ବିଜେପୁର ଜଳସେଚନ ପ୍ରକଳ୍ପ ପାଇଁ ଅତିରିକ୍ତ ବଜେଟରେ ବ୍ୟୟବରାଦ ନହେବା ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ବାସୀଙ୍କ ପ୍ରତି ଛଳନା ସଦୃଶ: ବିଜେପି

 ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ଗଙ୍ଗାଧର ମେହେର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଯେ ଏକ ନିର୍ବାଚନ ଲଲିପପ ଅଟେ, ଏହା ରାଜ୍ୟ ସରକାରଙ୍କର ଅତିରିକ୍ତ ବଜେଟରେ ହୋଇଥିବା ଅର୍ଥ ବ୍ୟୟ ବରାଦ ପରେ ସ୍ପଷ୍ଟ ହୋଇଛି
 ୧୨୫୦ କୋଟିର ଏହି ଜଳସେଚନ ପ୍ରକଳ୍ପ ପାଇଁ ସରକାର ପାରିତ କରିଥିବା ଅତିରିକ୍ତ ବଜେଟରେ ଟଙ୍କାଟିଏ ଅର୍ଥ ବ୍ୟୟବରାଦ କରିନାହାନ୍ତି
 ମୁଖ୍ୟମନ୍ତ୍ରୀ ଯେ କେବଳ ମିଥ୍ୟା ତଥ୍ୟର ସୌଦାଗର ନୁହନ୍ତି ବଂର ଛଳନାର ସୌଦାଗର, ଏକଥା ଆଜି ପ୍ରମାଣିତ ହୋଇଯାଇଛି
 ଖାଲି ଜଳସେଚନ ପ୍ରକଳ୍ପ ନୁହେଁ ବଂର ରାଜ୍ୟ ସରକାର ନବଗଠିତ ବିଜେପୁର ଏନଏସି ପାଇଁ ମଧ୍ୟ ଅତିରିକ୍ତ ବଜେଟରେ ଟଙ୍କାଟିଏ ହେଲେବି ଅର୍ଥ ବ୍ୟୟବରାଦ କରିନାହାନ୍ତି
 ମାର୍ଚ୍ଚ ମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ “ ବିଜେପୁର ଏବଂ ବରଗଡ ବ୍ଲକର ଅଣ ଜଳସେଚିତ ଅଂଚଳରେ ଜଳସେଚନ କରିବାର କୌଣସି ଯୋଜନା ସରକାରଙ୍କର ନାହିଁ ” ।
03

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ଗଙ୍ଗାଧର ମେହେର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଯେ ଏକ ନିର୍ବାଚନ ଲଲିପପ ଅଟେ ଏହା ରାଜ୍ୟ ସରକାରଙ୍କର ଅତିରିକ୍ତ ବଜେଟରେ ହୋଇଥିବା ଅର୍ଥ ବ୍ୟୟ ବରାଦ ପରେ ସ୍ପଷ୍ଟ ହୋଇଯାଇଛି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ।
୧୨୫୦ କୋଟିର ଏହି ଜଳସେଚନ ପ୍ରକଳ୍ପ ପାଇଁ ସରକାର ପାରିତ କରିଥିବା ଅତିରିକ୍ତ ବଜେଟରେ ଟଙ୍କାଟିଏ ଅର୍ଥ ମଧ୍ୟ ବ୍ୟୟବରାଦ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିଜେପୁରପୁର ବାସୀଙ୍କୁ ବୋକାବନାଇବାର ଆଉ ଏକ ଚାଲାକି ଆଜି ପଦାରେ ପଡିଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଯେ କେବଳ ମିଥ୍ୟା ତଥ୍ୟର ସୌଦାଗର ନୁହନ୍ତି ବଂର ଛଳନାର ସୌଦାଗର, ଏକଥା ଆଜି ପ୍ରମାଣିତ ହୋଇଯାଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଶ୍ରୀ ପୁରୋହିତ କହିଛନ୍ତି କି ମୁଖ୍ୟମନ୍ତ୍ରୀ ଗତ ଅକ୍ଟୋବର ୧୬ ତାରିଖରେ ବିଜେପୁର ଉପନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକି ବିଜେପୁର ସମେତ ବରଗଡ ଜିଲ୍ଲା ପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ଗଙ୍ଗାଧର ମେହେର ବୃହତ ଲିଫ୍ଟ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସର୍ବମୋଟ ୩୨୦୦୦ ହେକ୍ଟର (ଖରିଫ: ୨୫୦୦୦ହେକ୍ଟର ଏବଂ ରବି: ୭୦୦୦ ହେକ୍ଟର) ଚାଷ ଜମି ଜଳସେଚିତ ହେବାର ଘୋଷଣା କରିଥିଲେ । ତା ପରଦିନ ଅର୍ଥାତ ୧୭ ତାରିଖରେ ଆତ୍ମପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ବିଭିନ୍ନ ଗଣମାଧ୍ୟମରେ ବଡ ବଡ ବିଜ୍ଞାମାନ ଦେଇ କୋଟି କୋଟି ଟଙ୍କାର ରାଜସ୍ୱ ଅଯଥାରେ ଖର୍ଚ୍ଚ କରିଥିଲେ । ମାତ୍ର ଗତ କାଲି ବିଧାନସଭରେ ଉପସ୍ଥାପିତ ହୋଇଥିବା ଅତିିରିକ୍ତ ବଜେଟରେ

