୨୧୧ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସହିଦ ଜୟୀ ରାଜଗୁରୁଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

s20171206119009 ଓଡ଼ିଶାରେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କରିଥିବା ତଥା ଇଂରେଜଙ୍କ ହାତରୁ ମାତୃଭୂମିକୁ ରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଥିବା ଓଡ଼ିଶାର ପ୍ରଥମ ସହିଦ ହେଉଛନ୍ତି ଜୟୀ ରାଜଗୁରୁ । ବଳୀଦାନର ୨୧୧ତମ ବର୍ଷ ପୂର୍ତି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡ଼ୁ କହିଥିଲେ ଯେ, ‘ସହିଦ ଜୟୀ ରାଜଗୁରୁଙ୍କ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରିବା ପାଇଁ ଆମେ ଆଜି ଏଠାରେ ଏକତ୍ରିତ ହୋଇଛୁ । ଭାରତକୁ ସ୍ୱାଧୀନ କରିବା ପାଇଁ ଜୟୀ ରାଜଗୁରୁ ଓଡ଼ିଶା ତଥା ଦେଶର ଅନ୍ୟାନ୍ୟ ଭାଗରେ ବି୍ରଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ‘ପାଇକ ବିଦ୍ରୋହ’ ଆରମ୍ଭ କରି ଆଜିର ଦିନରେ ନିଜ ଜୀବନକୁ ବଳି ଦେଇଥିଲେ । ଏହି ଅବସରରେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ତ୍ୟାଗପୂତ ବଳିଦାନ ଦେଇଥିବା ଓଡ଼ିଶାର ଏହି ସହିଦଙ୍କୁ ମୁଁ ଆପଣମାନଙ୍କ ସହ ମିଶି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି ମହାନ ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ମୁଁ ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଉଛି । ସ୍ୱାଧିନତା ସଂଗ୍ରାମର ବହୁ ପୂର୍ବରୁ ଓଡ଼ିଶାର ଖୋର୍ଦ୍ଧାଠାରେ ଏହି ସଂଗ୍ରାମ ପ୍ରଥମେ ଆରମ୍ଭ ହୋଇଥିଲା ଏବଂ ‘୧୮୦୪ର ଖୋର୍ଦ୍ଧା ରାଇଜିଙ୍ଗ’ ଭାବେ ଏହା ବେଶ୍ ଜଣାଶୁଣା । ଏହା ବାସ୍ତବରେ ସଂଗ୍ରାମର ଏକ ମାଇଲଖୁଂଟ । ଭାରତ ସ୍ୱାଧିନତାର ଏହି ପ୍ରଥମ ଯୁଦ୍ଧର ନାୟକ ଥିଲେ ଜୟୀ ରାଜଗୁରୁ । ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନ, ଓଡ଼ିଆ ସମାଜ ଏବଂ ଓଡ଼ିଶା ଫୋରମ ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥିତ କନ୍ଷ୍ଟିଚୁ୍ୟସନ କ୍ଲବଠାରେ ଆୟୋଜିତ ସହିଦ ଜୟୀ ରାଜଗୁରୁଙ୍କ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଯୋଗଦେଇ ଉପରାଷ୍ଟ୍ରପତି ସମ୍ବୋଧିତ କରିଥିଲେ ।
