ପାଇକ ବିଦ୍ରୋହ ବାବଦରେ ଐତିହାସିକ ତଥ୍ୟକୁ ବିଭ୍ରାନ୍ତ କରିବାର ଅପଚେଷ୍ଟା ନ କରନ୍ତୁ ରାଜ୍ୟ ସରକାର : ବିଜେପି

ରାଜ୍ୟ ସରକାରଙ୍କ ତରଫରୁ ପାଇକ ବିଦ୍ରୋହ ସଂପର୍କରେ ଏକ ଦିନିକିଆ କର୍ମଶାଳା ଆଜି ୮.୧୨.୨୦୧୭ ରେ ରାଜ୍ୟ ଅଭିଲେଖାଗାରରେ ଅନୁÂିତ ହେବାକୁ ଯାଉଛି । ଏଥିରେ ପାଇକ ବିଦ୍ରୋହର ସମୟ ୧୮୦୪-୧୮୧୭ ବୋଲି ଲେଖାଯାଇଛି ।
ରାଜ୍ୟ ସରକାର ଓଡିଶାର ଇତିହାସ ସଂପର୍କରେ ଅନଭିଜ୍ଞ ଅଛନ୍ତି କିମ୍ବା ଜାଣିଶୁଣି ଓଡିଶା ଇତିହାସକୁ ବିଭ୍ରାନ୍ତ କରିବାର ଚକ୍ରାନ୍ତ କରୁଛନ୍ତି, ସେ ବାବଦରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟୀକରଣ ଦେବାକୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦାବୀ କରିଛନ୍ତି । ଗୋଟିଏ ଜାତିର ବୀରତ୍ୱ ଭରା ଐତିହ୍ୟ ହେଉଛି ସେ ଜାତିର ସ୍ୱାଭିମାନ । ତାହାକୁ ଯେତେବେଳେ ଭାରତବର୍ଷର ସରକାର ସମ୍ମାନ ଦେଇସାରିଛନ୍ତି, ଯଥା; ବୀରମାନଙ୍କର ଦାୟାଦଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ଦେବା, ପାଇକ ବିଦ୍ରୋହ ସ୍ମାରକୀ ପାଇଁ କେନ୍ଦ୍ର ସରକାର ବଜେଟ୍ରେ ଅର୍ଥ ବରାଦ କରିବା, ୧୮୧୭-୧୮୨୫ ପାଇକ ବିଦ୍ରୋହକୁ ଜାତୀୟ ସଂଗ୍ରାମର ମାନ୍ୟତା ଦେବା ଏବଂ ସର୍ବୋପରି ଆମର ଗୌରବମୟ ଇତିହାସକୁ ଏନ୍ସିଇଆରଟି ପାଠ୍ୟକ୍ରମରେ ସାମିଲ କରାଇ ଓଡିଶାର ଗୌରବକୁ ବହୁଗୁଣିତ କରିଛନ୍ତି, ଠିକ୍ ସେତିକିବେଳେ ରାଜ୍ୟରେ ଶାସନ କରୁଥିବା ଏକ ଆଂଚଳିକ ଦଳ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏବଂ ଷଡଯନ୍ତ୍ରକାରୀଙ୍କ ସହ ମିଶି ଓଡିଶାର ଇତିହାସକୁ ବିଭ୍ରାନ୍ତି ଭିତରକୁ ଠେଲିଦେବାକୁ ଯେଉଁ ଅପଚେଷ୍ଟା ଆରମ୍ଭ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଓଡିଆ ସ୍ୱାଭିମାନର ବିରୋଧୀ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।
୧୮୦୪ ରୁ ୧୮୧୭ ମଧ୍ୟରେ କେବଳ ଖୋର୍ଦ୍ଧାଗଡ ରକ୍ଷାକରିବା ପାଇଁ ଏକ ଯୁଦ୍ଧ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଲଢାଯାଇଥିଲା ଏବଂ ଅନ୍ୟ କୌଣସି ସଂଗ୍ରାମ ବା ବିଦ୍ରୋହ ହୋଇ ନଥିଲା । ୧୮୧୭ ମସିହାରୁ ୧୮୨୫ ପର୍ଯ୍ୟନ୍ତ ରାଜ୍ୟର ଏକ ବଡ ଅଂଚଳରେ ଓଡିଶାର ସାଧାରଣ ଲୋକ, ପାଇକ ବାହିନୀ ସହ ମିଶି ବକ୍ସି ଜଗବଂଧୁଙ୍କ ନେତୃତ୍ୱ ଓ ତାଙ୍କର ସହଯୋଗୀ ରାଜା, ଦଳବେହେରାମାନଙ୍କ ସହ ମିଶି ଏକ ବିରାଟ ଗଣସଂଗ୍ରାମ କରି ଯେଉଁଥିରେ ଅନେକ ବ୍ରିଟିଶ୍ ସୈନ୍ୟ ପରାଜିତ ହୋଇଥିଲେ । ଏ ଭଳି ଏକ ଐତିହାସିକ ସତ୍ୟ ଯାହା ଦୀର୍ଘଦିନ ଧରି ଓଡିଶା ପ୍ରଦେଶର ଲବ୍ଧ ପ୍ରତିÂ ଗବେଷକ ଓ ଐତିହାସିକମାନେ କହି ଆସିଛନ୍ତି, ତାକୁ ବିଭ୍ରାନ୍ତ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଇଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଏହି ଭୁଲ୍ ପାଇଁ ମୂଖ୍ୟମନ୍ତ୍ରୀ ଆଜି ଓଡିଶାବାସୀଙ୍କୁ କ୍ଷମାପ୍ରାର୍ଥନା କରନ୍ତୁ, ନଚେତ୍ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ସମସ୍ତ ଓଡିଆପ୍ରେମୀ ସଂଗଠନମାନଙ୍କୁ ଏକାଠି କରି ସ୍ୱାଭିମାନ ବଂଚାଅ ଆନେ୍ଦାଳନ ଆରମ୍ଭ କରାଯିବ । ରାଜ୍ୟର ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ କ୍ଷମା ମାଗିବା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ବିରୋଧ କରାଯିବ ବୋଲି ମଧ୍ୟ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

Share in top social networks!