ବୈଷୟିକ ଜ୍ଞାନକୌଶଳକୁ ସାଧାରଣ ଜନତାଙ୍କ ବ୍ୟବହାର ଉପଯୋଗୀ କରିବା ଦିଗରେ ବିଜ୍ଞାନ କାର୍ଯ୍ୟ କରୁ : ଡଃ ତପନ କୁମାର ଚାନ୍ଦ, ନାଲ୍କୋ ଅଧ୍ୟକ୍ଷ

ସାଧାରଣ ଜନତାଙ୍କ ନିକଟରେ ଶସ୍ତା ମୂଲ୍ୟରେ ଉପଲବ୍ଧ ହେଲେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଜନସାଧାରଣଙ୍କ ଜୀବନଶୈଳୀକୁ ଉନ୍ନତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି । ଭୁବନେଶ୍ୱର ଠାରେ ଅଖିଳ ଭାରତୀୟ କାର୍ଯ୍ୟକର୍ତା ଅଭ୍ୟାସ ବର୍ଗ, ବିଜ୍ଞାନ ଭାରତୀର ଉଦ୍ଘାଟନ ଅବସରରେ ଡଃ ଚାନ୍ଦ ଏହା କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ଚାନ୍ଦ କହିଥିଲେ ଯେ ଆମେ ସମସ୍ତେ ଜିଜ୍ଞାସୁ ମନୋବୃତିକୁ ବିକଶିତ କରି କାର୍ଯ୍ୟ କଲେ ଦେଶର ବିକାଶରେ ଅବଦାନ ଦେଇପାରିବା । ଏହି ଅବସରରେ, ଭୁବନେଶ୍ୱର ଆଇ.ଆଇ.ଟି.ର ନିଦେ୍ର୍ଧଶକ ଶ୍ରୀ ଆର୍.ଭି. ରାଜକୁମାର, ଆର୍ଏସ୍ଏସ୍ର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀ ମନମୋହନ ବୈଦ୍ୟ, ବିଜ୍ଞାନ ଭାରତୀର ଶ୍ରୀ ଶଙ୍କର ରାଓ ତତ୍ୱବାଦୀ ଏବଂ ଅନ୍ୟ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ । ଡଃ ଚାନ୍ଦ ଆହୁରି ମଧ୍ୟ କହିଲେ ଯେ ବିଜ୍ଞାନ ହିଁ କେବଳ ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରୁନାହିଁ, ବରଂ ମନୁଷ୍ୟର ଜିଜ୍ଞାସୁ ମସ୍ତିଷ୍କ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ, ବିଜ୍ଞାନକୁ ସମାଜର କଲ୍ୟାଣ ଦିଗରେ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଏହି ଅବସରରେ, ଡଃ ଚାନ୍ଦ, ପ୍ରତୈ୍ୟକ ପରିବାର ସ୍ତରରୁ ହିଁ ବୈଜ୍ଞାନିକ ମନୋଭାବର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଥିବାରୁ ଅଖିଳ ଭାରତୀୟ ବିଜ୍ଞାନ ଭାରତୀର ଭୂୟସୀ ପ୍ରଶଂସା କରିଥିଲେ ।

ସମାଜର ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ବୈଜ୍ଞାନିକ ଅନୁଶୀଳନ ପାଇଁ ଏକ ଅବସର ପ୍ରଦାନ କରିଥିବାରୁ ଡଃ ଚାନ୍ଦ ଏବଂ ଅନ୍ୟ ବିଶିଷ୍ଟ ବକ୍ତା ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ ।

Share in top social networks!
Powered By Indic IME