ଆଦାନୀ ଫାଉଣ୍ଡେସନ ତରଫରୁ ଏସ୍ଏଚ୍ଜି ଗ୍ରୂପଙ୍କ ଶିକ୍ଷାଭିତିକ ପରିଦର୍ଶନ କାର୍ଯ୍ୟକ୍ରମ

Pic-1-Adani Foundation organises Exposure visit of Self Help Group ଧାମରା ବନ୍ଦର ଅଂଚଳରେ ଜୀବନଜୀବିକାର ମାନ ବୃଦ୍ଧି କରିବା ପାଇଁ ଆଦାନୀ ଫାଉଣ୍ଡେସନ ତରଫରୁ ମା’ ଧାମରାଇ (ରବିନ୍ଦ୍ର ନଗର, ଦୋସିଙ୍ଗା) ଏବଂ ମାତୃକୃପା ସ୍ୱୟଂ ସହାୟକ ଗୋÂୀ (ଗୌରପ୍ରସାଦ, କଇଥଖୋଲା)ଙ୍କ ନିମନ୍ତେ ଏକ ଶିକ୍ଷାଭିତିକ ପରିଦର୍ଶନ କାର୍ଯ୍ୟକ୍ରମ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକଠାରେ ଆୟୋଜନ କରାଯାଇଥିଲା । ବ୍ୟବସାୟ ଉଦେ୍ଧଶ୍ୟରେ ଆଧୁନିକ ଉପାୟରେ ଗାଈ ଚାଷ (ଡାଏରୀ ଫାର୍ମ) ପାଇଁ ସ୍ୱୟଂ ସହାୟକ ଗୋÂୀ ସଦସ୍ୟଙ୍କର ଜ୍ଞାନ ଏବଂ ଇଚ୍ଛାକୁ ବୃଦ୍ଧି କରିବା ଦିଗରେ ଏହି ପରିଦର୍ଶନ ଆୟୋଜନ କରାଯାଇଥିଲା ।

ଜଳେଶ୍ୱର ସ୍ଥିତ ଜଗଦ୍ଧାତ୍ରୀ ସ୍ୱୟଂ ସହାୟକ ଗୋÂୀର ଶ୍ରୀମତୀ ରାଧିକାରାଣୀ ଗାନ୍ଧୀ ବ୍ୟାଙ୍କ, ଓଏଲ୍ଏମ୍, ନାବାଡର଼୍, ଓମ୍ଫେଡ଼୍ ଏବଂ ପଶୁ ଚିକିତ୍ସକଙ୍କ ମିଳିତ ସହେଯାଗରେ ସ୍ୱୟଂ ସହାୟକ ଗୋÂୀର ସମସ୍ତ ସଦସ୍ୟମାନଙ୍କୁ ସ୍ଥାନୀୟ ଅଂଚଳରେ ଡାଏରୀ ଫାର୍ମ ଏବଂ ଆଧୁନିକ ଉପାୟରେ ଦୁଗ୍ଧ ଉପôାଦନ ସମ୍ପର୍କିତ ବିଭିନ୍ନ ବୈଷୟିକ ତଥ୍ୟ ବିଷୟରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଜୀବନ ଜିବୀକା ମିଶନର ଇନ୍ଚାର୍ଜ ଏବଂ ଜଳେଶ୍ୱର ବ୍ଲକ ମ୍ୟାନେଜର ଶ୍ରୀ ତାପସ କୁମାର ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୁଶ୍ରୀ ଜୟନ୍ତୀ ଦାସ (ସଭାପତି) ମାତୃକୃପା ସ୍ୱୟଂ ସହାୟକ ଗୋÂୀ, କଇଥଖୋଲା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ପ୍ରଂଶସା କର କହିିଥିଲେ ଏହି ପରିଦର୍ଶନ ବ୍ୟାଙ୍କ ଏବଂ ନାବାର୍ଡର ସହାୟତା ଦ୍ୱାରା ନିଜର ଗୋÂୀ ସମୂହର କାର୍ଯ୍ୟଧାରା ଆରମ୍ଭ କରିବାରେ ସହାୟକ ହେବ ଏବଂ ଏହାଦ୍ୱାରା ଗୋÂୀଗୁଡ଼ିକ ମାସିକ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ ।

ସେହିପରି ସୁଶ୍ରୀ ଅନିତା ମାଇତି (ସଭାପତି) ମା’ ଧାମରାଇ ସ୍ୱୟଂ ସହାୟକ ଗୋÂୀ କହିଥିଲେ ଯେ, ସମସ୍ତ ସଦସ୍ୟମାନଙ୍କୁ ଗୋଟିଏ ଲେଖାଏଁ ହାଇବ୍ରିଡ଼୍ ଗାଈ ମାଧ୍ୟମରେ ଡାଏରୀ ଫାର୍ମ ଆରମ୍ଭ ସମ୍ପର୍କିତ ସୂଚନା ଏହି ପରିଦର୍ଶନ କାର୍ଯ୍ୟକ୍ରମ ଯୋଗୁଁ ମିଳିପାରିଲା ।

ଏଠାରେ ସୂଚିତ କରାଯାଉଛି ଯେ, ଆଦାନୀ ଫାଉଣ୍ଡେସନ, ନାବାର୍ଡ ଏବଂ ଓଡ଼ିଶା ଜୀବିକା ମିଶନ ସମନ୍ୱୟରେ ଜୀବନ ଧାରଣର ମାନ ବୃଦ୍ଧି ଦିଗରେ ଜାଣିବା ପାଇଁ ତଥା ଜ୍ଞାନ ଆହରଣ କରିବା ପାଇଁ ସ୍ୱୟଂ ସହାୟକ ଗୋÂୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ପୂର୍ବ ଦିନମାନଙ୍କରେ ଏହି ଦୁଇଟି ସ୍ୱୟଂ ସହାୟକ ଗୋÂୀମାନଙ୍କ ପାଇଁ ଧାନରେ ତିଆରି ହସ୍ତଶିଳ୍ପ ଏବଂ ଧୂପକାଠି ତିଆରି କରିବା ପ୍ରମୁଖ କାର୍ଯ୍ୟକଳାପ ଥିଲା । ବର୍ତମାନ ଏହି ଦୁଇ ସ୍ୱୟଂ ସହାୟକ ଗୋÂୀ ନିଜର ଜୀବନଜିବୀକା ପାଇଁ ପନିପରିବା ଚାଷ ଉପରେ ନିର୍ଭର କରୁଛନ୍ତି ।

Share in top social networks!