ଏହି ଅବସରରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଉଦ୍ୟୋଗ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ବୀର ପାଇକ ଯୋଦ୍ଧାମାନଙ୍କ ସାହାସିକତା ଏବଂ ଦେଶଭକ୍ତିର ଗୁଣଗାନ କରିଥିଲେ । ଜୟୀ ରାଜଗୁରୁ ସ୍ୱାଧିନତା ସଂଗ୍ରାମର ପ୍ରଥମ ଯୁଦ୍ଧ ଆରମ୍ଭ କରି ବ୍ରିଟିଶ ଶାସନକୁ ଖୋଲା ଆହ୍ୱାନ ଦେଇଥିଲେ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସହୀଦ ଜୟୀ ରାଜଗୁରୁ, ଜଣେ ମହାନ ସଂସ୍କୃତ ପଣ୍ଡିତ, ରଣନୀତିଜ୍ଞ ଏବଂ ଖୋର୍ଦ୍ଧାର ନାବାଳକ ରାଜାଙ୍କ ରାଜ-ପ୍ରତିନିଧି ଭାବେ ନା କେବଳ ପାଇକର ଏକ ବୃହତ ସେନା ସୃଷ୍ଟି କରିଥିଲେ ବରଂ ସେମାନଙ୍କୁ ମାତୃଭୂମିର ରକ୍ଷା କରିବା ପାଇଁ ଏହି ସେନାର ନେତୃତ୍ୱ ମଧ୍ୟ ନେଇଥିଲେ ଏବଂ ଶେଷରେ ବ୍ରିଟିଶ ଶାସକ ଦ୍ୱାରା ତାଙ୍କୁ ଅତି ନୃଂଶସ ଭାବେ ମୃତୁ୍ୟଦଣ୍ଡ ଦିଆଯାଇଥିଲା ।
ଶ୍ରୀ ବ୍ରଜ କିଶୋର ତି୍ରପାଠୀ, ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏବଂ ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନର ମୁଖ୍ୟ ସଂରକ୍ଷକ ଏହି ଫାଉଣ୍ଡେସନର ଯୋଗଦାନ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ୨୦୦୮ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିଛବି ସଂସଦର କେନ୍ଦ୍ରୀୟ ହଲଠାରେ ଅନାବରଣ କରି ଓଡ଼ିଶାବାସୀଙ୍କର ଏକ ବହୁଦିନର ସ୍ୱପ୍ନ ପୂରଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶଭକ୍ତିର ବହ୍ନି ଜୟୀ ରାଜଗୁରୁଙ୍କ ସମଗ୍ର ଜୀବନରେ ଉଜ୍ଜୀବିତ ରହିଥିଲା ଏବଂ ତାଙ୍କ ମୃତୁ୍ୟ ପରେ ମଧ୍ୟ ଏହି ଦେଶଭକ୍ତି ଓଡିଶାବାସୀଙ୍କୁ ଅନୁପ୍ରାଣିତ କରିଥିଲା । ତାଙ୍କର ଏହି ତ୍ୟାଗର ଦୃଷ୍ଟାନ୍ତ ଦେଶବାସୀଙ୍କ ମନ ଏବଂ ପ୍ରାଣରେ ନିରନ୍ତର ଜାଗି ରହିବ । ବିଦ୍ରୋହ ଏବଂ ପ୍ରତିରୋଧର ନିଆଁ ତାଙ୍କ ମୃତୁ୍ୟ ପରେ ମଧ୍ୟ ବି୍ରିଟିଶ ମନୋବଳକୁ ଦୋହଲାଇ ଦେଇଥିଲା । ପୂର୍ବତନ ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏହି ସମାରୋହରେ ଭାଗ ନେଇଥିଲେ । ଏହି ଅବସରରେ ଐତିହାସିକ ଡଃ ଶ୍ରୀ ବିଜୟ ଚନ୍ଦ୍ର ରଥଙ୍କ ଲିଖିତ ପୁସ୍ତକ ‘ଜୟୀ ରାଜଗୁରୁ ଏବଂ ଆଂଟି କଲୋନିଆଲ ରେଜିଷ୍ଟାନ୍ସ ଇନ୍ ଖୋର୍ଦ୍ଧା’କୁ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଉନ୍ମୋଚିତ କରିଥିଲେ । ଏହି ଅବସରରେ ଏକ ସ୍ମାରକୀ ମଧ୍ୟ ଜାରି ହୋଇଥିଲା । ସହିଦ ବଂଶର ସଦସ୍ୟ ଶ୍ରୀ ଦୟାନନ୍ଦ ମହାପାତ୍ର ଏହି ଅବସରରେ ସହିଦ ଜୟୀ ରାଜଗୁରୁଙ୍କର ଏକ ଅର୍ଦ୍ଧ ପ୍ରତିମୂର୍ତି ମୁଖ୍ୟଅତିଥି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ଶ୍ରୀଦେବ ନନ୍ଦ, ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହାପରେ ‘ଓଡ଼ିଆ ପାଇକ’ ଉପରେ ପର୍ଯ୍ୟବେଶିତ ଏକ ନୃତ୍ୟନାଟିକା ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା ।
ଭାରତର ଅନ୍ତିମ ସ୍ୱାଧୀନ ଗଡ ତଟୀୟ ଓଡ଼ିଶା ୧୮୦୩ ମସିହାରେ ଇଂରେଜମାନଙ୍କ ସହ ହୋଇଥିବା ଦେଓଗାଁ ସନ୍ଧି ଅନୁସାରେ ସ୍ୱତନ୍ତ୍ରତା ହରାଇଥିଲା । ମାତ୍ର ଏହାର କିଛି ଦିନ ପରେ, ଓଡ଼ିଶାବାସୀ ବିସ୍ତାରବାଦୀ ବି୍ରଟିଶ ପ୍ରଶାସନ ବିରୁଦ୍ଧରେ ୧୮୦୪ ମସିହାରେ ବଡ଼ ଯୁଦ୍ଧ ଆରମ୍ଭ କରିଥିଲେ । ଏହାକୁ ‘ଖୋର୍ଦ୍ଧା ବିଦ୍ରୋହ’ ନାମରେ ନାମିତ କରାଯାଏ ଏବଂ ଏହା ହେଉଛି ସ୍ୱାଧିନତା ସଂଗ୍ରାମର ପ୍ରଥମ ଯୁଦ୍ଧ ଏବଂ ଜୟୀ ରାଜଗୁରୁ ଏହାର ନେତୃତ୍ୱ ନେଇଥିଲେ । ସେ ବି୍ରିଟିଶ ଶାସକଙ୍କୁ ବିତାଡିତ କରିବା ନିମନ୍ତେ ଗଢିଥିବା ପାଇକ ସେନାରେ ଓଡ଼ିଶାର ପ୍ରତି ପରିବାର ରୁ ଜଣେ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରକୃତ ପକ୍ଷେ ଏହା ଥିଲା ଲୋକଙ୍କ ସଂଗ୍ରାମ ଏବଂ ଜୟୀ ରାଜଗୁରୁ ମାତୃଭୂମିର ରକ୍ଷା ପାଇଁ ଏହାର ଦୃଢ ନେତୃତ୍ୱ ନେଇଥିଲେ । ଶେଷରେ ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ । ଯଦିଓ ଐତିହାସିକମାନେ ଏହି ମହାନ ସହିଦଙ୍କର ଯୋଗଦାନର ଉଚିତ ମାନ୍ୟତା ଦେଇନାହାନ୍ତି, ତଟବର୍ତୀ ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରେ ଜୟୀ ରାଜଗୁରୁଙ୍କ ଗାଥା ମୌଖିକ ଭାବେ ଯୁଗ ଯୁଗ ଧରି ବଂଚି ରହିଛି । ଗତ କିଛି ଦିନ ହେଲା, ସମାଜର କିଛି ବିଦ୍ୱାନ ବ୍ୟକ୍ତିବିଶେଷ ମାନେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ସାହସୀ ପାଇକଙ୍କ ଗୌରବଶାଳୀ ସଂଘର୍ଷ ସମ୍ବନ୍ଧିତ ତଥ୍ୟର ସନ୍ଧାନ ପାଇଁ ରୁଚି ଦେଖାଇଛନ୍ତି ।

Share in top social networks!