ବ୍ରାହ୍ଣଣୀ ଦ୍ୱିତୀୟ ସେତୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ପତ୍ରକୁ ବିଜେପିର ଦୃଢ ବିରୋଧ

 ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ଆଧାରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଲେଖିଛନ୍ତି ଚିଠି
 ପୋଲଟି ଜଙ୍ଗଲ ଜମିରେ ଆସୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ସ୍ପଷ୍ଟ କରାଯାଇଛି
 ଆଇନଗତ ବୁଝାମଣା ଅନୁସାରେ ୨୯.୧ କିମି ଦୈର୍ଘ୍ୟ ମଧ୍ୟରୁ ୯୦ ପ୍ରତିଶତ ଅଂଚଳ ଭୂମି ଅଧିଗ୍ରହଣ ହେବା ପରେ ହିଁ କାର୍ଯ୍ୟ ଆରମ୍ଭ ହୋଇପାରିବ
 ୨୯.୧ କିମି ମଧ୍ୟରୁ ୪.୮୫ କିମି ଦୈର୍ଘ୍ୟ ଅଂଶ ଜଙ୍ଗଲ ଜମି
 ବୁଝାମଣା ଅନୁସାରେ ୪.୮ କିମି ଜଙ୍ଗଲ ଜମିର ବୈଧାନିକ ଅନୁମତି ବିନା ୯୦ ପ୍ରତିଶତ ଜମି ଏନଏଚଏଆଇକୁ ହସ୍ତାନ୍ତର କରାଯିବା ସମ୍ଭବ ନୁହେଁ
 ଖୋଦ ମୁଖ୍ୟମନ୍ତ୍ରୀ ୨୦୧୩ ମସିହାରେ ଭିତି ପ୍ରସ୍ତର ଦେଇଥିବା କୋଏଲ ନଦୀ ଉପରେ ପୋଲ ନିର୍ମାଣର ସ୍ଥିତି କଣ ଅଛି ଏହା ଉପରେ ସେ ସ୍ପଷ୍ଟୀକରଣ ଦିଅନ୍ତୁ
 କୋଏଲ ନଦୀ ଉପରେ ପୋଲ ବିଳମ୍ବକୁ ବିରୋଧ କରି ଦଳ ଆନେ୍ଦାଳନର ରାସ୍ତାକୁ ଓହ୍ଲାଇବ

023
ବ୍ରାହ୍ଣଣୀ ଦ୍ୱିତୀୟ ସେତୁ ମାମଲାରେ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ଆଧାରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଲେଖିଥିବା ଚିଠିକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ବିରୋଧ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ୬ ଲେନ ବିଶିଷ୍ଟ ବ୍ରାହ୍ମଣୀ ଦ୍ୱିତୀୟ ପୋଲ ଜାତୀୟ ରାଜପଥ ସଂଖ୍ୟା -୧୪୩ର ୨୯.୧ କିମି ବିଶିଷ୍ଟ ଅଂଶରେ ଅବସ୍ଥିତ ଓ ପ୍ରକଳ୍ପର କ୍ରିୟାନ୍ୱୟନ ପାଇଁ ଏନଏଚଏଆଇ ପକ୍ଷରୁ ବୁଝାମଣା ପତ୍ର କରାଯାଇଛି । ଏହି ପୋଲଟି ଜଙ୍ଗଲ ଜମିରେ ଆସୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ସ୍ପଷ୍ଟ କରା ଯାଇଛି । ମାତ୍ର ୨୯.୧ କିମି ମଧ୍ୟରୁ ୪.୮୫ କିମି ଦୈର୍ଘ୍ୟ ଅଂଶ ଜଙ୍ଗଲ ଜମି । ଏହି ଜମି ପାଇଁ ଜଙ୍ଗଲ ନିୟମ ଅନୁସାରେ ରାଜ୍ୟ ସରକାରଙ୍କର ବୈଧାନିକ ଅନୁମତି ଜରୁରୀ । ଏ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମ୍ପୂର୍ଣ ରୂପେ ଅଛି । ରାଜ୍ୟ ସରକାରଙ୍କୁ ଭଲ ଭାବରେ ଜଣା ଏନଏଚଏଆଇ ପ୍ରଦାନ କରିଥିବା ଏହି କାର୍ଯ୍ୟ ସମ୍ପାଦନ ପାଇଁ ଆଇନଗତ ବୁଝାମଣା ଅନୁସାରେ ୨୯.୧ କିମି ଦୈର୍ଘ୍ୟ ମଧ୍ୟରୁ ୯୦ ପ୍ରତିଶତ ଅଂଚଳ ଭୂମି ଅଧିଗ୍ରହଣ ହେବା ପରେ ହିଁ କାର୍ଯ୍ୟ ଆରମ୍ଭ ହେବ ।
ବୁଝାମଣା ଅନୁସାରେ ୪.୮ କିମି ଜଙ୍ଗଲ ଜମିର ବୈଧାନିକ ଅନୁମତି ବିନା ୯୦ ପ୍ରତିଶତ ଜମି ଏନଏଚଏଆଇକୁ ହସ୍ତାନ୍ତର କରାଯିବା ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବ୍ରାହ୍ଣଣୀ ନଦୀରେ ଦ୍ୱିତୀୟ ପୋଲ ଜଙ୍ଗଲ ଜମି ଉପରେ ନାହିଁ ଓ କାମ କରିବାକୁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଅପର ପକ୍ଷରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ ଚାରି ମାସ ତଳେ ଭିତି ପ୍ରସ୍ତର ସ୍ଥାପନ କରିଥିବା ଦ୍ୱିତୀୟ ବ୍ରାହ୍ଣଣୀ ପୋଲକୁ ପ୍ରସଙ୍ଗ କରିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ୨୦୧୩ ମସିହାରେ ଭିତି ପ୍ରସ୍ତର ଦେଇଥିବା କୋଏଲ ନଦୀ ଉପରେ ପୋଲ ନିର୍ମାଣର ସ୍ଥିତି କଣ ଅଛି ଏହା ଉପରେ ସେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ବ୍ରାହ୍ଣଣୀ ଦ୍ୱିତୀୟ ପୋଲ ପାଇଁ ଟେଣ୍ଡର ହୋଇ କାର୍ଯ୍ୟାଦେଶ ଦିଆ ଯାଇ ସାରିଥିବା ବେଳେ ରାଜ୍ୟ ସରକାରଙ୍କର ବୈଧାନିକ ଅନୁମତି ମିଳିବା ମାତ୍ରେ କାମ ଆରମ୍ଭ ହୋଇ ପାରିବ । ମାତ୍ର କୋଏଲ ନଦୀ ଉପରେ ସେତୁର ନିର୍ମାଣ ପାଇଁ ଟେଣ୍ଡର ତ ଦୂରର କଥା ସର୍ଭେ କାର୍ଯ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ନ ଥିବା ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ବିବୃତି ଦେଇଛନ୍ତି । ଏପରି ପରିସ୍ଥିତିରେ ଅନୁମତି ମିଳିବାର ସପ୍ତାହେ ମଧ୍ୟରେ ବ୍ରାହ୍ଣଣୀ ଦ୍ୱିତୀୟ ସେତୁର କାମ ଆରମ୍ଭ କରିବା ସହିତ କୋଏଲ ନଦୀ ଉପରେ ପୋଲ ବିଳମ୍ବକୁ ବିରୋଧ କରି ଦଳ ଆନେ୍ଦାଳନର ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଓ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!