ଜଳସେଚନ ପାଇଁ ବ୍ୟୟବରାଦ ହୋଇଥିବା ସର୍ବମୋଟ ୪୫୩ କୋଟି ଟଙ୍କାର ବଜେଟରେ ରାଜ୍ୟ ସରକାର ବିଜେପୁର ଜଳସେଚନ ପ୍ରକଳ୍ପ ପାଇଁ ଟଙ୍କାଟିଏ ବି ଅର୍ଥ ଦେବାପାଇଁ ବ୍ୟବସ୍ଥା କରିନାହାନ୍ତି । ଏଥିରୁ ସ୍ପଷ୍ଟ ହୋଇ ଯାଇଛି ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କୁ କେବଳ ଛଳନା କରିବା ସହ ଏହି ପ୍ରକଳ୍ପକୁ ମହାନ କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ କରି ତାଙ୍କୁ ମଧ୍ୟ ଅପାମାନିତ କରିଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ଖାଲି ଜଳସେଚନ ପ୍ରକଳ୍ପ ନୁହେଁ ବଂର ରାଜ୍ୟ ସରକାର ନବଗଠିତ ଓ ନବଘୋଷିତ ବିଜେପୁର ଏନଏସି ପାଇଁ ମଧ୍ୟ ଗତ କାଲି ଉପସ୍ଥାପିତ ଅତିରିକ୍ତ ବଜେଟରେ ଟଙ୍କାଟିଏ ହେଲେବି ଅର୍ଥ ବ୍ୟୟବରାଦ କରିନାହାନ୍ତି । ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଯେ କେବଳ ରାଜନୀତି ସର୍ବସ୍ୱ ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କର ବିକାଶ ନୁହେଁ ବଂର ବିଜେପୁର ଉପ ନିର୍ବାଚନ ଜିତିବା ଯେ ଏକମାତ୍ର ଲକ୍ଷ୍ୟ ଏହାର ଆଉ ଏକ ଖୁଲାସା ମଧ୍ୟ ଶ୍ରୀ ପୁରୋହିତ କରିଛନ୍ତି । ଶ୍ରୀ ପୁରୋହିତ କହିଛନ୍ତି କି ତା ୨୦/୦୩/୨୦୧୭ ରେ ବିଜେଡିର ବିଧାୟକ ଦେବେଶ ଆଚାର୍ଯ୍ୟ ଜଳସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁର ବ୍ଲକ ଏବଂ ବରଗଡ ବ୍ଲକରେ ଜଳସେଚନ ପାଇଁ ସରକାରଙ୍କର କଣ ଯୋଜନା ଅଛିକି ବୋଲି ପଚାରିଥିଲେ ଏକ ପ୍ରଶ୍ନ । ଆଉ ନିଜେ ମୁଖ୍ୟମନ୍ତ୍ରୀ ଏହାର ଉତରରେ କହିଥିଲେ “ ବିଜେପୁର ଏବଂ ବରଗଡ ବ୍ଲକର ଅଣ ଜଳସେଚିତ ଅଂଚଳରେ ଜଳସେଚନ କରିବାର କୌଣସି ଯୋଜନା ସରକାରଙ୍କର ନାହିଁ ” । ଏହା ମୁଖ୍ୟମନ୍ତ୍ରୀଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଏକଥା ମାର୍ଚ୍ଚ ମାସରେ ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ । ଏବଂ ଯେତେବେଳେ ସୁବଳ ସାହୁଙ୍କର ଦେହାନ୍ତ ହେଲା ସେତେବେଳେ ମୁଖ୍ୟମନ୍ତ୍ରୀଙ୍କର ହଠାତ ବିଜେପୁର କଥା ମନେପଡିଲା ଏବଂ ଜଳସେଚନ ପ୍ରକଳ୍ପର ଘୋଷଣା କରିଥିଲେ । ଏଥିରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ବାସୀଙ୍କ ପ୍ରତି ଭଲପାଇବା ନୁହେଁ ବଂର ବିଜେଡିର ବିଜୟ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ଶ୍ରୀ ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME