ତାନସେନ୍ ସିଂ ଫାଉଣ୍ଡେସନ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ

DSCN9938
ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ତାନସେନ୍ ସିଂ ଫାଉଣ୍ଡେସନ୍ର ଦ୍ୱିତୀୟ
ବାର୍ଷିକ ଉତ୍ସବ ଅନୁÂିତ ହୋଇଯାଇଛି । ଫାଉଣ୍ଡେସନ୍ର କାର୍ଯ୍ୟନିର୍ବାହୀ ସଭାପତି ଶେଖ୍ ରିଆଜ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି
ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ
ପାତ୍ର, ସମ୍ମାନିତ ଅତିଥିଭାବେ ମହିଳା ଓ ଶିଶୁ ବିକାଶ, ଏମ୍ଏସ୍ଏମ୍ଇ ତଥା ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଏବଂ ବରିÂ
ସାମ୍ବାଦିକ ଦିଲ୍ଲୀପ ବିଶୋଇ ଯୋଗଦେଇଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ଗୁରୁ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡ.
ଚିତ୍ତରଞ୍ଜନ ପାଣିଙ୍କୁ ମୁଖ୍ୟ ଅତିଥି ତାନ୍ସେନ୍ ସିଂ ସମ୍ମାନ-୨୦୧୭ ପ୍ରଦାନ କରିଥିଲେ ।
ଉତ୍ସବକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାଣ ପାତ୍ର କହିଥିଲେ ଯେ, ତାନ୍ସେନ୍ ସିଂ ଜଣେ ନିଆରା କଣ୍ଠଶିଳ୍ପୀ । ସେ ଗୀତକୁ
କେବଳ ଗାଇବା ପାଇଁ ଗାଆନ୍ତି ନାହିଁ ବରଂ ଅଭିନୟ ମାଧ୍ୟମରେ ଗୀତ ଗାଇ ଶ୍ରୋତାମାନଙ୍କ ମନକୁ କିଣି ନେଇଥାନ୍ତି । ସେମିତି ଜଣେ
ସୁନାମଧ୍ୱନ୍ୟ ଶିଳ୍ପୀଙ୍କ ପ୍ରତିଭା ସମ୍ପର୍କରେ ମୁଁ ବିଦେଶରୁ ଜାଣି ନିଜକୁ ଗର୍ବିତ ମନେ କରିଥିଲି । ଏହା ପରେ ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ,
ନିଜର ସ୍ୱତନ୍ତ୍ର ଶୈଳୀ ଏବଂ କଣ୍ଠ ପାଇଁ ତାନସେନ୍ ସିଂ ସବୁଦିନ ପାଇଁ ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ବଞ୍ଚି ରହିବେ ବୋଲି ସେ
କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ବିଶୋଇ ତାନସେନ୍ ସିଂଙ୍କ ଲୋକପ୍ରିୟ ଗୀତଗୁଡିକର ଅବତାରଣା କରିବା
ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ର ସହ ସଂଯୋଜକ ବିଶ୍ୱନାଥ ପଟ୍ଟନାୟକ, କୋଷାଧ୍ୟକ୍ଷ
ଦିବାକର ମିଶ୍ର, ମାନସ ପ୍ରଧାନ ଏବଂ ଗୋପାଳ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତାନ୍ସେନ୍ ସିଂ, କଣ୍ଠଶିଳ୍ପୀ ଚାନ୍ଦିନୀ, ଚିତ୍ତରଞ୍ଜନ ନାୟକ ଏବଂ ବିଶ୍ୱନାଥ
ପ୍ରମୁଖଙ୍କ ଗୀତରେ ଉପସ୍ଥିତ ଦର୍ଶକ ବିମୁଗ୍ଧ ହୋଇଯାଇଥିଲେ । ତାନସେନ୍ ସଂ ତାଙ୍କର ପ୍ରସିଦ୍ଧ ଗୀତଗୁଡିକ ଯଥା ସାଗର କୂଳେ ଦିନେ…,
କାଉ ଧାନ ଖାଇଲା ବୋଲି…, ଝୁମ୍କା ଟିକେ ତୁ ତ ହଲେଇ ଦେ…, ମୁଁ ଯେ ଏକ ପାଗଳ ଭଅଁର…, ଚାନ୍ଦ ନା ତୁମେ ତାରା…, ଆଦି
ଗୀତରେ ଦର୍ଶକ ଝୁମି ଉଠିଥିଲେ । ଏହି ଉତ୍ସବକୁ ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଦୈନିକ ଉର୍ଦ୍ଧୁ ଖବର କାଗଜ ‘ଅଖବାରନାମା’, ସୁରତାଲ,
ତରଙ୍ଗ ଟିଭି ଏବଂ ଗ୍ରୀନ୍ଚିଲି ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା ।

Share in top social networks!
Powered By Indic IME