ରବି ସିଂ ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ; ସମ୍ବର୍ଦ୍ଧିତ ହେବେ ୧୫ ଜଣ ବରିଷ୍ଠ ସାହିତି୍ୟକ

ପ୍ରସିଦ୍ଧ କବି ରବି ସିଂଙ୍କୁ ୨୦୧୭ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ
ସାରସ୍ୱତ ସମ୍ମାନ “ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛିା ଏହା
ବ୍ୟତୀତ ଚଳିତ ବର୍ଷ ପାଇଁ ୧୫ ଜଣ ବୟୋଜ୍ୟେଷ୍ଠ ସାହିତି୍ୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ଏକାଡେମୀ ପକ୍ଷରୁ
ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ ସମେତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା
୧୯୩୫ ମସିହା ଫେବୃଆରୀ ୧୮ ତାରିଖରେ ଜଗତସିଂହପୁର ଜିଲ୍ଲା ନବାପାଟଣାରେ ଜନ୍ମିତ ରବି ସିଂ
ସାରା ରାଜ୍ୟରେ ବିପ୍ଳବୀ କବି ଭାବେ ଜଣାଶୁଣାା ସଂଘର୍ଷ ଓ ସଂକଟର ଜୀବନଚର୍ଯ୍ୟା ଭିତରେ ସେ ସାମାଜିକ
ବିପ୍ଳବ ଆଧାରିତ ଶହ ଶହ କବିତା ରଚନା କରି ପ୍ରସିଦ୍ଧା ତାଙ୍କ ରଚିତ କବିତା ଗ୍ରନ୍ଥଗୁଡ଼ିକ ମଧ୍ୟରେ ରହିଛି
“ସର୍ବହରା’, “ପଥପ୍ରାନ୍ତର କବିତା’, “ଚରମ ପତ୍ର’, “ଶିଥ#ଳ ଭଲ୍ଗା’, “ଭùକୁଟୀ’, “ବିଷବାଣୀ’, “ଦୁର୍ଗମ
ଗିରି’, “ଅନାର୍ଯ୍ୟର ଆର୍ଯ୍ୟପଦ’, “କ୍ରାନ୍ତି କାମୋଦି’, ଜଳ ମୋ ଅନଳ’ ଓ “ପୃଥ#ବୀ ଟଳମଳ’ା “ସଂସ୍କୃତିର
ବୈପ୍ଳବିକ ମୂଲ୍ୟବୋଧ’ ତାଙ୍କର ଅନ୍ୟତମ ସମାଲୋଚନା ଗ୍ରନ୍ଥା ବହୁଚର୍ଚ୍ଚିତ ଆତ୍ମଜୀବନୀ “ନିଃସଙ୍ଗ ପଦାତିକ’
ତାଙ୍କୁ ଆଣିଦେଇଛି ପର୍ଯ୍ୟାପ୍ତ ଆଦୃତିା ସୁବକ୍ତା ଓ ସୁସଂଗଠକ ଭାବରେ କବି ରବି ସିଂଙ୍କର ସୁନାମ ରହିଛିା
ସେ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଜୀବନବ୍ୟାପି ସାହିତ୍ୟ ସାଧନା ପାଇଁ ଗଙ୍ଗାଧର ରଥ
ଫାଉଣ୍ଡେସନ୍ ସମ୍ମାନ ଓ “ସୋଭିଏତ୍ ଲ୍ୟାଣ୍ଡ ନେହେରୁ’ ପୁରସ୍କାର ପାଇଛନ୍ତିା
ଚଳିତ ବର୍ଷ ସମ୍ବର୍ଦ୍ଧିତ ହେବାକୁ ଥ#ବା ବରିଷ୍ଠ ସାହିତି୍ୟକମାନେ ହେଲେ ସନାତନ ମହାନ୍ତି, ରଜତ କୁମାର
କର, ଭୂପେନ୍ ମହାପାତ୍ର, ନବକିଶୋର ପୃଷ୍ଟି, ରାମଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର କୁମାର ମହାରଣା, ତି୍ରନାଥ ସାହୁ,
ଲକ୍ଷ୍ମୀଧର ଜେନା, ବଂଶୀଧର ରାଉତ, ପଞ୍ଚାନନ ମିଶ୍ର, ଅଞ୍ଜଳି ପଣ୍ଡା, ନକୁଳ ଚନ୍ଦ୍ର ସାହୁ, ଅନିଳ ଚନ୍ଦ୍ର ଦାଶ,
କୁମୁଦ ଚନ୍ଦ୍ର ଦାଶ ଓ ଗୋବର୍ଦ୍ଧନ ନାୟକା
ଆଜି ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକ ସଭାପତି ଶ୍ରୀ ହରିହର ମିଶ୍ରଙ୍କ
ଅଧ୍ୟକ୍ଷତାରେ ବସି ସର୍ବୋଚ୍ଚ ସମ୍ମାନ ଓ ସାହିତି୍ୟକ ସମ୍ବର୍ଦ୍ଧନା ନେଇ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥ#ଲାା
ଅନ୍ୟ ପକ୍ଷରେ କବି ଶ୍ରୀ ସିଂଙ୍କୁ ତାଙ୍କ ଭୁବନେଶ୍ୱର ୬ ନମ୍ବରୟୁନିଟ୍ ସ୍ଥିତ ବାସଭବନରେ ଉପସଭାପତି ଗାୟତ୍ରୀ
ସରାଫ, ସଚିବ ଅଶ୍ୱିନୀ କୁମାର ମିଶ୍ରଙ୍କ ସମେତ ଅନ୍ୟମାନେ ପହଞ୍ଚ# ତାଙ୍କୁ ସମ୍ବର୍ଦ୍ଧିତ କରିଥ#ଲୋ

Share in top social networks!
Powered By Indic IME