ଟୟୋଟା ୨୦୧୮ ଜାନୁୟାରୀଠାରୁ ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି କରିବ

12079601_10153781325339095_7717716588314214295_n
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ୨୦୧୮ ଜାନୁୟାରୀଠାରୁ ଏହାର ସମସ୍ତ ମଡେଲ୍ ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି ପାଇଁ ଯୋଜନା କରାଯାଇଛି । କଂଚାମାଲ୍ ଏବଂ ପରିବହନ ମୂଲ୍ୟ ବଢ଼ିବାଯୋଗୁ କମ୍ପାନୀ ଏପରି ନିଷ୍ପତି ଗ୍ରହଣ କରିଛି ।

ବିଶ୍ୱସ୍ତରରେ ବ୍ୟବହାରିକ ମୂଲ୍ୟ ବୃଦ୍ଧି ଯୋଗୁ ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ କମ୍ପାନୀର ପରିବହନ ମୂଲ୍ୟ ଆଶାତୀତ ବଢ଼ିବାରେ ଲାଗିଛି । ଫଳରେ କମ୍ପାନୀ ଉପରେ କ୍ରମାଗତ ଚାପ ବଢ଼ି ଚାଲିଛି ।
କମ୍ପାନୀ ଡିସେମ୍ବରରେ ଏକ ଶିବିର ଆୟୋଜନ କରିବାର ଯୋଜନା କରିଛି । ଏହାଦ୍ୱାରା ଗ୍ରାହକ ବିଶେଷ ଉପକୃତ ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଡିସେମ୍ବର ସ୍ୱତନ୍ତ୍ର ଯୋଜନାରେ ଗ୍ରାହକଙ୍କୁ ୧୦୦ପ୍ରତିଶତ ଆକର୍ଷଣୀୟ ଅନ୍ ରୋଡ୍ ଫାଇନାନ୍ସିଂ, ସହଜ ଜନକ ୪.୯୯ପ୍ରତିଶତ ସୁଧହାର,ସ୍ୱତନ୍ତ୍ର ଇଏମ୍ଆଇ ପ୍ୟାକେଜ୍, ଏହାର ସମସ୍ତ ମଡେଲ୍ ଉପରେ ୪୦,୦୦୦ ଟଙ୍କାରୁ ୯୦,୦୦୦ ହଜାର ଟଙ୍କାର ସୁବିଧା ଯୋଗାଇ ଦିଆଯିବ । ଏହି ସୁବିଧା କର୍ପୋରେଟ୍ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ । ଏହି ଅଫର୍ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ଟୟୋଟା କିଲୋସ୍କର ମୋଟର ମୁଖପାତ୍ର କହିଛନ୍ତି ।

Share in top social networks!