ସୈନିକସ୍କୁଲର ୫୬ତମ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦ୍ୟାପିତ

କ୍ୟାଡେଟ୍ ମାନଙ୍କୁ ଜାତିୟ କ୍ରିଡ଼ାବିତ୍ ଶୀ୍ର ଏନ୍ ଶ୍ରୀନିବାସ ରାଓଙ୍କ ଉଦ୍ବୋଧନ
_DSC9556 copy
ସୈନିକସ୍କୁଲର ୫୬ତମ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଚଳିତ ଡିସେମ୍ବର ୮ ତାରିଖରେ ସ୍କୁଲର ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍ୟାପିତ ହୋଇଯାଇଛି । ଏହି ଉତ୍ସବରେ ଜାତିୟ କ୍ରିଡ଼ାବିତ୍ ଶୀ୍ର ଏନ୍ ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୈନିକସ୍କୁଲରେ ତାଙ୍କର ଉପସ୍ଥିତି କ୍ୟାଡେଟ ମାନଙ୍କ ପାଇଁ ଏକପ୍ରେରଣାର ଉତ୍ସ ଥିଲା । ସ୍କୁଲର ଅଧ୍ୟକ୍ଷ କ୍ୟାପ୍ଟେନ(ନୌସେନା)କଂଚନ ମୁଖାର୍ଜୀ ମୁଖ୍ୟ ଅତିଥିଙ୍କୁ ନିଜଭାଷଣରେ ସ୍ୱାଗତ କରିଥିଲେ । କ୍ୟାଡେଟମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଶୀ୍ର ଏନ୍ ଶ୍ରୀନିବାସ ରାଓ ସୈନିକସ୍କୁଲ ଶିକ୍ଷାର୍ଥୀ ମାନଙ୍କର ଖେଳକୁଦରେ ସକ୍ରିୟ ଅଂଶ ଗ୍ରହଣ ଓ କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ । ସେ ସେମାନଙ୍କୁ ଉପଦେଶ ଦେଇ ଖେଳକୁଦରେ ଆହୁରି ଅଧିକ ଉନ୍ନତି କରି ନିଜ ବିଦ୍ୟାଳୟ , ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ । ପ୍ରତିଯୋଗିତାର ବରିÂ ବିଭାଗରେ କ୍ୟାଡେଟ ରବି କୁମାର ଓ କନିÂ ବିଭାଗରେ କ୍ୟାଡେଟ ଶଂଭୁ କୁମାର ଓ କ୍ୟାଡେଟ ଭିକି କୁମାର ଶ୍ରେÂ ଆଥଲେଟ ବିବେଚିତ ହୋଇଥିଲେ । ବରିÂ ଛାତ୍ରାବାସ ଗୁଡିକ ମଧ୍ୟରୁ ଗୋମତି ହାଉସ ଚମ୍ପିୟାନ ଆଖ୍ୟା ଲାଭ କରିଥିବା ବେଳେ କାଭେରି ହାଉସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା କନିÂ ଛାତ୍ରାବାସ ଗୁଡିକ ମଧ୍ୟରେ ଯମୁନା ହାଉସ ପ୍ରଥମ ସ୍ଥାନ ଓ ଗୋଦାବରୀ ହାଉସ୍ ଦ୍ୱିତୀୟ ସ୍ଥାନ ଲାଭ କରିଥିଲା । ଏହି ଉଦ୍ୟାପନୀ ଉତ୍ସବରେ ୧୧ଟି ଛାତ୍ରାବାସ ମଧ୍ୟରୁ ୬୦୦ରୁ ଉଦ୍ଧ୍ୱର୍ କ୍ୟାଡେଟ ଅଂଶଗ୍ରହଣ କରିବା ସହ ଏକ ବର୍ଣ୍ଣାଡ୍ୟ ସାମୂହିକ କ୍ରୀଡାକୌଶଳ ,କରାଟେ ,ପିରାମିଡ , ଯୋଗ ,ଏରୋବିକ୍ , ବ୍ୟାଣ୍ଡ , ଫ୍ୟାନଫେୟାର ଏବଂ ବିଟିଙ୍ଗ୍ ଦି ରିଟ୍ରେଟ୍ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବକୁ ସ୍କୁଲର ଉପାଧ୍ୟକ୍ଷ କମାଂଡ଼ର ସୁଶିଲ କୁମାରଙ୍କ ତତ୍ୱାବଧାନରେ ଅନୁÂିତ ହୋଇଥିଲା ଏବଂ ସ୍କୁଲର ପ୍ରସାସନିକ ଅଧିକାରୀ କମାଂଡ଼ର ଏନ ସନ୍ତୋଷ କୁମାର ସମସ୍ତ ବ୍ୟବସ୍ଥା କରିଥିଲେ । ଉତ୍ସବର ସଂଯୋଜନା କରିଥିଲେ ବରିÂ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ, କ୍ରୀଡା ସଂପାଦକ ଶ୍ରୀ ଅଜିତ ମୁଖାର୍ଜୀ ଓ ସି.ଏଚ.ଏମ ଅଜିତ୍ କୁମାର ।

Share in top social networks!