ସ୍ୱତନ୍ତ୍ର ଏକାମ୍ର ପଦଯାତ୍ରାରେ ସାମିଲ୍ ହୋଇ କଳିଙ୍ଗ ସ୍ଥାପତ୍ୟ କଳାରେ ଅଭିଭୁତ ହେଲେ ସାରା ଦେଶର ସ୍ଥପତିଗଣ

NATCON Delegates on a special heritage walk to know the Kalingan temple architecture (4)

ଭାରତୀୟ ସ୍ଥପତି ପ୍ରତିÂାନ (ଓଦ୍ଭୟସବଦ୍ଭ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଇrମଷସଗ୍ଧରମଗ୍ଧଗ୍ଦ) ର ୩୪ ତମ ଜାତୀୟ ସମାବେଶରେ ଭାଗନେବାକୁ ଓଡ଼ିଶା ଆସିଥିବା ୧୦୦ ରୁ ଉଦ୍ଧ୍ୱର୍ ସ୍ଥପତି ଆଜି ଏକ ସ୍ୱତନ୍ତ୍ର ଏକାମ୍ର ଐତିହ ପଦଯାତ୍ରାରେ ସାମିଲ୍ ହୋଇଥିଲେ । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଏହି ସ୍ଥପତିମାନଙ୍କର ଦୁଇଟି ଦଳ ପୁରୁଣା ଭୁବନେଶ୍ୱରର ଐତିହ କିର୍ତ୍ତୀରାଜି ପରିଦର୍ଶନ କରି ଅଭିଭୁତ ହେବା ସଙ୍ଗେ ସଙ୍ଗେ ପ୍ରତିଟି ସ୍ଥାପତ୍ୟର ପର୍ଯ୍ୟାଲୋଚନା କରିଥିଲେ ।
ଉଭୟ ଯୁବ ଏବଂ ଅଭିଜ୍ଞ ସ୍ଥପତିମାନେ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ, ସୁକ୍ଷ୍ମ କାରୁକାର୍ଯ୍ୟ ଏବଂ ଆକାର ଓ ବିନ୍ୟାସରେ ରହିଥିବା ବିବିଧତା କୁ ନିରୀକ୍ଷଣ କରି ବେଶ୍ ଉତ୍ଫୁଲ୍ଲିତ ତଥା ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ସପ୍ତମ ଶତାବ୍ଦୀ ଠାରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାସ୍କର୍ଯ୍ୟକଳାର ନିଦର୍ଶନ ରହିଥିବା ଐତିହ ସ୍ଥଳୀଗୁଡ଼ିକ ଆଧୁନିକ ସ୍ଥାପତ୍ୟକଳା ପାଇଁ ମଧ୍ୟ ଯଥେଷ୍ଟ ପ୍ରେରଣାଦାୟୀ ବୋଲି ଅନେକ ସ୍ଥପତି ମତପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ ଐତିହର ପ୍ରାଚୁର୍ଯ୍ୟରେ ଭରା ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଯେ କେବଳ ପୁରାତନ ଭାସ୍କର୍ଯ୍ୟକଳାରେ ସମୃଦ୍ଧ ନୁହେଁ ବରଂ ନିକଟ ଅତୀତରେ ସର୍ବଭାରତୀୟ ସ୍ତରରେ ଅନେକ ବଡ଼ ସହରମାନଙ୍କୁ ପଛରେ ପକାଇ ସ୍ମାର୍ଟ ସିଟି ଚାଲେଞ୍ଜ୍ ପ୍ରତିଯୋଗୀତରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏକ ଶିଶୁ ଅନୂକୂଳ ସହର ଗଢିତୋଳିବାର ପ୍ରସ୍ତାବ ସାରା ଦେଶ ଓ ବିଶ୍ୱର ସ୍ଥପତି ତଥା ଯୋଜନା ପ୍ରସ୍ତୁତକାରୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିବା ସହିତ ଦେଶ ବିଦେଶରେ ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛି ।
ଆଜିର ଏକାମ୍ର ପଦଯାତ୍ରାରେ ସାମିଲ୍ ହୋଇଥିବା ରାଜସ୍ଥାନର ଜୟପୁର ସହରର ଖ୍ୟାତାନାମା ସ୍ଥପତି ମୁକୁଲ୍ ଗୋୟଲ୍ ପ୍ରଥମ ଓଡ଼ିଶା ଗସ୍ତରେ ସମୃଦ୍ଧ କଳା ସଂସ୍କୃତି ଓ ମନ୍ଦିର ନିର୍ମାଣ ଶୈଳୀ ସଂଶ୍ପର୍ଶରେ ଆସିପାରଥିବାରୁ ଆନନ୍ଦପ୍ରକାଶ କରିବା ସହିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକଦା ମନ୍ଦିର ନିର୍ମାଣ ସ୍ଥାପତ୍ୟ କଳା ଶିକ୍ଷାଦିଆଯାଉଥିବା ଜାଣି ବେଶ୍ ଉତ୍ସାହିତ ହୋଇଥିଲେ । ମୁକ୍ତେଶ୍ୱରର କାରୁକାର୍ଯ୍ୟରେ ମନ୍ତ୍ରମୁଗ୍ଧ ଗୋୟଲ୍ ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମର ଝଲକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଦେଖି ଏହା ଏକ ଅନନ୍ୟ ଅନୂଭୁତି ବୋଲି ବର୍ଣ୍ଣନା କରିଥିଲେ । ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସମୂହର ସ୍ଥାପତ୍ୟକଳାକୁ ବେଶ୍ ନିକଟରୁ ପରଖିଥିବା ଶ୍ରୀ ଗୋୟଲ୍ ଓଡ଼ିଶାର ମନ୍ଦିର କଳା ର ସାମଞ୍ଜସ୍ୟ ଇଣ୍ଡୋନେସିଆର ବାଲି ଅଞ୍ଚଳର ମନ୍ଦିର ତଥା ସ୍ଥାପତ୍ୟକଳା ସହିତ ରହିଥିବା ପ୍ରକାଶ କରି ଉଲ୍ଲେଖ କରିଥିଲେ ଯେ ସମୟ ସହିତ ଉଭୟ ସ୍ଥାନରେ ସିଂହ ପ୍ରତିମାଗୁଡ଼ିରେ ପରିବର୍ତ୍ତନ ରେ ଆସିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ସମାନତା ବଜାୟ ରହିଛି ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥପତି ସନ୍ଦୀପ ଝା, ଲାଲିଚାନ୍ ଜାକାରିଆସ୍ ଓ ଭାରତୀୟ ସ୍ଥପତି ପ୍ରତିÂାନର ଜାତୀୟ ପରିଷଦର ସଦସ୍ୟ ତଥା ଭୁବନେଶ୍ୱରର ଜଣାଶୁଣା ସ୍ଥପତି ଅକ୍ଷୟ ବେଉରିଆ ଏହି ସ୍ୱତନ୍ତ୍ର ଏକାମ୍ର ପଦଯାତ୍ରାର ପ୍ରଶଂସାରେ ଶତମୁଖ ହୋଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟଯେ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଆୟୋଜିତ ହେଉଥିବା ଭାରତୀୟ ସ୍ଥପତି ପ୍ରତିÂାନର ସର୍ବଭାରତୀୟ ସମ୍ମିଳନୀ ଫଘଇଞଉଙଘ-୨୦୧୭’ ରେ ଦେଶବିଦେଶର ୮୦୦ରୁ ଉଦ୍ଧ୍ୱର୍ ସ୍ଥପତି ଭାଗନେଉଛନ୍ତି ।

Share in top social networks!
Powered By Indic IME