ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଅପମାନିତ କରିଛନ୍ତି ରାଜ୍ୟ ସରକାର : ବିଜେପି

ଯାହାର ମାତୃଭୂମି ଏବଂ ମାତୃଭାଷା ପ୍ରତି ସମ୍ମାନ ନାହିଁ, ତାଙ୍କୁ ଏ ଜାତିର ମହାପୁରୁଷମାନଙ୍କୁ ଅସମ୍ମାନ କରିବାର ଆଦୈା ଅଧିକାର ନାହିଁ । ଭୋଟ ରାଜନୀତି କରୁଥିବା ଶାସକ ବିଜେଡି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମକୁ ଅପବ୍ୟବହାର କରି କେବଳ ଯେ ବିଜେପୁର ଉପ ନିର୍ବାଚନ ହାତେଇବାକୁ ଚେଷ୍ଟିତ, ତା ନୁହେଁ ବରଂ ଜାତିର ଜଣେ ମହାପୁରୁଷଙ୍କୁ ଅପମାନିତ କରିବାକୁ ମଧ୍ୟ ପଛାଇନାହାନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
ବିଜେପୁର ଉପ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଏକ ସେଚ ପ୍ରକଳ୍ପ ଘୋଷଣା କରିଥିଲେ । ମାତ୍ର ଅତିରିକ୍ତ ବଜେଟ ଉପସ୍ଥାପନା କରିଥିବା ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଧ୍ୟ ବରାଦ କରିନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଥ୍ୟା ଏବଂ ରାଜନୀତି ଉଦେ୍ଧଶ୍ୟ ପ୍ରଣୋଦିତ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ମିଛ ପ୍ରତାରଣା ସମସ୍ତ ରାଜ୍ୟବାସୀଙ୍କୁ ବହୁ କଷ୍ଟ ଦେଇଛି ଏବଂ ବାଧିଛି । ଜାତିର ମହାପୁରୁଷ ଏବଂ ଦିଗଦର୍ଶକମାନଙ୍କୁ ଅପମାନିତ କରିବାର ଅଧିକାର କାହାରି ନାହିଁ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଅପମାନିତ କରିଥିବା ପ୍ରତିବାଦ ସ୍ୱରୁପ ଆସନ୍ତା କାଲି ସକାଳ ୯ଟାରେ କୃଷକ ମୋର୍ଚ୍ଚା ତରଫରୁ ଭୂବନେଶ୍ୱର କଳିଙ୍ଗ ହସପିଟାଲ ଛକସ୍ଥିତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତି ସମ୍ମୁଖରେ ବିକ୍ଷୋଭ ଏବଂ ପ୍ରତିବାଦ କରାଯିବ ବୋଲି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME