ସଫଲ ଆରମ୍ଭ କଲା ଘରୋଇ ସାମଗ୍ରୀ ଯୋଗାଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା

PIC 1ନିଜ ଉପସ୍ଥିତିକୁ ଅଧିକ ଦୃଢ଼ୀଭୂତ କରିବା ସହ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ସଫଲ ବ୍ରାଣ୍ଡ ସହରର ବରିÂ ନାଗରିକଙ୍କୁ ଦୃଷ୍ଟିରେ ରଖି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ନୂଆ ଯୋଜନାରେ ଘରୋଇ ଯୋଗାଣ ସହ ସ୍ୱାସ୍ଥ୍ୟ ସୁବିଧା, ସଚେତନତା ଓ ସକ୍ରିୟ କାର୍ଯ୍ୟକ୍ରମ ଜଡ଼ିତ । ସହରରେ ଥିବା ୯ଟି ଯୁଗ୍ମ ସଫଲ ଷ୍ଟୋରକୁ ବରିÂ ନାଗରିକ ଗସ୍ତ କରି ଘରୋଇ ଯୋଗାଣ ପାଇଁ ବରାଦ ଦେଇପାରିବେ କିମ୍ବା ଫୋନରେ ସାମଗ୍ରୀ ପାଇଁ ବରାଦ ଦେଇପାରିବେ । ବିନା ଦେୟରେ ଏହି ସାମଗ୍ରୀ ଯୋଗାଣ କରାଯିବ ଏବଂ ଏଥିପାଇଁ କୌଣସି ସର୍ବନିମ୍ନ ବରାଦ ପରିମାଣ ନାହିଁ । ମାତ୍ର ୨ ଘଣ୍ଟା ମଧ୍ୟରେ ସଫଲର ଗୁଣାତ୍ମକ ମାନଯୁକ୍ତ ସାମଗ୍ରୀ ଯେପରି ବରିÂ ନାରିକଙ୍କ ନିକଟରେ ପହଞ୍ଚିପାରିବ ସେଦିଗରେ ସଫଲ ପଦକ୍ଷେପ ଗ୍ରହଣ କରିଛି ।

ଏହି ଯୋଜନାର ଶୁଭାରମ୍ଭ କରି ଏନଡ଼ିଡ଼ିବି ଅଧ୍ୟକ୍ଷ ଦୀଲିପ ରଥ କହିଛନ୍ତି ଯେ, ଗ୍ରାହକକୈନ୍ଦ୍ରିକ ଓ କୃଷକ ଲାଭାନ୍ୱିତ ଆଭିମୁଖ୍ୟ ସଫଲ ବ୍ୟବସାୟର ପ୍ରମୁଖ ଅଂଶବିଶେଷ । ସଫଲ ନିଜ ବ୍ୟବସାୟ ଆରମ୍ଭ ହେବା ଦିନଠାରୁ ଏହାକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିଆସିଛି । ଏହି ଆଦର୍ଶକୁ ଭିତ୍ତି କରି ସହର ଜନସଂଖ୍ୟାର ୫% ବରିÂ ନାଗରିକଙ୍କ ଉଦେ୍ଧଶ୍ୟରେ ସଫଲ ପକ୍ଷରୁ ଗ୍ରାହକ ଉପଯୋଗ ଯୋଜନା ଆରମ୍ଭ କରାଯାଇଛି । ବରିÂ ନାଗରିକଙ୍କୁ କର୍ମତପôର ରଖିବା ପାଇଁ ସଫଳ ପକ୍ଷରୁ ଘରେ ସାମଗ୍ରୀ ଯୋଗାଣ ସହ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସକ୍ରିୟ ଅଧିବେଶନ ପାଇଁ ପଦକ୍ଷେପ ଗ୍ରଡଣ କରାଯାଇଛି ବୋଲି ସେ କହିଛନ୍ତି । ସହରରେ ଅଧିକ ବିକ୍ରୟ କେନ୍ଦ୍ର ଖୋଲାଯିବା ସହ ଏହି ସେବାକୁ ଅନ୍ୟାନ୍ୟ ଅଞ୍ଚଳକୁ ସଂପ୍ରସାରିତ କରାଯିବ । ଗ୍ରାହକ ଏହାକୁ ପସନ୍ଦ କରିବେ ବୋଲି ଶ୍ରୀ ରଥ ଆଶାପ୍ରକାଶ କରିଛନ୍ତି ।
ଏହି ବ୍ୟବସ୍ଥାରେ:

- କୌଣସି ସର୍ବନିମ୍ନ ବରାଦ ପରିମାଣ ନଥାଇ ବିକ୍ରୟ କେନ୍ଦ୍ରର ୨-୩ କି.ମି ଦୂରତା ମଧ୍ୟରେ ଥିବା ଘରୋଇ ଅଞ୍ଚଳରେ ସାମଗ୍ରୀ ଯୋଗାଣ
- ଆରଡ଼ବ୍ଲୁଏ ସହଯୋଗରେ ବିନାମୂଲ୍ୟରେ ବିଏମଡ଼ି, ବିଏମଆଇ, ରକ୍ତଚାପ ଓ ମଧୁମେହର ପରୀକ୍ଷା
- ଖାଦ୍ୟ ଓ ପନିପରିବାର ଲାଭ ଓ ଉପଯୋଗ ସଂପର୍କରେ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ସଫଲ ଏହାର ଚତଃୁପାଶ୍ୱର୍ରେ ଥିବା ଗ୍ରାହକଙ୍କୁ ଆରଡ଼ବ୍ଲୁଏ ସହଯୋଗରେ ଶିକ୍ଷିତ ଓ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବ । ଏହାଦ୍ୱାରା ବରିÂ ନାଗରିକ ବିଭିନ୍ନ ଫଳ ଓ ପନିପରିବା ସଂପର୍କରେ ସଚେତନ ହୋଇପାରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ସଫଲ ଗ୍ରାହକଙ୍କୁ ବ୍ୟାପକ ଭାବେ ଜଡ଼ିତ କରାଇପାରିବେ ।

୨୦୧୭ ଜୁଲାଇ ମାସରେ ସଫଲ ସହରରେ ନିଜ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏବେ ସହରର ୯ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହା ନିଜର ବିକ୍ରୟ କେନ୍ଦ୍ର ପ୍ରତିÂା କରିବାରେ ସମର୍ଥ ହୋଇପାରିଛି । ଏହି ବିକ୍ରୟ କେନ୍ଦ୍ର ଜରିଆରେ ସଫଲ ସୁରକ୍ଷିତ, ପ୍ରାକୃତିକ ଓ ଗୁଣାତ୍ମକ ମାନର ସାମଗ୍ରୀ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦରରେ ଗ୍ରାହକଙ୍କୁ ସଫଳତାର ସହ ଯୋଗାଇ ଦେଇଛି । ସମସ୍ତ ସଫଲ କେନ୍ଦ୍ରରେ ଡ଼ିଜିଟାଲ ଓ ଇଲେକଟ୍ରୋନିକ୍ସ ଓଜନ ମେସିନ ରହିଛି । ଏହି ବିକ୍ରୟ କେନ୍ଦ୍ରରେ ମଦର ଡ଼ାଏରୀ ବ୍ରାଣ୍ଡର ଉପôାଦ, ଧାରା ତେଲ ଓ ଅନ୍ୟାନ୍ୟ ବ୍ରାଣ୍ଡ ସାମଗ୍ରୀ ଉପଲବ୍ଧ । ଏନଡ଼ିଡ଼ିବିର ସଂପୂର୍ଣ୍ଣ ସହଯୋଗୀ ମଦର ଡ଼ାଏରୀ ଫ୍ରୁଟ ଏଣ୍ଡ ଭେଜିଟେବୁଲ ପ୍ରାଇଭେଟ ଲିମଟେଡ଼ ଏହି କାର୍ଯ୍ୟକ୍ରମକୁ ଅଏଲ ମାର୍କେଟିଂ କଂପାନୀ ସହଯୋଗରେ ଆରମ୍ଭ କରିଛି । ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଫଳ ଓ ପନିପରିବା ଯୋଗାଣ ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯିବା ସହ ଓଡ଼ିଶାର ଚାଷୀଙ୍କ ବଜାର ସୁବିଧା ଯୋଗାଣ ଏହି ଯୋଜନାର ଲକ୍ଷ୍ୟ ଅଟେ ।

Share in top social networks!