆଲୋଚକ ଏବଂ ନିନ୍ଦୁକ ବ୍ୟକ୍ତି ରହିଲେ ହିଁ ପ୍ରଜାତନ୍ତ୍ର ସଫଳ ହେବ । ଯେଉଁଠି ଆଲୋଚକ ନଥିବେ, ସେଠି ସରକାର କେବେବି ନିଜର ଭୁଲଠିକ୍‍ ଜାଣିପାରିବେନି ଏବଂ ସର୍ବଦା ନିଜର କାର୍ଯ୍ୟକୁ ଠିକ୍‍ ବୋଲି ଭାବିବେ । ଯାହାଫଳରେ ଶାସନରେ କୌଣସି ସୁଧାର ଆସିପାରିବନି । ତେଣୁ ପ୍ରଜାତନ୍ତ୍ରରେ ନିରନ୍ତରଭାବେ ଆଲୋଚକ, ନିନ୍ଦୁକ ବ୍ୟକ୍ତିମାନେ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ହୋଟେଲ ମେ ଫେୟାର ଲାଗୁନଠାରେ ଆୟୋଜିତ ଦୈନିକ ଖବରକାଗଜ ‘ନିର୍ଭୟ’ର ଚତୁର୍ଥ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‍ ଓ ଦକ୍ଷତା ବିକାଶ ମନ୍ତ୍ରୀ ର୍ଧେମନ୍ଦ୍ର ପ୍ରଧାନ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବିଭିନ୍ନ ରାଜ୍ୟ ନିର୍ବାଚନରେ ଭାଜପା କ୍ଷମତାକୁ ଆସିବା କଥା କହିଥିଲେ । ଲୋକମାନେ, ବିରୋଧୀ ଦଳ ବିମୁଦ୍ରୀକରଣ, ଜିଏସଟିରେ ଅବ୍ୟବସ୍ଥା କଥା କହୁଛନ୍ତି, କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ସମସ୍ୟା ବଢାଇ ଦେଇଛନ୍ତି ବୋଲି କହୁଛନ୍ତି । ତାହେଲେ ଏତେ ସବୁ ପରେ ଭାଜପା ନିର୍ବାଚନରେ ଭଲ ପ୍ରଦର୍ଶନ କରୁଛିି କିପରି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ସେହିପରି ସମାଲୋଚକଙ୍କ ବିନା ସରକାର ମଧ୍ୟ ତାଙ୍କର ତାଙ୍କ ତ୍ରୁଟି ସୁଧାରିବା ଅସମ୍ଭବ ବୋଲି ସେ କହିଥିଲେ । ‘ନିର୍ଭୟ’ ନିରନ୍ତର ଭାବେ ଅତ୍ୟନ୍ତ ନିର୍ଭୀକତା ସହ ‘ନିର୍ଭୟ’ ସମ୍ବାଦ ପରିବେଷଣ କରିଚାଲିଛି । ଏହା ଏପର୍ଯ୍ୟନ୍ତ ସତ ହିଁ ପ୍ରକାଶ କରିଚାଲିଛି । ଏହା ଉଭୟ ଶାସକ ଏବଂ ବିରୋଧୀ ଦଳର ଭୁଲକୁ ଲୋକଲୋଚନକୁ ଆଣିଛି । ବହୁ ସମୟରେ ମୋର ଭୁଲକୁ ମଧ୍ୟ ଏହା ଧରିଥାଏ । ତେଣୁ କାଲି ସକାଳେ ଯେ, ‘ନିର୍ଭୟ’ରେ ମୋତେ ସମାଲୋଚନା କରାଯିବ ନାହିିଁ, ତାହା ମୁଁ କହିପାରିବି ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସି ହସି କହିଥିଲେ ।
3
ସମୟ ବଦଳିଛି । ବଦଳିଛି ଟେକ୍ନୋଲୋଜି । ମିଡ଼ିଆ ବି ତା ସହ ବଦଳିବା ଆରମ୍ଭ କରିଛି । ବର୍ତ୍ତମାନ ପାରମ୍ପରିକ ମିଡ଼ିଆ ସହ ସୋସିଆଲ ମିଡ଼ିଆ ଦେଶରେ ପାଦ ଥାପି ସାରିଛି । ବର୍ତ୍ତମାନ ଖବର ଦୁନିଆର ଏଜେଣ୍ଡା ତିଆରି କରୁଛି ସୋସିଆଲ ମିଡ଼ିଆ । ଖାସ୍‍ କରି ଟେଲିଭିଜନ ନୁ୍ୟଜ୍‍ ଚ୍ୟାନେଲଗୁଡ଼ିକରେ ସୋସିଆଲ ମିଡ଼ିଆରେ ଚଳଚଞ୍ଚଳ ଥିବା ଖବର ଗ୍ରହଣ ପାଇଁ ବହିଯାଇଛି ଆଗ୍ରହ । ତେଣୁ ଆଜି ଦିଲ୍ଲୀର ବଡ଼ ମିଡ଼ିଆ ହାଉସ ଗୁଡ଼ିକରେ ଦିନ ୧୧ଟା ବେଳର ବୈଠକରେ ପ୍ରଥମେ ଚର୍ଚ୍ଚା ହେଉଛି ସୋସିଆଲ ମିଡ଼ିଆରେ କେଉଁ ଖବର ରହିଛି ଜୋରଭାବେ । ତେଣୁ ସୋସିଆଲ ମିଡ଼ିଆର ଗୁରୁତ୍ୱ ଏହା କେବଳ ପ୍ରମାଣିତ କରୁ ନାହିଁ ଏହା ଯେ, ଅନ୍ୟ ଏକ ମିଡ଼ିଆ ପ୍ଳାଟଫର୍ମ ବନିଛି ତାହା ବି ପ୍ରମାଣ ଦେଉଛି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର । ବର୍ତ୍ତମାନ ପ୍ରିଣ୍ଟ ଖବରକାଗଜରେ କେତେଜଣ ଆପଣଙ୍କୁ ପଢ଼ିଲେ ତାହା ସଠିକ୍‍ ଜାଣିବା ସମ୍ଭବ ନୁହେଁ । ହେଲେ ସୋସିଆଲ ମିଡ଼ିଆରେ କୌଣସି ଏକ ଖବର ପୋଷ୍ଟ କରାଗଲେ ଏହା କେତେଜଣ ଦେଖିଲେ,କେତେଜଣ ଟିପ୍ପଣୀ ଦେଲେ ସବୁର ତଥ୍ୟ ମିଳିଯାଉଛି । ତେଣୁ କେତେଜଣଙ୍କ ପାଖରେ ଆପଣ ସୋସିଆଲ ମିଡ଼ିଆ ମାଧ୍ୟମରେ ପହଞ୍ଚିପାରିବେ ତାହା ଜଣାପଡ଼ୁଥିବାରୁ ଏହାର ମହତ୍ତ୍ୱ ଅନେକ ବଢ଼ିଯାଇଛି । ବତ୍ତମାନ ଲୋକେ ବିଶ୍ୱ ଖବର ସହ ଜାତୀୟ ଓ ସ୍ଥାନୀୟ ଖବର ଜାଣିବା ପାଇଁ ସୋସିଆଲ ମିଡ଼ିଆ ଉପରେ ନିର୍ଭର କଲେଣି । ଏହା ସହ ସୋସିଆଲ ମିଡ଼ିଆର ବ୍ୟବହାର ହାଇପର ଲୋକାଲ ବା ଅତି ସ୍ଥାନୀୟ ଅଞ୍ଚଳର ଖବର ପ୍ରସାରଣ କରାଯାଇ ବ୍ୟବହାରଯୋଗ୍ୟ ହୋଇପାରିବ । ଯେପରି ସ୍ଥାନୀୟ ମୁନିସିପାଲଟିର କାର୍ଯ୍ୟକ୍ରମ ଏବଂ ରାସ୍ତାଘାଟ ଆଦିର ଅବସ୍ଥା ସୁଧାର ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରାଯାଇପାରିବ ବୋଲି ପ୍ରକାଶ କରିଥିଲେ ଶ୍ରୀ ରାଠୋର ।
ନିର୍ଭୟର ନିଆରାପଣକୁ ସେ ସ୍ୱାଗତ କରିବା ସହ ନିର୍ଭିକତାର ସହ ଏପରି ଦାୟିତ୍ୱ ନିର୍ବାହ ନିର୍ଭୟ ଆଗାମୀ ଦିନରେ ବି କରି ଚାଲିବ ବୋଲି ମତ ଦେଇଥିଲେ ଶ୍ରୀ ରାଠୋର ।
ନିର୍ଭୟ ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ୱ ଏବଂ ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁÂିତ ଏହି ଉତ୍ସବରେ ନିର୍ଭୟର ତିନି ଜଣ ସଫଳ ସମ୍ବାଦଦାତା ନିଶ୍ଚିନ୍ତକୋଇଲିର ରମେଶ ଚନ୍ଦ୍ର ଜେନା, ସାରସକଣାର ବାସୁଦେବ ପାତ୍ର ଏବଂ କେସିଙ୍ଗାର ଚନ୍ଦ୍ରମଣି ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ଭୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିÂ ସହ ସମ୍ପାଦିକା ସାଧନା ଚୌଧୁରୀ ଏବଂ ପ୍ରସାରଣ ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଲେଙ୍କାଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ନିର୍ଭୟ ବାର୍ଷିକ ଉତ୍ସବରେ ବହୁ ବରିÂ ରାଜନେତା, ଶିଳ୍ପପତି, ମିଡ଼ିଆ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।
ଚତୁର୍ଥ ବର୍ଷ ପୂର୍ତ୍ତୀ ଅବସରରେ ପଦଚିହ୍ନର ସ୍ମୃତି ନାମକ ପ୍ରକାଶ ପାଇଥିବା ବିଶେଷାଙ୍କ ଏବଂ ପୁସ୍ତକ ଆକାରରେ ପ୍ରକାଶ ପାଇଥିବା ବାର୍ତ୍ତା ସମ୍ପାଦକ ବିଶ୍ୱଭୂଷଣ ମିଶ୍ରଙ୍କ ସ୍ତମ୍ଭ ଅବଲୋକରାର ମନ କଥା ଲୋକାର୍ପଣ ହୋଇଥିଲା ଏହି ଉତ୍ସବରେ ।

Share in top social networks!
Powered By Indic IME