ଆସନ୍ତା କାଲି ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ଏବଂ ସୁଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜବର୍ଦ୍ଧନ ସିଂ ରାଠୋର

ଆସନ୍ତା କାଲି ୩ ଦିନିଆ ଓଡିଶା ଗସ୍ତରେ ଆସିି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ଏବଂ ସୁଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜବର୍ଦ୍ଧନ ସିଂ ରାଠୋର ଭୁବନେଶ୍ୱରରେ ପହଂଚିବେ । କର୍ଣ୍ଣେଲ ରାଠୋର ଆସନ୍ତା କାଲି ସଂଧ୍ୟା ୭.୪୫ରେ ପହଂଚିବା ପରେ ଭୁବନେଶ୍ୱରରେ ରାତ୍ରଯାପନ କରିବେ । ୧୦ ତାରିଖ ଦିନ ସକାଳେ କେନ୍ଦ୍ରମନ୍ତ୍ରୀ କର୍ଣ୍ଣେଲ ରାଠୋର ଭୂବନେଶ୍ୱର ସ୍ଥିତ ସାଇ ଏବଂ ନେହେରୁ ଯୁବ କେନ୍ଦ୍ର ପରିଦର୍ଶନ କରିବା ପରେ ସୁଚନା ଓ ପ୍ରସାରଣ ଅଧିକାରୀଙ୍କ ସହ ଅନୁÂିତ ବୈଠକରେ ଯୋଗଦେବେ ।
ଅପରାହ୍ନରେ ଅନୁÂିତ ହେବାକୁ ଥିବା ନିର୍ଭୟ ପତ୍ରିକାର ବାର୍ଷିକ ଉତ୍ସବରେ ଯୋଗ ଦେବା ପରେ ସଂଧ୍ୟାରେ ଭୂବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଅନୁÂିତ ହେବାକୁ ଥିବା ୱାର୍ଲ୍ଡ ହକି ଲିଗର ଫାଇନାଲ ମ୍ୟାଚରେ କର୍ଣ୍ଣେଲ ରାଠୋର ଯୋଗ ଦେବେ ।
କର୍ଣ୍ଣେଲ ରାଠୋର ୧୧ ତାରିଖ ଦିନ ସକାଳେ ଭୂବନେଶ୍ୱରରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME