ଅପାରଗ ଓ ସ୍ଥାଣୁ ରାଜ୍ୟ ସରକାରଙ୍କ ବ୍ୟାପକ ଭ୍ରଷ୍ଟାଚାରରେ ଲିପ୍ତତା କାରଣରୁ ନିରାମୟ ଯୋଜନା ବାଟବଣା ହୋଇଛି : ବିଜେପି

କେନ୍ଦ୍ରୀୟ ଯୋଜନା ଅନୁଯାୟୀ ରାଜ୍ୟସରକାର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ନିରାମୟ ଯୋଜନା ମାଧ୍ୟମରେ ଓ÷÷୍ୟଷଧ ବଂଟନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବିଶେଷ ଭାବେ ସମସ୍ତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗରୀବ ଶ୍ରେଣୀର ରୋଗୀମାନଙ୍କୁ ବିନା ମୂଲ୍ୟରେ େଓ÷ାଷଧ ଯୋଗାଇ ଦେବା ପାଇଁ ଏହି ଯୋଜନା ଉଦ୍ଧିଷ୍ଟ । ମାତ୍ର ଅପାରଗ ଓ ସ୍ଥାଣୁ ରାଜ୍ୟ ସରକାରଙ୍କ ବ୍ୟାପକ ଭ୍ରଷ୍ଟାଚାରରେ ଲିପ୍ତତା କାରଣରୁ ଏହି ଯୋଜନାଟି ସଂପୂର୍ଣ୍ଣ ବାଟବଣା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।
ଗତ ୨୦୧୫ ମସିହା ମେ ୧ ତାରିଖରେ ରାଜ୍ୟ ସରକାର ନିରାମୟ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ୭୨୦ ପ୍ରକାରର ଓ÷÷୍ୟଷଧ ବିଭିନ୍ନ ସରକାରୀ ମେଡିକାଲରେ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିଛି ଦିନ ପରେ ନିରାମୟ ଯୋଜନାରେ ମେଡିସିନ ବଂଟନକୁ ନେଇ ହେରଫେର ସହ ନିକୃଷ୍ଟମାନ ଓ ନକଲି ଓ÷÷୍ୟଷଧ ବିତରଣ ହେବାର ଅଭିଯୋଗ ବାରମ୍ବାର ନଜରକୁ ଆସିଛି । ଏଭଳି ବାରମ୍ବାର ଅଭିଯୋଗ ସତ୍ୱେ ରାଜ୍ୟ ସରକାର ଚୁପ୍ ରହିବା ଏବଂ କୈାଣସି ପଦକ୍ଷେପ ନନେବା ବିଜେପିର ଅଭିଯୋଗକୁ ସତ୍ୟ ପ୍ରମାଣିତ କରୁଛି ବୋଲି ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ କହିଛନ୍ତି ।
ତେବେ ଖୋଦ୍ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଏସଏମସିଏଲ ( ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ)ର ଦୁଇଟି ଚିଠି ରାଜ୍ୟ ସରକାରଙ୍କ ଅସଲି ମୁଖା ଖୋଲିଦେଇଛି । ପ୍ରଥମ ଚିଠି ୨୪ ମେ ୨୦୧୭ ଜେନେରାଲ ମ୍ୟାନେଜର (ଛଇ) ଡିସ୍ପୋଜେବଲ ସିରିଂଜ୍ ୨ଏମଏଲ ର ଗୁଣାତ୍ମକ ମାନକୁ ନେଇ ଜେନେରାଲ ମ୍ୟାନେଜର ଅପରେସନ (ଡ୍ରଗ୍ସ ଏଣ୍ଡ ସରର୍ଜିକାଲସ)ଙ୍କୁ ଅବଗତ କରାଇଥିଲେ । ଆଉ ଏବେ ଡିସେମ୍ବର ୨୦୧୭ରେ ଖରଙ୍ଖକ୍ଟମରଗ୍ଧrସଚ୍ଛସଦ୍ଭର ଊସଷଚ୍ଚୟrକ୍ଟମଷକ୍ଷକ୍ଟrସୟର ଗ୍ଧବଭକ୍ଷରଗ୍ଧ ୫ ଜ୍ଞଶ ନିକୃଷ୍ଟମାନର ବୋଲି ଦ୍ୱିତୀୟ ଚିଠିରେ ଅବଗତ କରାଇଛନ୍ତି । ଏଥିରୁ ଅନୁମାନ କରାଯାଉଛି କି ରାଜ୍ୟ ସରକାରଙ୍କର ଯୋଜନା କେତେ ଜନହିତକର ? ପୂର୍ବରୁ ସାଧାରଣ ଓ÷÷୍ୟଷଧ ସହ ସାଲାଇନ ମିଳୁନଥିବାର ଅଭିଯୋଗ ହୋଇଥିବାବେଳେ ବର୍ତମାନ ନିମ୍ନମାନର ଓ÷÷୍ୟଷଧ ବଂଟନ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବାର ଡେଙ୍ଗୁରା ପିଟୁଥିବାବେଳେ ବାସ୍ତବତାର ଚିତ୍ର ଏଠି ଭିନ୍ନ ଦେଖିବାକୁ ମିଳୁଛି । ସାଧାରଣ ରୋଗୀଙ୍କୁ ନିମ୍ନମାନର ଓ÷÷୍ୟଷଧ ଦେଇ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ସେପଟେ ଦିନକୁ ଦିନ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ସାଧାରଣ ରୋଗୀଟିଏ ସରକାରୀ ମେଡିକାଲକୁ ଆସି ବିଭିନ୍ନ ସମୟରେ ଲୁଟ୍ ର ଶିକାର ହେଉଛି । “ସୁସ୍ଥ ଜୀବନ ସୁଖୀ ଜୀବନ”ର ନାରା ସହ ଯେଉଁ ନିରାମୟ ଯୋଜନା ଆରମ୍ଭ ହୋଇଥିଲା ତାହା ଆଜି ସଂପୂର୍ଣ୍ଣରୂପେ ଫେଲ୍ ମାରିଛି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।
ନିରାମୟ ଯୋଜନା ଅର୍ନ୍ତଗତ ନକଲି ଓ÷÷୍ୟଷଧ ବଂଟନକୁ ରାଜ୍ୟ ବିଜେପି ବିରୋଧ କରିବା ସହ ପ୍ରତ୍ୟକ ଓ÷÷୍ୟଷଧର ନମୂନା ଉରଦ୍ଭଗ୍ଧrବକ୍ଷ ଊrଙ୍କଶ ଞରଗ୍ଦଗ୍ଧସଦ୍ଭଶ ଖବଭକ୍ଟrବଗ୍ଧକ୍ଟrଚ୍ଚ ମାଧ୍ୟମରେ ଯାଂଚ କରିବା ପାଇଁ ଦାବୀ କରିଛି । ଯଦି ରାଜ୍ୟସରକାରଙ୍କ ଏହି ଆଭିମୁଖ୍ୟକୁ ଦୃଢ ନିନ୍ଦା କରୁଛି ଏବଂ ତୁରନ୍ତ ଉତମ ମାନ ଯୁକ୍ତ ଔଷଧ ଯୋଗାଇବା ପାଇଁ ବିଜେପି ଦାବୀ କରୁଛି ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।

Share in top social networks!