ଓପୋର ‘ଏଫ୍-୫ ୟୁଥ୍’ ସ୍ମାର୍ଟଫୋନ୍ ଏବେ ବଜାରରେ

Sonakshi Sinha at the OPPO Selfie Cafe in Phoneix Mall Kurla Mumbai
ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା ଓପୋ ପକ୍ଷରୁ ଏଫ୍-୫ ୟୁଥ୍ ଫୋନ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ମୁଖ୍ୟତଃ ଯୁବବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି । ଏଥିରେ ଏଫ୍ଏଚ୍ଡି ପ୍ଲସ୍ ଫୁଲ୍ ସ୍କ୍ରିନ୍, ଏଆଇ ବିୟୁଟି ଜ୍ଞାନକୌଶଳ ଅଦି ବୈଶିଷ୍ଟ୍ୟ ରହିଛି । ଏହାର ମୂଲ୍ୟ ୧୬,୯୯୦ଟଙ୍କା ଥିବାବେଳେ ଏହା ଡିସେମ୍ବର ୮ ତାରିଖଠାରୁ ଅନ୍-ଲାଇନ୍ ଏବଂ ଅଫ୍ ଲାଇନ୍ରେ ଉପଲବ୍ଧ ହେବ । ଏହା ବିୟୁଟି ବକ୍ସ୍ ସ୍ୱତନ୍ତ୍ର ଭାବେ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ ଓପୋ ଗ୍ଳୋବାଲ୍ ଭିପି ଏବଂ ଓପୋ ଭାରତୀୟ ସଭାପତି ସ୍କାଏ ଲି କହିଲେ, “ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ମାର୍ଟଫୋନ୍୍ରେ ଆମେ କ୍ୟମେରା ଉପରେ ଅଧିକ ଧ୍ୟାନ ଦେଇଛୁ । ଏହା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି ସ୍ମାର୍ଟଫୋନ୍ ଯୁବବର୍ଗଙ୍କ ବହୁବିଧ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହୋଇପାରିବ ।

ଓପୋ ବିୟୁଟି ବକ୍ସ ଦିଲ୍ଲୀ ଓ ମୁମ୍ବାଇରେ ଡିସେମ୍ବର ୮,୯ ଓ ୧୦ ତାରିଖରେ ୩ ଦିନ ଧରି ସ୍ଥାପିତ ହେବ । ଓପୋ ଏଫ୍-୫ ୟୁଥ୍ରେ ୧୬ ଏମପି ଏଫ୍/୨ ସେଲଫି କ୍ୟାମେରା, ୧୩ ଏମବି ପଛ କ୍ୟାମେରା, ୬ ଇଂଚ ଫୁଲ୍ ସ୍କ୍ରିନ୍, ୨୧୬୦୍‍ ୧୦୮୦ ଏଫଏଚଡି ପ୍ଲସ୍ ରିଜୋଲୁ୍ୟସନ୍, ୨୦୦ରୁ ଅଧିକ ଫେସିଆଲ୍ ରିକୋଗୋନାଇଜେସନ୍ ସ୍ପଟ୍, ୩ଜିବି ରାମ୍, କଲର୍ ଓଏସ୍ ୩.୨, ୧୬ଏନ୍ଏମ୍ ଅକ୍ଟା-କୋର୍ ସିପିୟୁ ପ୍ରୋସେସର୍, ଶକ୍ତି ସଂଚୟକାରୀ ସୁବିଧା, ଡୁ ନଟ୍ ଡିଷ୍ଟ୍ରବ୍ ଫଙ୍କସନ୍, ନୂତନ ଗେମିଂ ଅଗିଜ୍ଞତା, ୩୨୦୦ଏଏଚ୍ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି ।

Share in top social networks!